ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ସଂକୀର୍ତ୍ତନ ମଣ୍ଡଳୀ ଉପରେ ମାଡିଗଲା କାର

0

ପୁରୀ: ମୃତ୍ୟୁବେଳେ କେତେବେଳେ, କେମିତି ଯେ ଆସିବ ତାହା କାହାକୁ ଜଣାନାହିଁ। ଶୁକ୍ରବାର ମକର ସ୍ରଂକାନ୍ତି ଥିଲା। ସଂକୀର୍ତ୍ତନ ମଣ୍ଡଳୀ ଝାଞ୍ଜ,ମୃଦଙ୍ଗ ଧରି ଗାଁ ପରିକ୍ରମା କରୁଥିଲେ। କିନ୍ତୁ ହଠାତ ଘଟିଥିଲା ଅଘଟଣ। ଦ୍ରୁତ ଗତିରେ ସଂକୀର୍ତ୍ତନ ମଣ୍ଡଳୀଙ୍କ ଉପରକୁ ଏକ କାର ମାଡି ଆସିଥିଲା। ଆଉ ଆଖି ପିଛୁଳାକେ ସମସ୍ତଙ୍କ ଉପରେ କାରଟି ଚଢିଯାଇଥିଲା। କାରଟି ସଂକୀର୍ତ୍ତନ ମଣ୍ଡଳୀକୁ ଧକ୍କା ଦେବା ପରେ ଏକ ଇଲେକ୍ଟ୍ରିଖୁଣ୍ଟ ରେ ଯାଇ ପିଟିହୋଇଥିଲା। ତେବେ ଦୁର୍ଘଟଣାରେ ୬ ଜଣ ଗୁରୁତର ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିବା ସୂଚନା ରହିଛି। ପୁରୀ ସାତପଡା ରେବଣା ନୂଆଗାଁରେ ଏଭଳି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ , ଗତକାଲି ରାତି ପ୍ରାୟ ୮ଟା ବେଳେ ନୂଆ ଗାଁର କିଛି ବ୍ୟକ୍ତି ସଂକୀର୍ତ୍ତନ କରି ଗାଁ ପରିକ୍ରମା କରୁଥିଲେ। କିନ୍ତୁ ଗତକାଲି ମକର ସଂକ୍ରାନ୍ତି ଥିବାରୁ ଅଧିକ ଲୋକଙ୍କ ଭିଡ ଜମିଥିଲା। ଗାଁ ଭିତର ଦେଇ ଯାଇଥିବା ଜାତୀୟ ରାଜପଥ କଡ଼ରେ ଏମାନଙ୍କ ସଂକୀର୍ତ୍ତନ କରି ଯିବା ବେଳେ ସାତପଡା ଆଡୁ ପିକନିକ ସାରି ଫେରୁଥିବା ଏକ କାର ହଠାତ ମାଡି ଆସି ସମସଙ୍କୁ ପଛପଟୁ ଧକ୍କା ଦେଇଥିଲା। ଏହା ପରେ ଭାରସାମ୍ୟ ହରାଇ ଏକ ଇଲେକ୍ଟ୍ରି ଖୁଣ୍ଟରେ ଯାଇ ପିଟି ହୋଇଥିଲା।

ଦୁର୍ଘଟଣାରେ ରେବଣା ନୂଆଗାଁର ଜଗନ୍ନାଥ ସାହୁ, ଦୁଃଖୀଶ୍ୟାମ ମିସ୍ତ୍ରୀ,ଗଗନ ମିସ୍ତ୍ରୀ,ପ୍ରତାପ ବାରିକ,କୃଷ୍ଣ ଚନ୍ଦ୍ର ମିସ୍ତ୍ରୀ ଗୁରୁତର ହୋଇଥିଲେ। ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କାହାର ହାତ ଭାଙ୍ଗିଯାଇଛି ତ କାହାର ଗୋଡ଼। ତେବେ ଅତି ଗୁରୁତର ଥିବା ଜଗନ୍ନାଥ ସାହୁ ହସ୍ପିଟାଲରେ ଆଖିବୁଜିଛନ୍ତି। ଗାଁରେ ଏକ ପ୍ରକାର ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି। ଦୁର୍ଘଟଣା ଘଟାଇଥିବା କାର ଚାଳକ ଓ ମାଲିକଙ୍କୁ ଗାଁ ଲୋକ ଅଟକି ରଖି ପୁଲିସର ଜିମା ଦେଇଛନ୍ତି।

Leave A Reply

Your email address will not be published.