ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଦେଶର ୨୪ ଘଣ୍ଟାର କରୋନା ଗ୍ରାଫ

0

ଦେଶରେ କରୋନା ସ୍ଥିତି ଧିରେ ଧିରେ ଅଣାୟତ୍ତ ହେବାରେ ଲାଗିଛି । ଏହା ସହ ଓମିକ୍ରନ ଭ୍ୟାରିଆଣ୍ଟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ପ୍ରତିଦିନ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୭୧ ହଜାର ୨୦୨ ନୂଆ ମାମଲା ସାମନାକୁ ଆସିଛି । ଗତକାଲି ଅପେକ୍ଷା ଆଜି ୨ହଜାର ୩୬୯ ଅଧିକ ମାମଲା ଆସିଛି । ଶନିବାର ୨,୬୮,୮୩୩ ପଜିଟିଭ ଚିହ୍ନ୍‌ଟ ହୋଇଥିଲେ ।

ସେହିପରି ଦେଶରେ ୨୪ ଘଣ୍ଟାରେ ୩୧୪ ଜଣ ଆକ୍ରାନ୍ତ ଆଖିବୁଜିଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୬ ହଜାର ୬୬ରେ ପହଞ୍ଚିଛି । ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୫ ଲକ୍ଷ ଟପିଛି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୫ ଲକ୍ଷ ୫୦ ହଜାର ୩୭୬କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ସୁସ୍ଥ ହେଲେଣି ୫୦ ଲକ୍ଷ ୮୫ ହଜାର ୭୨୧ ।

କରୋନାକୁ ମାତ୍ ଦେବା ପାଇଁ ଟିକାକରଣ ଜୋରଦାର କରାଯାଇଥିବା ବେଳେ ଏଯାଏଁ ୧୫୬ କୋଟି ୭୬ ଲକ୍ଷରୁ ଅଧିକ ଟିକା ନେଇସାରିଲେଣି ।ଗତକାଲି ୬୬ ଲକ୍ଷ ୨୧ ହଜାର ୩୯୫ ଡୋଜ ଦିଆଯାଇଛି । ସେପଟେ ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବି ୭ ହଜାର ଟପିଛି । ୭ ହଜାର ୭୪୩ରେ ପହଞ୍ଚିଛି ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା । ମହାରାଷ୍ଟ୍ର ଓ ଦିଲ୍ଲୀରୁ ସର୍ବାଧିକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.