ପ୍ରମୁଖ ଖବର

ସୁନ୍ଦରଗଡ଼ରେ ପ୍ରଚଣ୍ଡ ରୌଦ୍ରତାପ: ଅଂଶୁଘାତରେ ୨୮ ଆକ୍ରାନ୍ତ, ଡାକ୍ତରଖାନାରେ ଭର୍ତ୍ତି
ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଓଲଟିଲା ବସ୍‌, ୨୧ ଯବାନ ଆହତ
ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା: କଟିଲା ତିନି ପୂର୍ବତନ ମନ୍ତ୍ରୀଙ୍କ ଟିକେଟ
ବାଲେଶ୍ବର ଜିଲ୍ଲା ନୀଳଗିରି ଚିକିତ୍ସାଳୟ ସମ୍ମୁଖରେ କ୍ଷୀର ଗାଡ଼ି ଧକ୍କାରେ କାର୍ଯ୍ୟରତ ହୋମଗାର୍ଡଙ୍କ ମୃତ୍ୟୁ, ମୃତକ ଛୋଟକାନପୁର ଅଞ୍ଚଳ ଲକ୍ଷ୍ମୀଧର ଜେନା ଏବଂ ତାଙ୍କର ବୟସ ୫୫ ବୋଲି ସୂଚନା ମିଳୁଛି
ମହାନଦୀ ଡଙ୍ଗାବୁଡ଼ି ଘଟଣା: ମିଳିଲା ଆଉ ୩ ଜଣଙ୍କ ମୃତଦେହ, ଏବେବି ୪ ନିଖୋଜ

ନିୟମ ନମାନିଲେ ଆକ୍ସନ

0
  • ଟ୍ୱିନସିଟିକୁ ଜଗିବେ ୨୫ ପ୍ଲାଟୁନ ଫୋର୍ସ

ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଥିବା ବେଳେ ଆଜି ରାତିରୁ କଡାକଡି ହେବ କଟକଣା । ରାତି ୯ଟାରୁ ସବୁ ସହରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ । ଟ୍ୱିନସିଟିରେ କଟକଣା ଅଧିକ କଡ଼ାକଡ଼ି କରାଯିବ । ରାତି ସାରା ପଇଁତରା ମାରିବ ପୁଲିସ । କୋଭିଡ ନିୟମ ଉଂଲଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ସେ କହିଛନ୍ତି, ଟ୍ୱିନସିଟିରେ ନିୟୋଜିତ ହେବେ ୨୫ପ୍ଲାଟୁନ ପୁଲିସ ଫୋର୍ସ ୧୦୦ ଅଫିସର । ନାଇଟ କର୍ଫୁ ସମୟରେ ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ , ମଲ ବନ୍ଦ ରହିବ । ନିୟମ ଅମାନ୍ୟ କଲେ ଅତି କମରେ ୭ ଦିନ ପାଇଁ ଦୋକାନ ବନ୍ଦ କରିଦିଆଯିବ । ରାଜ୍ୟରେ ଏବେ ତୃତୀୟ ଲହର ପାଇଁ ସମସ୍ତଙ୍କୁ ସଚେତନ ରହିବା ଆବଶ୍ୟକ । ଏଥିପାଇଁ ସାଧାରଣ ଲୋକଙ୍କ ସହଯୋଗ ଆବଶ୍ୟକ । ଆଉ ଗାଇଡଲାଇନରେ ବ୍ୟତିକ୍ରମ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି । ରାତି ୯ରୁ ସକାଳ ୫ ଯାଏ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ନାଇଟ କର୍ଫ୍ୟୁ ସମୟରେ ଜରୁରୀ କାଳୀନ ସେବାକୁ ବାଦ ଦିଆଯିବ ।

Leave A Reply

Your email address will not be published.