ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ସଂପର୍କ ସଜାଡ଼ିଦେଲା ସାତଦିନ!

0
  • ଏବେ ଭଡାଘରେ ରହିବେ ତପସ୍ବିନୀ-ସୁମିତ
  • ଆସ୍କା ହେବ ଠିକଣା, ଉଭୟ ପରିବାରକୁ ବି ମିଳାମିଶା ପାଇଁ ଅନୁମତି

ବ୍ରହ୍ମପୁର: ଡାକ୍ତର ସୁମିତ ସାହୁ ଓ ତପସ୍ବିନୀକୁ ସାତ ଦିନ ସମୟ ଦେଇଥିଲେ କୋର୍ଟ। ବ୍ରହ୍ମପୁର ଏସଡିଜେଏମଙ୍କ ଏଭଳି ନିର୍ଦେଶ ଦୁଇଟି ମନକୁ ପୁଣି ଥରେ ଯୋଡି ଦେବା ପାଇଁ ସୁଯୋଗ ଦେଇଛି। ଏହି ସଂପର୍କକୁ ଆଉ ଟିକେ ନିବିଡ କରିବା ଲାଗି ଉଭୟ ସୁମିତ ଓ ତପସ୍ବିନୀଙ୍କୁ ଏକାଠି ରହିବାକୁ ଆଜି କୋର୍ଟ ଅନୁମତି ଦେଇଛନ୍ତି। ଏବେ ଆସ୍କାରେ ସେମାନେ ଭଡ଼ା ଘର ଖୋଜି ରହିବେ। କୋର୍ଟ ଆହୁରି କହିଛନ୍ତି ଯେ ବର୍ତ୍ତମାନ ପାଇଁ ସୁମିତ ହିଁ ତପସ୍ବିନୀଙ୍କ ଦୈନନ୍ଦିନ ଖର୍ଚ୍ଚ ବହନ କରିବେ। ଉଭୟ ଆସ୍କା ଥାନା ଅଧିକାରୀ ଓ ସୁରକ୍ଷା ଅଧିକାରୀ ପ୍ରତି ୭ ଦିନରେ କୋର୍ଟରେ ସେମାନଙ୍କ ସଂପର୍କରେ ଗୋଟିଏ ରିପୋର୍ଟ ଦେବେ। କେବଳ ସେତିକି ନୁହେଁ, କୋର୍ଟ ଆଜି ସେମାନଙ୍କ ସହିତ ପରିବାରର ମିଳାମିଶା କଟକଣାକୁ ବି ଉଠାଇ ନେଇଛନ୍ତି। ଆସନ୍ତା ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସ୍ତ୍ରୀର ହକ୍ ପାଇଁ ତପସ୍ବିନୀ କୋର୍ଟଙ୍କ ଆଶ୍ରୟ ନେଇଥିଲେ। ସୁମିତଙ୍କ ଘର ଆଗରେ ଧାରଣା ଦେଇଥିଲେ। ଏମିତି ପରିସ୍ଥିତି ସୃଷ୍ଟି ହେଲା ଯେ ତପସ୍ବିନୀଙ୍କ ପାଇଁ ପୂରା ଦେଶ ଓ ଦେଶ ବାହାରୁ ସମବେଦନାର ସୁଅ ଛୁଟିଲା। କୋର୍ଟ ବି ନିରବ ରହିପାରିଲେ ନାହିଁ। ଉଭୟଙ୍କୁ ଏକାଠି କରିବା ଲାଗି ଯେଉଁ ରାୟ ଦେଲେ, ତାହା ବିରଳ। କୋର୍ଟଙ୍କ ନିର୍ଦେଶ ଅନୁସାରେ ଆସିକା ଚିନିକଳ ଆଇବିରେ ପୂରା ପୁଲିସ ହେପାଜତରେ ୭ ଦିନ ଧରି ସେମାନେ ରହିଲେ। ଆଜି ଏହି ମାମଲାର ପରବର୍ତ୍ତୀ ଶୁଣାଣି ଥିଲା

ଆଜି ତପସ୍ବିନୀଙ୍କ ପିଟିସନ୍‌ ଉପରେ ଉତ୍ତର ରଖିବା ପାଇଁ ଶ୍ବଶୁର ପ୍ରମୋଦ ସାହୁଙ୍କ ଓକିଲ ୭ଦିନ ସମୟ ମାଗିଥିଲେ। ଏସ୍‌ଡିଜେଏମ୍‌ ଏହାକୁ ଗ୍ରହଣ କରିଛନ୍ତି। କୋର୍ଟ ଆହୁରି କହିଛନ୍ତି ଯେ ସୁମିତଙ୍କ କର୍ମସ୍ଥଳୀରେ ହିଁ ଉଭୟ ଏବେ ଭଡ଼ାଘରେ ରହିବେ। ପୁଲିସ କଟକଣା ରହିବ ନାହିଁ। କୋର୍ଟଙ୍କ ଏଭଳି ରାୟ ସମସ୍ତଙ୍କୁ ଆଶ୍ବସ୍ତ କରିଛି।

ବ୍ରହ୍ମପୁର ଅଞ୍ଚଳର ଡାକ୍ତର ସୁମିତ ସାହୁଙ୍କ ସହିତ ଛତ୍ରପୁର ଅଞ୍ଚଳର ତପସ୍ବିନୀଙ୍କ ମଧ୍ୟରେ ପ୍ରେମ ସୃଷ୍ଟି ହୋଇଥିଲା ଏବଂ ପରେ ଉଭୟ କୋର୍ଟରେ ବିବାହ କରିଥିଲେ। ହେଲେ ପରବର୍ତୀ ସମୟରେ ତପସ୍ବିନୀ ମହିଳା ଥାନାର ଦ୍ବାରସ୍ଥ ହୋଇ ଅଭିଯୋଗ କରିଥିଲେ ଯେ ତାଙ୍କୁ ପରିବାର ଲୋକ ନିର୍ଯାତନ ଦେଉଛନ୍ତି। ବାସ୍, ଏଇଠୁ ଆରମ୍ଭ ହୋଇଥିବା ପାରିବାରିକ ମାମଲା କୌଣସି ବଡ଼ ଫିଲ୍ମ ଦୃଶ୍ୟ ଠାରୁ କମ୍ ନଥିଲା। ଗତ ୨୨ ତାରିଖରେ ବାହାଘର ଲଗ୍ନ ଧାର୍ଯ୍ୟ ହୋଇଥିଲେ ହେଁ, ସୁମିତଙ୍କ ପରିବାର ନିରବ ରହିଯିବା ଦେଖି ତପସ୍ବିନୀ ସିଧା ଆସି ଧାରଣା ଦେଇଥିଲେ ଶ୍ବଶ୍ବରଙ୍କ ଘର ସାମ୍ନାରେ। ଆଉ ସମାଜସେବୀ ପ୍ରମିଳା ତ୍ରିପାଠୀ ଗୋଟିଏ ମାଆର ଭୂମିକାରେ ଅବତୀର୍ଣ୍ଣ ହୋଇ ତପସ୍ବିନୀ ପ୍ରସଙ୍ଗକୁ ନିର୍ଣ୍ଣାୟକ ମୋଡ ଯାଏ ଟାଣିନେଇଥିଲେ

Leave A Reply

Your email address will not be published.