ପ୍ରମୁଖ ଖବର

ଓଡ଼ିଶାରେ ଯାହା ବି କିଛି ପ୍ରତିଷ୍ଠା ହୋଇଛି କଂଗ୍ରେସ ପାଇଁ: ଖଡଗେ
ରାଜ୍ୟରେ କାଲିଠାରୁ ଗଡ଼ିବ ସବୁ ଘରୋଇ ବସ୍‌
ରାଖୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ୩ୟ କିସ୍ତି
ଆନ୍ଦୋଳନରୁ ଓହରିବାକୁ ସଂଘକୁ ଅନୁରୋଧ କଲେ ପରିବହନ ମନ୍ତ୍ରୀ
ଅବାନ୍ତର ଓ ମିଛ କଥା କହୁଛନ୍ତି ରାହୁଲ: ଆଇନ ମନ୍ତ୍ରୀ
ଅଦାନୀ ପାଇଁ ଶ୍ରୀଜଗନ୍ନାଥଙ୍କ ରଥକୁ ରୋକାଯାଇଛି : ରାହୁଲ ଗାନ୍ଧୀ

ସଂକୀର୍ତ୍ତନ ମଣ୍ଡଳୀ ଉପରେ ମାଡିଗଲା କାର

0

ପୁରୀ: ମୃତ୍ୟୁବେଳେ କେତେବେଳେ, କେମିତି ଯେ ଆସିବ ତାହା କାହାକୁ ଜଣାନାହିଁ। ଶୁକ୍ରବାର ମକର ସ୍ରଂକାନ୍ତି ଥିଲା। ସଂକୀର୍ତ୍ତନ ମଣ୍ଡଳୀ ଝାଞ୍ଜ,ମୃଦଙ୍ଗ ଧରି ଗାଁ ପରିକ୍ରମା କରୁଥିଲେ। କିନ୍ତୁ ହଠାତ ଘଟିଥିଲା ଅଘଟଣ। ଦ୍ରୁତ ଗତିରେ ସଂକୀର୍ତ୍ତନ ମଣ୍ଡଳୀଙ୍କ ଉପରକୁ ଏକ କାର ମାଡି ଆସିଥିଲା। ଆଉ ଆଖି ପିଛୁଳାକେ ସମସ୍ତଙ୍କ ଉପରେ କାରଟି ଚଢିଯାଇଥିଲା। କାରଟି ସଂକୀର୍ତ୍ତନ ମଣ୍ଡଳୀକୁ ଧକ୍କା ଦେବା ପରେ ଏକ ଇଲେକ୍ଟ୍ରିଖୁଣ୍ଟ ରେ ଯାଇ ପିଟିହୋଇଥିଲା। ତେବେ ଦୁର୍ଘଟଣାରେ ୬ ଜଣ ଗୁରୁତର ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିବା ସୂଚନା ରହିଛି। ପୁରୀ ସାତପଡା ରେବଣା ନୂଆଗାଁରେ ଏଭଳି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ , ଗତକାଲି ରାତି ପ୍ରାୟ ୮ଟା ବେଳେ ନୂଆ ଗାଁର କିଛି ବ୍ୟକ୍ତି ସଂକୀର୍ତ୍ତନ କରି ଗାଁ ପରିକ୍ରମା କରୁଥିଲେ। କିନ୍ତୁ ଗତକାଲି ମକର ସଂକ୍ରାନ୍ତି ଥିବାରୁ ଅଧିକ ଲୋକଙ୍କ ଭିଡ ଜମିଥିଲା। ଗାଁ ଭିତର ଦେଇ ଯାଇଥିବା ଜାତୀୟ ରାଜପଥ କଡ଼ରେ ଏମାନଙ୍କ ସଂକୀର୍ତ୍ତନ କରି ଯିବା ବେଳେ ସାତପଡା ଆଡୁ ପିକନିକ ସାରି ଫେରୁଥିବା ଏକ କାର ହଠାତ ମାଡି ଆସି ସମସଙ୍କୁ ପଛପଟୁ ଧକ୍କା ଦେଇଥିଲା। ଏହା ପରେ ଭାରସାମ୍ୟ ହରାଇ ଏକ ଇଲେକ୍ଟ୍ରି ଖୁଣ୍ଟରେ ଯାଇ ପିଟି ହୋଇଥିଲା।

ଦୁର୍ଘଟଣାରେ ରେବଣା ନୂଆଗାଁର ଜଗନ୍ନାଥ ସାହୁ, ଦୁଃଖୀଶ୍ୟାମ ମିସ୍ତ୍ରୀ,ଗଗନ ମିସ୍ତ୍ରୀ,ପ୍ରତାପ ବାରିକ,କୃଷ୍ଣ ଚନ୍ଦ୍ର ମିସ୍ତ୍ରୀ ଗୁରୁତର ହୋଇଥିଲେ। ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କାହାର ହାତ ଭାଙ୍ଗିଯାଇଛି ତ କାହାର ଗୋଡ଼। ତେବେ ଅତି ଗୁରୁତର ଥିବା ଜଗନ୍ନାଥ ସାହୁ ହସ୍ପିଟାଲରେ ଆଖିବୁଜିଛନ୍ତି। ଗାଁରେ ଏକ ପ୍ରକାର ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି। ଦୁର୍ଘଟଣା ଘଟାଇଥିବା କାର ଚାଳକ ଓ ମାଲିକଙ୍କୁ ଗାଁ ଲୋକ ଅଟକି ରଖି ପୁଲିସର ଜିମା ଦେଇଛନ୍ତି।

Leave A Reply

Your email address will not be published.