ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କୁଲଗାମରେ ଏନକାଉଣ୍ଟରରେ ୨ ଆତଙ୍କୀ ନିହତ

0

ଜମ୍ମୁ-କାଶ୍ମୀର କୁଲଗାମରେ ଆଜି ସକାଳୁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଦୁଇ ତରଫରୁ ଜୋରଦାର ଗୁଳିମାଣ୍ଡହୋଇଛି । ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । କାଶ୍ମୀର ପୁଲିସ ଅନୁସାରେ, ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ସକାଳୁ ହିଁ ଗୁଳିମାଡ଼ ଆରମ୍ଭ ହୋଇଯାଇଥିଲା । ତେବେ ଆତଙ୍କୀ କେଉଁ ସଂଗଠନରେ ଥିଲେ, ତାହା ଏଯାଏ ଜଣାପଡିନାହିଁ ।


କାଶ୍ମୀର ପୁଲିସ ପକ୍ଷରୁ କୁହାଯାଇଛି ଯେ, ନିହତ ହୋଇଥିବା ୨ ଆତଙ୍କବାଦୀଙ୍କ ପାଖରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଳ ବାରୁଦ ଜବତ ହୋଇଛି । ଏହା ସହ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ ହୋଇଛି । ତେବେ ନିହତ ହୋଇଥିବା ଆତଙ୍କବାଦୀ କେଉଁ ସଂଗଠନର ଥିଲେ ,ସେ ନେଇ ପୁଲିସ ତଲାସୀ ଜାରି ରଖିଛି । ଗୋଟିଏ ଦିନ ପୂର୍ବରୁ ହିଁ କୁଲଗାମର ହୋସେନପୋରାରେ ୨ ଆତଙ୍କୀ ଲୁଚି ରହିଥିବା ଖବର ମିଳିଥିଲା ।ଏହା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏହା ପୂର୍ବରୁ ଜାନୁଆରୀ ୩ରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିମାଡ଼ରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ

ଜାନୁଆରୀ ୨୦୨୨ରେ ଏହା ହେଉଛି ସପ୍ତମ ଏନକାଉ ର । ଏହା ପୂର୍ବରୁ ନିରାପତ୍ତା ବଳ ପ୍ରାୟ ୧୩ ଜଣ ଆତଙ୍କବାଦୀଙ୍କୁ ନିପାତ କରିସାରିଲେଣି । ପୂର୍ବରୁ ସଂଗଠିତ ୬ଟି ଏନକାଉଣ୍ଟ ରରେ ସୁରକ୍ଷାକର୍ମୀ ୧୧ ଜଣ ଆତଙ୍କବାଦୀଙ୍କୁ ହତ୍ୟାକରିବାରେ ସଫଳ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣ ପାକିସ୍ତାନୀ ନାଗରିକ ଥିଲେ । ସେମାନଙ୍କଠାରୁ ଆମେରିକା ନିର୍ମିତ ଦୁଇଟି ଏମ ୪ ରାଇଫଲ, ଦୁଇଟି ଏକେ ୫୬,ଦୁଇଟି ଏକେ ୪୭ ରାଇଫଲ ସମେତ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

Leave A Reply

Your email address will not be published.