ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ଦେଶରେ ନିଆଁ ଭଳି ମାଡୁଛି ସଂକ୍ରମଣ

0

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଯେଭଳି ଭାବେ ବଢୁଛି ତାହା ସମସ୍ତଙ୍କ ନିଦ ହଜାଇଦେଇଛି। କଟକଣା ପରେ ବି ସଂକ୍ରମଣ ରକେଟ ସ୍ପିଡରେ ମାଡି ଚାଲିଛି। ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୬୪ ହଜାର ୨୦୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ତୁଳନାରେ ୬.୭ ପ୍ରତିଶତ ବଢିଛି ସଂକ୍ରମଣ। ଦେଶରେ ଏବେ କରୋନା ସଂକ୍ରମଣ ହାର ୧୪.୭୮ ପ୍ରତିଶତକୁ ବୃଦ୍ଧି ପାଇଛି

ଦେଶରେ ଆଜି ଗୁରୁବାରଠୁ ୧୬ ହଜାର ୭୮୫ ନୂଆ ମାମଲା ଅଧିକ ଆସିଛି । ଗତକାଲି ୨ ଲକ୍ଷ ୪୭ ହଜାର ୪୧୭ ପଜିଟିଭ ଚିହ୍ନଟ ହୋଇଥିଲେ । ସେହିପରି ଦେଶରେ ଦିନରେ ୩୧୫ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୫ ହଜାର ୩୫୦ରେ ପହଞ୍ଚିଛି। ୨୪ ଘଣ୍ଟାରେ ଲକ୍ଷେ ୯ ହଜାର ୩୪୫ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୨ ଲକ୍ଷ ୭୨ ହଜାର ୭୩। ସେହିପରି କରୋନାକୁ ନିୟନ୍ତ୍ରଣ କରିବାକୁ ଟିକାକରଣ ଜୋରଦାର କରାଯାଇଛି। ଏଯାଏଁ ୧୫୫ କୋଟି ୩୯ ଲକ୍ଷରୁ ଅଧିକ ଟିକା ନେଇସାରିଲେଣି।

ଦେଶରେ ଓମିକ୍ରନ ସଂକ୍ରମିତଙ୍କ ମଧ୍ୟ ବଢି ବଢି ଚାଲିଛି। ୫ହଜାର ୭୫୩ରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି। ସବୁଠାରୁ ଅଧିକ ଓମିକ୍ରନ ସଂକ୍ରମିତମହାରାଷ୍ଟ୍ର ଓ ଦିଲ୍ଲୀରୁ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.