ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ବୁଷ୍ଟର ଡୋଜ କୁ ମିଳିବ କି ଅନୁମତି ?

0

କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ସାରା ଦେଶରେ ଏହାକୁ ନେଇ ତର୍କ ବିତର୍କ ଓ ଗବେଷଣା ଚାଲିଛି । ବୁଷ୍ଟର ଡୋଜ ନେବା କେତେ ଆବଶ୍ୟକ ସେ ନେଇ ଆଲୋଚନା ହେଉଛି । କରୋନାରୁ ବର୍ତ୍ତିବା ପାଇଁ ବୁଷ୍ଟର ଡୋଜ ଦେବାକୁ ଦାବି ହେଉଛି । ତେବେ ଭାରତରେ ବୁ୍‌ଷ୍ଟର ଡୋଜ ଦିଆଯିବ କି ନାହିଁ ସେ ନେଇ ଆଜି ନିଷ୍ପତ୍ତି ନିଆଯାଇପାରେ ।

ବୁଷ୍ଟର ଡୋଜର ଆବଶ୍ୟକତା ରହିଛି କି ନାହିଁ ସେ ନେଇ ବିଶେଷଜ୍ଞ କମିଟିର ବୈଠକ ବସିବ ଡ୍ରଗ୍ସ କଣ୍ଟ୍ରୋଲର ଅଫ ଇଣ୍ଡିଆ ଅଧିନରେ ଥିବା ବିଶେଷଜ୍ଞ କମିଟି ବୁଷ୍ଟର ଡୋଜ ସମ୍ବନ୍ଧରେ ବୈଠକ କରିବ । ନିକଟରେ କୋଭିସିଲ୍ଡ ବୁଷ୍ଟର ଡୋଜକୁ ଅନୁମୋଦନ ପାଇଁ ଆବେଦନ କରିଛି ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ । ଦେଶ ପାଇଁ ଆବଶ୍ୟକ ଥିବା ଟିକା ଏବେ ମହଜୁଦ ରହିଛି । ୟୁକେରେ ଆଷ୍ଟ୍ରାଜେନେକା ଟିକାକୁ ବୁଷ୍ଟର ଡୋଜ ପାଇଁ ଅନୁମତି ମିଳିଥିବାରୁ ଭାରତରେ ମଧ୍ୟ ଅନୁମତି ଦେବାକୁ ଅନୁରୋଧ କରାଯାଇଛି ।

ବୁଷ୍ଟର ଡୋଜ ଦେବା ଦାବିକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଖାରଜ କରିଛି । ମନ୍ତ୍ରାଳୟ କହିଛି,ଦ୍ୱିତୀୟ ଡୋଜ ନେବାର ୯ ମାସ ମଧ୍ୟରେ ତୃତୀୟ ଡୋଜ ନେବାର ଆବଶ୍ୟକତା ନାହିଁ । ସେହିପରି ବୁଷ୍ଟର ଡୋଜ ପରିବର୍ତ୍ତେ ଏହାକୁ ତୃତୀୟ ଡୋଜ କହିବାକୁ କହିବାକୁ କହିଛି ମନ୍ତ୍ରାଳୟ ।

ତେବେ ଦକ୍ଷିଣ ଆଫ୍ରିକାରୁ କରୋନା ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ଚିହ୍‌ଟ ପରେ ଏହା ଗୋଟେ ପରେ ଗୋଟେ ଦେଶକୁ ଯେଉଁଭଳି ଡେଇଁବାରେ ଲାଗିଛି ଲୋକଙ୍କ ମଧ୍ୟରେ ପୁଣି ଭୟର ବାତାବରଣ ଖେଳିଯାଇଛି । ଭାରତରେ ମଧ୍ୟ ଓମିକ୍ରନରୁ ବର୍ତ୍ତିବା ପାଇଁ ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ଅବଲମ୍ବନ କରାଯାଇଛି । ବିଦେଶ ଫେରନ୍ତାଙ୍କ ଉପରେ କଡା ନଜର ରଖାଯାଇଛି । ତେବେ ଓମିକ୍ରନ ଦେଶରେ ଆଗକୁ ତୃତୀୟ ଲହର ଆଣିବାର ସମ୍ଭାବନା ଥିବା ବେଳେ ବୁଷ୍ଟର ଡୋଜ ନେଇ ଦାବି ହୋଇଛି।

Leave A Reply

Your email address will not be published.