ପ୍ରମୁଖ ଖବର

୮୪ତମ ରୋଡ କଂଗ୍ରେସ ସମାବେଶ ଉଦ୍‌ଘାଟିତ
କନ୍ଧମାଳ ସୀମା କଳିଙ୍ଗା ଘାଟିରେ ଓଲଟିଲା ବସ୍, ଜଣେ ମୃତ
ଏସଆଇ ପରୀକ୍ଷା ଘୋଟାଲା : ମୁଖ୍ୟ ଅଭିଯୁକ୍ତର ହେବ ଲାଏ ଡିଟେକ୍ସନ୍‌ ଟେଷ୍ଟ
‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ; ଯୋଗ ଦେଲେ ପ୍ରଧାନମନ୍ତ୍ରୀ
ଶ୍ରୀମନ୍ଦିରରେ ପୁଣି ହିଡେନ୍ କ୍ୟାମେରା ଓ ନକଲି ସେବକ
ଓଡ଼ିଆ ଝିଅ ହେଲେ ଝାଡ଼ଖଣ୍ଡ ଡିଜିପି
ଆସନ୍ତାକାଲିଠୁ ୨୦୨୬ ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ

ଦିନିକିଆ ମ୍ୟାଚ ର ଅଧିନାୟକ ହେଲେ ରୋହିତ ଶର୍ମା

0


ବିରାଟ କୋହଲି ଅଧିନାୟକ ଭାବରେ ପାଖା ପାଖି ୫ ବର୍ଷ ହେବ ଭାରତୀୟ ଦଳ ମଙ୍ଗ ଧରିଥିଲେ । ଚଳିତ ଟି ୨୦ ବିଶ୍ୱକପ୍ ଏବଂ ଆଇସିସି ର ଦିନିକିଆ ବିଶ୍ୱକପ୍ ସହ କୌଣସି ଆଇସିସି ଟ୍ରଫି ଜିତିବାର ର ସୁଯୋଗ ପାଇଲେନି ଏହି ଅଭିଜ୍ଞ ବ୍ୟାଟର । ଯେତେବେଳେ ଟି ୨୦ ବିଶ୍ଵକପ ସମୟ ରେ ଭାରତ ପାକିସ୍ତାନ ଓ ନିଉଜିଲ୍ୟାଣ୍ଡ ବିପକ୍ଷ ରେ ପରାଜିତ ହୋଇଥିଲା ସେତେବେଳ ଚର୍ଚ୍ଚା ହେଲା ବିରାଟ ମଧ୍ୟ ଦିନିକିଆ ରେ ଅଧିନାୟକ ପଦ ହରାଇପାରନ୍ତି । ସାଉଥ୍ ଆଫ୍ରିକା ଗସ୍ତ କୁ ନେଇକି ମଧ୍ୟ ବିସିସିଆଇ ର ଟିମ୍ ସିଲେକ୍ସନ ବିଳମ୍ବ ହେଲା ।

ସୂଚନା ଥାଉକି ସିଲେକ୍ସନ କମିଟି ଓ ବିସିସିଆଇ ର କିଛି ଜଣ ସଦସ୍ୟ ବିରାଟ ଙ୍କ ସପକ୍ଷ ରେ ନଥିଲେ । ଗତ କାଲି ବୋର୍ଡ ମଧ୍ୟ ବିରାଟ ଙ୍କୁ ଅଧିନାୟକ ରୁ ଓହରିବା ସହ କ୍ୟାପଟେନ ପଦ ଛାଡନ୍ତୁ ବୋଲି ପରୋକ୍ଷ ରେ ସୂଚିତ କରିଥିଲା ହେଲେ କୋହଲି ତାଙ୍କ ଆଡୁ ବିଶେଷ ଆଗ୍ରହ ଦେଖାଇନଥିଲେ। ଫଳରେ ଟ୍ବିଟ୍ କରି ବିସିସିଆଇ ରୋହିତ ଶର୍ମାଙ୍କୁ ଦିନିକିଆ ରେ ନୂଆ ଅଧିନାୟକ ହେବେ ବୋଲି ଘୋଷଣା କରିଛି। ଜାତୀୟ ଗଣମାଧୟମ ଖବର ଅନୁଯାୟୀ କୋହଲି ୨୦୨୩ ଦିନିକିଆ ବିଶ୍ଵକପ ପାଇଁ ଅଧିନାୟକ ରେ ରହିବାକୁ ଚହୁଁଥିଲେ ହେଲେ ବୋର୍ଡ ତାଙ୍କ ଦକ୍ଷତା ଉପରେ ଖୁସି ନଥିଲା । ୨୦୨୨ ରେ ଟି ୨୦ ବିଶ୍ଵକପ ଏବଂ ୨୦୨୩ ରେ ଦିନିକିଆ ବିଶ୍ଵକପ ଏହି ୨ଟି ବଡ଼ ଏଭେଣ୍ଟ କୁ ଦୃଷ୍ଟି ରେ ରଖି ବିସିସିଆଇ ରୋହିତ ଶର୍ମା ଙ୍କୁ ଅଧିନାୟକ ପଦ ରେ ରଖିଛି ।

Leave A Reply

Your email address will not be published.