ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଦେଶରେ ୨ ଲକ୍ଷ ମୁହାଁ ସଂକ୍ରମଣ, ଦିନକୁ ଦିନ ବିଗୁଡିଛି ସ୍ଥିତି

0

୨୪ ଘଣ୍ଟାରେ ୧୫.୮ ପ୍ରତିଶତ ବଢ଼ିଲା ସଂକ୍ରମଣ

୪୪୨ ଜଣଙ୍କର ମୁଣ୍ଡ ନେଇଗଲା କରୋନା

ଦିଲ୍ଲୀ ଏବଂ କେରଳ ସ୍ଥିତି ଚିନ୍ତାଜନକ ହେଲାଣି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ୨ ଲକ୍ଷ ମୁହାଁ ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ଲକ୍ଷେ ୯୪ ହଜାର ୭୨୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତକାଲି ତୁଳନାରେ ୧୫.୮ ପ୍ରତିଶତ ବଢିଲା ସଂକ୍ରମଣ। ମଙ୍ଗଳବାର ତୁଳନାରେ ବୁଧବାର ୨୬ ହଜାର ୬୫୭ ଅଧିକ ମାମଲା ଚିହ୍ନଟ ହୋଇଛି।

ସେହିପରି ଦିନକରେ ୪୪୨ ଜଣଙ୍କ ମୃତ୍ୟୁ ହୋଇଛି।ମୋଟ ମୃତ୍ୟୁ ସଂଖ୍ୟା ଦେଶରେ ୪ ଲକ୍ଷ ୮୪ ହଜାର ୬୫୫ରେ ପହଞ୍ଚିଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା
ଦେଶରେ ୯ ଲକ୍ଷ ୫୫ ହଜାର ଟପିଛି। ଏଯାଏଁ ସୁସ୍ଥ ହେଲେଣି ୩ କୋଟି ୪୬ ଲକ୍ଷ ୩୦ ହଜାର ୫୩୬ ଆକ୍ରାନ୍ତ। ସେହିପରି ଟିକାକରଣ ଜୋରଦାର ଦେଶରେ ଚାଲିଥିବା ବେଳେ ଏଯାଏ ଟିକା ନେଲେଣି ୧୫୩ କୋଟି ୮୦ ଲକ୍ଷରୁ ଅଧିକ।

ସେପଟେ ଦେଶରେ ଲଗାତର ଅଧିକ ଚିହ୍ନଟ ହେଉଥିବା ମୁମ୍ବାଇରେ ଦୈିନିକ ସଂକ୍ରମଣ କମୁଛି। ମୁମ୍ବାଇରେ ୩୪ ହଜାର ୪୨୪ ମାମଲା ଚିହ୍ନଟ ହୋଇଛି। ୨୨ ଜଣଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀ ଓ କେରଳରେ ସ୍ଥିତି ଚିନ୍ତାଜନକ ରହିଛି। ସଂକ୍ରମଣକୁ ଆଖି ଆଗରେ ରଖି ଦିଲ୍ଲୀ ସରକାର ସମସ୍ତ ଘରୋଇ ଅଫିସ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘରୋଇ ଅଫିସର କର୍ମଚାରୀ ଘରେ ରହି କାମ କରିବାକୁ କୁହାଯାଇଛି। କର୍ଣ୍ଣାଟକରେ ସଂକ୍ରମଣ ବଢିବା ପରେ ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ସମସ୍ତ ଧାର୍ମିକ ଓ ରାଜନୈତିକ ସମାବେଶ,ରାଲି ,ଧାରଣା, ଉପରେ ପ୍ରତିବନ୍ଧକ ଲଗାଯାଇଛି। ସେହିପରି
ବିବାହରେ ଶହେ ଜଣଙ୍କୁ ସାମିଲ ପାଇଁ ଅନୁମତି ମିଳିଛି।

ଦେଶରେ ମୋଟ ୪ ହଜାର ୮୬୮ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ହଜାରେରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି। ମହାରାଷ୍ଟରେ ୧୨୮୧ ଓ ରାଜସ୍ଥାନରେ ୬୪୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.