ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ଟ୍ରାକରୁ କେମିତି ଖସିଲା ଟ୍ରେନ? ଆଜି ରେଳମନ୍ତ୍ରୀ ଯିବେ ଘଟଣାସ୍ଥଳକୁ

0

କୋଲକାତା: ପଶ୍ଚିମବଙ୍ଗ ଜଲାପାଇଗୁଡିରେ ଟ୍ରେନ ଦୁର୍ଘଟଣାର ହେବ ଉଚ୍ଚସ୍ତରୀୟ ତଦନ୍ତ। ଗୌହାଟି-ବିକେନାର ଏକ୍ସପ୍ରେସ ଲାଇନଚ୍ୟୁତ ହୋଇ ଗୁରୁବାର ସନ୍ଧ୍ୟାରେ ବଡ଼ ଧରଣର ଦୁର୍ଘଟଣା ଘଟିଥିଲା। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇସାରିଛି। ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏନଡିଆରଏଫ ସହ ବିଏସଏଫ ବି ରେସ୍କ୍ୟୁ ଅପରେସନରେ ନିୟୋଜିତ ଅଛି। ଆଜି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣା ସ୍ଥଳକୁ ଯିବାର କାର୍ଯ୍ୟକ୍ରମ ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରେଳ ମନ୍ତ୍ରୀଙ୍କ ସହ କଥା ହୋଇ ପୂରା ଘଟଣା ସମ୍ପର୍କରେ ପଚାରିବୁଝିଛନ୍ତି ରେଲୱେ ବି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି। ରେଳ ସୁରକ୍ଷା କମିଶନର ଘଟଣାର ଯାଞ୍ଚ କରିବେ। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ପରିବାର ପାଇଁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ସେହିପରି ଗୁରୁତର ଆହତଙ୍କ ପାଇଁ ଲକ୍ଷେ ଟଙ୍କା ଓ ଅନ୍ୟ ଆହତଙ୍କ ପାଇଁ ୨୫ ହଜାରଙ୍କ ଟଙ୍କାର ସହାୟତା ଘୋଷଣା କରାଯାଇଛି।

ଗୁରୁବାର ସନ୍ଧ୍ୟାରେ ଗୌହାଟି-ବିକେନାର ଏକ୍ସପ୍ରେସ ଜଲପାଇଗୁଡିର ନ୍ୟୁ ଦାମୋହାନି ରେଲୱେ ଷ୍ଟେସନ ନିକଟରେ ଟ୍ରାକରୁ ଖସିଯାଇଥିଲା। ୧୨ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା। ରାତି ସାରା ଉଦ୍ଧାର କାମ ଚାଲିଥିବା ବେଳେ ଯେଉଁମାନେ ଆହତ ଅଛନ୍ତି ସେମାନଙ୍କୁ ତୁରନ୍ତ ଜଲପାଇଗୁଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଯେଉଁ ଯାତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଥିଲେ, ସେମାନେଙ୍କୁ ବିଳମ୍ବିତ ରାତିରେ ସ୍ୱତନ୍ତ୍ର ଟ୍ରେନରେ ଗୌହାଟି ପଠାଯାଇଥିଲା। ତେବେ ରେଳ ଧାରଣାରେ ଫାଟ ଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Leave A Reply

Your email address will not be published.