ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ, ନିର୍ବାଚନ କମିଶନଙ୍କ ପ୍ରାଥମିକତା
ଦାଦନ ଶ୍ରମିକ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ
ପୁରୀ: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍
ସିବିଏସଇ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ପ୍ରାର୍ଥନା କଲା ଏନସିଇଆରଟି
କରୁର ଦଳାଚକଟା ମାମଲାରେ ଅଭିନେତା ବିଜୟଙ୍କୁ ପୁଣିଥରେ ସିବିଆଇ ସମନ୍
ଦିଲ୍ଲୀ ଦଙ୍ଗା ମାମଲାରେ ଶର୍ଜିଲ ଇମାମଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ
ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ

ଏନ୍‌କାଉଣ୍ଟରରେ ଟଳିଲେ ୩ ଆତଙ୍କୀ

0

ଜମ୍ମୁ-କାଶ୍ମୀର ପୁଲୱାମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୨ ଜଣ ଜୈସ ଆତଙ୍କୀ ଥିବା ବେଳେ ଜଣେ ପାକିସ୍ତାନ ଆତଙ୍କୀ । ଆତଙ୍କବାଦୀଙ୍କ ଠାରୁ ବିପୁଳ ପରିମାଣର ମାରଣାସ୍ତ୍ର ଓ ବିସ୍ଫୋରକ ଜବତ କରାଯାଇଛି । କାଶ୍ମୀର ଆଇଜି ବିଜୟ କୁମାର କହିଛନ୍ତି ଯେ, ପୁଲୱାମାର ଚାନ୍ଦଗ୍ରାମରେ ହୋଇଥିବା ଏନକାଉଣ୍ଟ ରରେ ୩ ଜଣ ଆତଙ୍କୀ ନିହତ ହୋଇଛନ୍ତି । ସେମାନଙ୍କଠୁ ଦୁଇଟି ଏମ-୪ କାର୍ବାଇନ, ଗୋଟିଏ ଏକେ-୪୭ ରାଇଫଲ ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି ।

କାଶ୍ମୀର ଜୋନ ପୁଲିସ ଏହି ବିଷୟରେ ସୂଚନା ଦେଇ କହିଛନ୍ତି କି, ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ କିନ୍ତୁ ସେମାନେ ରାଜି ହୋଇନଥିଲେ । ସେମାନେ ରାଜିନହେବାରୁ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ସୁରକ୍ଷାବାହିନୀ ଆରମ୍ଭ କରିଥିବା ଏକ ଅପରେସନରେ ବଡ଼ ସଫଳତା ମିଳିଛି ଗତକାଲି ଶ୍ରୀନଗରରେ ଦୁଇଟି ପୃଥକ ପୃଥକ ଏନକାଉଣ୍ଟରରେ ସୁରକ୍ଷାକର୍ମୀମାନେ ୩ ଆତଙ୍କୀକୁ ନିହତ କରିଥିଲେ । ଜମ୍ମୁ କାଶ୍ମୀର ପୁଲିସ ଅନୁସାରେ,ଲସ୍କର-ଇ-ତୋଇବା ସହ ଜଡିତ ଜଣେ ଆତଙ୍କବାଦୀକୁ ସୁରକ୍ଷାକର୍ମୀମାନେ ଏନକାଉଣ୍ଟର କରିଛନ୍ତି । ନିହତ ଆତଙ୍କବାଦୀ ସଲିମ ପାରେ ବୋଲି ଜଣାପଡିଛି । ସେହିପରି ଅନ୍ୟ ଜଣେ ବିଦେଶୀ ଆତଙ୍କବାଦୀକୁ ମଧ୍ୟ ନିହତ କରାଯାଇଛି । ପାକିସ୍ତାନ ଆତଙ୍କବାଦୀ ହାଫିଜ ଖସିଯିବାରେ ପ୍ରଥମେ ସଫଳ ହୋଇଥିଲା । ଏହା ପରେ ତାକୁ ଧରିବାକୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ତାର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.