ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

ଦେଶରେ ଦିନକରେ ୫୮ ହଜାର ସଂକ୍ରମିତ

0

ଦେଶରେ ଓମିକ୍ରନ ଜନିତ ସଂକ୍ରମଣ ହୁ ହୁ ହୋଇ ବଢୁଥିବାରୁ ସରକାରଙ୍କ ନିଦ ହଜିଗଲାଣି । ଗତ ୨୪ ଘ ।ରେ କରୋନା ମାମଲା ୫୫ ଦଶମିକ ୪ ପ୍ରତିଶତକୁ ବୃଦ୍ଧି ପାଇଛି । ଡିସେମ୍ବର ଶେଷ ସପ୍ତାହରୁ ସଂକ୍ରମଣ ବଢିବା ଆରମ୍ଭ ହୋଇଥିବା ବେଳେ ଆଜି ଏହା ୬୦ ହଜାର ପାଖାପାଖି ପହଁଞ୍ଚିଛି। ଦୈନିକ ପଜିଟିଭ ରେଟ୍‌ ୪.୧୮%କୁ ବୃଦ୍ଧି ପାଇଛି । ଗତ ୨୪ ଘ ।ରେ ଦେଶରେ ୫୮ ହଜାର ୯୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୩୪ ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ୩୭ ହଜାର ୩୭୯ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଆଜି ପ୍ରାୟ ୨୧ ହଜାର ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅର୍ଥାତ ଗତକାଲି ତୁଳନାରେ ଆଜିର ସଂକ୍ରମଣ ହାର ୫୫ ପ୍ରତିଶତ ଅଧିକ ।


ନୂଆ ସଂକ୍ରମିତଙ୍କ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩,୫୦,୧୮,୩୫୮ରେ ପହଁଞ୍ଚିଛି। ସେହିପରି ମୃତ୍ୟୁସଂଖ୍ୟା ୪,୮୨,୫୫୧ରେ ପହଁଞ୍ଚିଛି। ଦେଶରେ ଟିକାକରଣ ସହ କଟକଣା କଡାକଡି କରାଯାଇଥିଲେ ସଂକ୍ରମଣ ଧୀରେ ଧୀରେ ବେକାବୁ ହେବାରେ ଲାଗିଛି । ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଉ ୨୪୩ ଓମିକ୍ରନ ଆକ୍ରାନ୍ତକୁ ମିଶାଇ ମୋଟ ଓମିକ୍ରନ ଜନିତ ସଂକ୍ରମିତଙ୍କ ସଂଖ୍ୟା ୨୧ ଶହ ୩୫ରେ ପହଁଞ୍ଚିଛି। ମହାରାଷ୍ଟ୍ରରେ ସର୍ବାଧିକ ୬୫୩ଜଣ ସଂକ୍ରମିତ ରହିଥିବା ବେଳେ ଦିଲ୍ଲୀରେ ୪୬୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣକୁ ଦୃଷ୍ଟିରେ ବିଭିନ୍ନ ରାଜ୍ୟରେ କଟକଣା ଫେରିଛି । ପଶ୍ଚିମବଙ୍ଗ, ଦିଲ୍ଲୀ, ମହାରାଷ୍ଟ୍ର,ପଞ୍ଜାବ, ହରିୟାଣାରେ ନାଇଟ କଫ୍ୟୁର୍ ସହ କଟକଣା କଡାକଡି କରାଯାଇଛି । ଦିଲ୍ଲୀ ଓ କର୍ଣ୍ଣାଟକ ସପ୍ତାହନ୍ତ ସଟଡାଉନ ଲାଗୁ ନେଇ ଘୋଷଣା କରାଯାଇଛି । କର୍ଣ୍ଣାଟକରେ କୌଣସି ପ୍ରକାର ରାଲି, କାର୍ଯ୍ୟକ୍ରମ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି ।

Leave A Reply

Your email address will not be published.