ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

ଲକଡାଉନ ମୁହାଁ ଦିଲ୍ଲୀ! ସବୁ ଘରୋଇ ଅଫିସ ବନ୍ଦ

0

ଦିଲ୍ଲୀରେ କରୋନା ଓ ଓମିକ୍ରନ ସଂକ୍ରମିତଙ୍କ ମାମଲା ଦ୍ରୁତ ଗତିରେ ବଢୁଥିବାରୁ କୋଭିଡ଼ କଟକଣା ଆହୁରି ବଢାଇଦିଆଯାଇଛି । କରୋନା ମାମଲା ହଠାତ ବୃଦ୍ଧି ପରେ ଦିଲ୍ଲୀରେ ଲକଡାଉନ ଭଳି କଟକଣା ଜାରି କରାଯାଇଛି । ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଏହାର ନିର୍ଦ୍ଦେଶ ଜାରି କରିଛନ୍ତି । ଦିଲ୍ଲୀରେ ଲକଡାଉନ ଲାଗୁ କରାଯାଇନାହିଁ କିନ୍ତୁ ଲକଡାଉନ ଭଳି କଟକଣା ଲାଗୁ କରାଯାଇଛି । ସମସ୍ତ ଘରୋଇ ଅଫିସ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଜାରି ରହିଛି । ସ୍କୁଲ ,କଲେଜ ପ୍ରଥମରୁ ହିଁ ବନ୍ଦ ରହିଛି । କୌଣସି ପ୍ରକାର ଭିଡ ଜମାଇବାକୁ ବାରଣ କରାଯାଇଛି । ଆବଶ୍ୟକ ନଥିଲେ ଘରୁ ବାହାରିବାକୁ ମନା କରାଯାଇଛି।

ଘରୋଇ ଅଫିସ ବନ୍ଦ
ଦିଲ୍ଲୀରେ ସବୁ ଘରୋଇ ଅଫିସ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ରହିଛି ।ସମସ୍ତ କର୍ମଚାରୀ ୱାର୍କ ଫ୍ରମ ହୋମରେ କାମ କରିବେ । କେବେଳ ଜରୁରୀ ସେବା ସହ ଜଡିଓ ଘରୋଇ ଅଫିସ ଖୋଲିବା ପାଇଁ କୁହାଯାଇଛି ।ପୂର୍ବରୁ ଦିଲ୍ଲୀର ଘରୋଇ ଅଫିସ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିଥିଲା । ୫୦ ପ୍ରତିଶତ କର୍ମଚାରୀ ଘରୁ ଓ ୫୦ କର୍ମଚାରୀ ଅଫିସରେ କାମ କରିବେ ବୋଲି ନିର୍ଦ୍ଦେଶ ଜାରି କରାଯାଇଥିଲା ।
ରେଷ୍ଟୁରାଣ୍ଟ , ବାର ବନ୍ଦ
ଏବେ ରାଜ୍ୟରେ ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟ ମଧ୍ୟ ବନ୍ଦ ରହିବ । ରେଷ୍ଟୁରାଣ୍ଟ ଗୁଡିକ ଖାଦ୍ୟ ହୋମ ଡେଲିଭରି କରିବେ ବୋଲି କୁହାଯାଇଛି । ରେଷ୍ଟୁରାଣ୍ଟ ରେ ବସିକି ଖାଦ୍ୟ ଖାଇବାକୁ ଅନୁମତି ନାହିଁ । ପୂର୍ବରୁ ୫୦ ପ୍ରତିଶତ କ୍ଷମତାରେ ସବୁ ରେଷ୍ଟୁରାଣ୍ଟ ଓ ହୋଟେଲ ଖୋଲିବାକୁ ଅନୁମତି ଥିଲା ।
କେଉଁମାନଙ୍କ କୋହଳ କଟକଣା?
ସୁପ୍ରିମକୋର୍ଟ,ହାଇକୋର୍ଟ, ଜିଲ୍ଲା କୋର୍ଟ ଜଜ୍‌,ଓକିଲଙ୍କ ପାଇଁ କଟକଣା କୋହଳ ରହିବ । କୌଣସି ମାମଲାର ଶୁଣାଣୀ ସହ ଜଡିତ ଲୋକ ଘରୁ ବାହାରକୁ ବାହାରିପାରିବେ । ତେବେ ଆଇଡି କାର୍ଡ ଦେଖାଇବା ଜରୁରୀ ଅଟେ । ଦୂତବାସରେ କାମ କରୁଥିବା କର୍ମଚାରୀ ଆଇଡି କାର୍ଡ ଦେଖାଇ ଯାତାୟାତ କରିପାରିବେ ।ଘରୋଇ ଡାକ୍ତର, ନର୍ସିଂ ଷ୍ଟାଫ,ପାରାମେଡିକାଲ ଷ୍ଟାଫ,ସ୍ୱାସ୍ଥ୍ୟ ସେବା ସହିତ ଜଡିତ ଲୋକ ଘରୁ ବାହାରକୁ ବାହାରିପାରିବେ । ଟିକାକରଣ ପାଇଁ ମଧ୍ୟ ଘରୁ ବାହାରିପାରିବେ । ସେହିପରି ବିମାନବନ୍ଦର,ରେଳଷ୍ଟେସନ, ବସ ଷ୍ଟାଣ୍ଡରୁ ଯାତ୍ରୀ ଯିବା ଆସିବା କରିପାରିବେ । ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ମଧ୍ୟ କଟକଣା କୋହଳ ରହିଛି ।
ମେଟ୍ରୋ ଓ ବସ ପାଇଁ କଣ ନିୟମ?
ମେଟ୍ରୋ ଓ ବସ ପୁରା କ୍ଷମତାରେ ଚାଲିବ । ମେଟ୍ରୋରେ ଯାତ୍ରୀ ଛିଡା ହୋଇ ଯାତ୍ରା କରିପାରିବେ ନାହିଁ । ଡିଟିସି ବସରେ ମଧ୍ୟ ୧୦୦ ପ୍ରତିଶତ ଯାତ୍ରୀ ଯିବା ନେଇ ଅନୁମତି ରହିଛି । କିନ୍ତୁ ବସରେ ବି ଯାତ୍ରୀ ଛିଡା ହୋଇ ଯାଇପାରିବେ ନାହିଁ । ଦିଲ୍ଲୀରେ ଗତ ୨୪ ଘଣ୍ଟା ରେ ୧୯ ହଜାର ୧୬୬ ନୂଆ ମାମଲା ଆସିଛି । ୧୭ ଜଣଙ୍କ ଜୀବନ ଯାଇଛି କରୋନାରେ । ଦିଲ୍ଲୀରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୫ ହଜାରରେ ପହଁଞ୍ଚି ଯାଇଛି। ଯାହା ଚିନ୍ତାଜନକ ।

Leave A Reply

Your email address will not be published.