ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଯୋଗୀ ଲଢିବେ ଗୋରଖପୁରରୁ..

0

ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନା ପାଇଁ ଆରମ୍ଭ ହୋଇସାରିଛି ପ୍ରସ୍ତୁତି । ଆଜି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ପାଇଁ ବିଜେପିର ତାର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଜେପିର ଉ ର ପ୍ରଦେଶ ଦାୟିତ୍ୱରେ ଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀ କରି ପ୍ରାର୍ଥୀ ତାଲିକା ପ୍ରକାଶ କରିଛନ୍ତି । ତେବେ ବଡ଼ କଥା ହେଉଛି,ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁରରୁ ପ୍ରତିଦ୍ୱନ୍ଦିତା କରିବେ ଏବଂ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟା ସିରାଥୁରୁ ନିର୍ବଚାନ ଲଢିବେ । କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ବିଜେପି ପ୍ରାୟ ୧୭୦ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଉପରେ ଆଲୋଚନା କରିଥିଲା । ବିଜେପି ପଥମ ପର୍ଯ୍ୟାୟରେ ୫୮ଟି ସିଟ ମଧ୍ୟରୁ ୫୭ଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ୫୫ଟି ସିଟ ମଧ୍ୟରୁ ୪୮ଟି ସିଟ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ- ଗୋରଖପୁର, କେଶବ ପ୍ରସାଦ ମୌଯ୍ୟା- ସିରାଥୁ, ଶ୍ରୀକାନ୍ତ ଶର୍ମା-ମଥୁରା, ପଙ୍କଜ ସିଂ-ନୋଏଡା , ହସ୍ତିନାପୁର-ଦୀନେଶ ଖାଟିକ୍‌, କମଲ ଦ ଶର୍ମା- ମେରଠ, ବିଜୟ ପାଲ-ହାପୁଡ଼, ହରେନ୍ଦ୍ର ଚୌଧୁରୀ-ଗଢ


ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୂର୍ବରୁ ମଥୁରା କିମ୍ବା ଅଯୋଧ୍ୟାରୁ ପ୍ରାର୍ଥୀ ହେବେ ବୋଲି କୁହାଯାଉଥିଲା । କିନ୍ତୁ ସେ ତାଙ୍କର ଗଡ଼ ଭାବ ପରିଚିତ ଗୋରଖପୁର ଆସନରୁ ହିଁ ନିର୍ବାଚନ ଲଢିବେ । ଗୋରଖପୁର ଲୋକସଭା ଆସନରୁ ଯୋଗୀ ପୂର୍ବରୁ ଏକାଧିକ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୭ରେ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ଲୋକସଭା ଆସନ ଛାଡିବାକୁ ପଡିଛି । ଦିଲ୍ଲୀରେ ହୋଇଥିବା କେନ୍ଦ୍ରୀୟ ନିର୍ବାଚନ ସମିତି ବୈଠକରେ ଏହା ନିଷ୍ପତ୍ତି ହୋଇଥିଲା ଯେ, କେବଳ ୧୦ ପ୍ରତିଶତ ବିଧାୟକଙ୍କ ଟିକେଟ କଟିବ । ଯୋଗୀ ସରକାରରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ, ଦାରା ସିଂହ ଚୌହ୍ୱାନ, ଧର୍ମ ସିଂ ସାଇନି ଓ ତାଙ୍କ ସମର୍ଥକ ମାନେ ବିଜେପି ଛାଡି ସମାଜବାଦୀ ପାର୍ଟିରେ ଯୋଗଦେବା ପରେ ଦଳ ବ୍ୟାକଫୁଟରେ ରହିଛି । ଉ ରପ୍ରଦେଶରେ ୪୦୩ ବିଧାନସଭା ଆସନ ପାଇଁ ୭ଟି ପର୍ଯ୍ୟାୟରେ ଫେବୃଆରୀ ୧୦ରୁ ମତଦାନ ଆରମ୍ଭ ହେବ । ଫେବୃଆରୀ ୧୦,୧୪,୨୦,୨୩,୨୭ ଏବଂ ମାର୍ଚ୍ଚ ୩ ଓ ୭ରେ ସାତୋଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ମାର୍ଚ୍ଚ ୧୦ରେ ଭୋଟ ଗଣନା ହେବ ।

Leave A Reply

Your email address will not be published.