ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଦିନିକିଆ ମ୍ୟାଚ ର ଅଧିନାୟକ ହେଲେ ରୋହିତ ଶର୍ମା

0


ବିରାଟ କୋହଲି ଅଧିନାୟକ ଭାବରେ ପାଖା ପାଖି ୫ ବର୍ଷ ହେବ ଭାରତୀୟ ଦଳ ମଙ୍ଗ ଧରିଥିଲେ । ଚଳିତ ଟି ୨୦ ବିଶ୍ୱକପ୍ ଏବଂ ଆଇସିସି ର ଦିନିକିଆ ବିଶ୍ୱକପ୍ ସହ କୌଣସି ଆଇସିସି ଟ୍ରଫି ଜିତିବାର ର ସୁଯୋଗ ପାଇଲେନି ଏହି ଅଭିଜ୍ଞ ବ୍ୟାଟର । ଯେତେବେଳେ ଟି ୨୦ ବିଶ୍ଵକପ ସମୟ ରେ ଭାରତ ପାକିସ୍ତାନ ଓ ନିଉଜିଲ୍ୟାଣ୍ଡ ବିପକ୍ଷ ରେ ପରାଜିତ ହୋଇଥିଲା ସେତେବେଳ ଚର୍ଚ୍ଚା ହେଲା ବିରାଟ ମଧ୍ୟ ଦିନିକିଆ ରେ ଅଧିନାୟକ ପଦ ହରାଇପାରନ୍ତି । ସାଉଥ୍ ଆଫ୍ରିକା ଗସ୍ତ କୁ ନେଇକି ମଧ୍ୟ ବିସିସିଆଇ ର ଟିମ୍ ସିଲେକ୍ସନ ବିଳମ୍ବ ହେଲା ।

ସୂଚନା ଥାଉକି ସିଲେକ୍ସନ କମିଟି ଓ ବିସିସିଆଇ ର କିଛି ଜଣ ସଦସ୍ୟ ବିରାଟ ଙ୍କ ସପକ୍ଷ ରେ ନଥିଲେ । ଗତ କାଲି ବୋର୍ଡ ମଧ୍ୟ ବିରାଟ ଙ୍କୁ ଅଧିନାୟକ ରୁ ଓହରିବା ସହ କ୍ୟାପଟେନ ପଦ ଛାଡନ୍ତୁ ବୋଲି ପରୋକ୍ଷ ରେ ସୂଚିତ କରିଥିଲା ହେଲେ କୋହଲି ତାଙ୍କ ଆଡୁ ବିଶେଷ ଆଗ୍ରହ ଦେଖାଇନଥିଲେ। ଫଳରେ ଟ୍ବିଟ୍ କରି ବିସିସିଆଇ ରୋହିତ ଶର୍ମାଙ୍କୁ ଦିନିକିଆ ରେ ନୂଆ ଅଧିନାୟକ ହେବେ ବୋଲି ଘୋଷଣା କରିଛି। ଜାତୀୟ ଗଣମାଧୟମ ଖବର ଅନୁଯାୟୀ କୋହଲି ୨୦୨୩ ଦିନିକିଆ ବିଶ୍ଵକପ ପାଇଁ ଅଧିନାୟକ ରେ ରହିବାକୁ ଚହୁଁଥିଲେ ହେଲେ ବୋର୍ଡ ତାଙ୍କ ଦକ୍ଷତା ଉପରେ ଖୁସି ନଥିଲା । ୨୦୨୨ ରେ ଟି ୨୦ ବିଶ୍ଵକପ ଏବଂ ୨୦୨୩ ରେ ଦିନିକିଆ ବିଶ୍ଵକପ ଏହି ୨ଟି ବଡ଼ ଏଭେଣ୍ଟ କୁ ଦୃଷ୍ଟି ରେ ରଖି ବିସିସିଆଇ ରୋହିତ ଶର୍ମା ଙ୍କୁ ଅଧିନାୟକ ପଦ ରେ ରଖିଛି ।

Leave A Reply

Your email address will not be published.