ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଆଜିଠୁ ବୁଷ୍ଟର ଡୋଜ..ଜାଣନ୍ତୁ ପ୍ରତ୍ୟେକ ପ୍ରଶ୍ନର ଉତ୍ତର

0

ଦେଶରେ ତୃତୀୟ ଲହରରେ ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି । ଏହାରି ଭିତରେ ସାରା ଦେଶ ସହ ରାଜ୍ୟରେ ଆଜିଠୁ ବୁଷ୍ଟର ଡୋଜ ଦେବା ଆରମ୍ଭ ହୋଇଛି । ଏନେଇ ଜିଲ୍ଲା ସ୍ତରରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ସ୍ୱାସ୍ଥ୍ୟକର୍ମୀ,ସମ୍ମୁଖ ଯୋଦ୍ଧା ଓ ୬୦ ବର୍ଷରୁ ଅଧିକ ଯେଉଁମାନେ ବହୁବିଧ ରୋଗରେ ଆକ୍ରାନ୍ତ ସେମାନଙ୍କୁ ବୁଷ୍ଟର ଡୋଜ ଦିଆଯିବ । ଯେଉଁମାନଙ୍କର ଦ୍ୱିତୀୟ ଡୋଜ ଟିକା ନେବାର ୩୯ ସପ୍ତାହ ପୁରିଥିବ ସେମାନେ ଏହି ବୁଷ୍ଟର ଡୋଜ ବା ପ୍ରିକସନ ଡୋଜ ନେବେ । ୧୫ରୁ ୧୮ ବର୍ଷ ପିଲାଙ୍କର ଏବେ ଟିକାକରଣ ଚାଲିଥିବାରୁ ଦୁଇ ବର୍ଗ ପାଇଁ ପୃଥକ ପୃଥକ ଟିକାକେନ୍ଦ୍ର କରାଯାଇଛିା ।

ତେବେ ଏହି ବୁଷ୍ଟର ଡୋଜକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ପ୍ରଶ୍ନ ରହିଛି । ଯେମିତିକି, କେଉଁ ଟିକା ନେବେ? ପଞ୍ଜୀକରଣ ପୁର୍ନବାର କରିବେ କି ନାହିଁ?
କେତେ ଦିନ ପରେ ନେଇପାରିବେ ବୁଷ୍ଟର ଡୋଜ?ଆସନ୍ତୁ ଜାଣିବା ଏହା ବିଷୟରେ … କେଉଁ ଟିକା ଦିଆଯିବ?

ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ, ଯେଉଁ ଲୋକ ବୁଷ୍ଟର ଡୋଜ ନେବାକୁ ଯାଉଛନ୍ତି, ତାଙ୍କୁ ସେହି ଟିକା ଦିଆଯିବ ଯାହା ସେ ପ୍ରଥମ ଓ ଦ୍ୱିତୀୟ ଡୋଜରେ ନେଇଥିଲେ ।ଅର୍ଥାତ ଯଦି ଆପଣ କୋଭିସିଲ୍ଡ ଟିକା ନେଇଥିବେ ତେବେ ଆପଣଙ୍କୁ ବୁଷ୍ଟର ଡୋଜ ବି କୋଭିସିଲ୍ଡ ଦିଆଯିବ।
ପଞ୍ଜୀକରଣ କରିବାକୁ ପଡିବ କି?
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଦ୍ୱିତୀୟ ଥର ପଞ୍ଜୀକରଣ କରିବାର ଆବଶ୍ୟକତା ନାହିଁ । କୋ ୱିନ ଆପ୍‌ରେ ଆପଏଣ୍ଟମେଣ୍ଟ ନେଇହେବ । ଏଥିରେ ତୃତୀୟ ଡୋଜ ପାଇଁ ଫିଚର ଛଡାଯାଇଛି । ଟିକାକରଣ କେନ୍ଦ୍ରକୁ ସିଧା ଯାଇ ବି ବୁଷ୍ଟର ଡୋଜ ନେଇପାରିବେ

କେବେ ନେଇପାରିବେ ବୁଷ୍ଟର ଡୋଜ?
ଦ୍ୱିତୀୟ ଡୋଜ ନେବାର ୯ ମାସରେ ବୁଷ୍ଟର ଡୋଜ ନେଇହେବ । ଟିକାକରଣ କେନ୍ଦ୍ରରେ କୌଣସି ସାର୍ଟିଫିକେଟ ଦେଖାଇବାକୁ ପଡିବ କି? ଯଦି ଆପଣଙ୍କ ବୟସ ୬୦ ବର୍ଷରୁ ଅଧିକ ଓ ଅନ୍ୟ ରୋଗରେ ପୀଡିତ ଅଛନ୍ତି,ତେବେ ଆପଣ ବିନା ସାର୍ଟିଫିକେଟ ଓ ରେଜିଷ୍ଟ୍ରେସନରେ ଟିକା ନେଇପାରିବେ । କିନ୍ତୁ ବୁଷ୍ଟର ଡୋଜ ନେବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।
ବୁଷ୍ଟର ଡୋଜ ପରେ ଟିକା ସାର୍ଟିଫିକେଟ ମିଳିବ କି?
ଯଦି ଆପଣଙ୍କୁ ଟିକାର ତୃତୀୟ ଡୋଜ ଦିଆଯିବ, ସବୁଥର ପରି ପଞ୍ଜୀକୃତ ମୋବାଇଲରେ ଏକ ସାର୍ଟିଫିକେଟ ମିଳିବ ।

ଟିକାକରଣ କେନ୍ଦ୍ରକୁ କେଉଁ କାଗପତ୍ର ନେବାକୁ ହେବ?
ଯଦି ବୁଷ୍ଟର ଡୋଜ ନେବାକୁ ଯାଉଛନ୍ତି ତ, ସାଙ୍ଗରେ ଆଧାର କାର୍ଡ, ପ୍ୟାନ କାର୍ଡ,ଡ୍ରାଇଭିଙ୍ଗ ଲାଇସେନ୍ସ କିମ୍ବା କୌଣସି ପରିଚୟ ପତ୍ର ନେଇକି ଯାଇପାରିବେ ।

Leave A Reply

Your email address will not be published.