ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ରାଜ୍ୟରେ ୧୧ ହଜାର ଟପିଲା

0

ରାଜ୍ୟର ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଲଗାତର ତିନି ଦିନ ଧରି ୧୦ ହଜାର ଉପରେ ସଂକ୍ରମଣ ରହିବା ପରେ ଗତ ୨୪ ଘଣ୍ଟାରେ ୧୧ ହଜାରରୁ ଅଧିକ ନୂଆ ମାମଲା ଆସିଛି । ଜିଲ୍ଲାରୁ ଜିଲ୍ଲା ବ୍ୟାପିଚାଲିଛି ସଂକ୍ରମଣ । ୫ରୁ ୬ ଜିଲ୍ଲା ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି ।କଟକଣା ସତ୍ୱେ ସଂକ୍ରମଣ ନିୟନ୍ତ୍ରଣ ହେଉନଥିବାରୁ ଜିଲ୍ଳା ଗୁଡିକ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି ।

ଦିନକରେ ୭୭ ହଜାର ୧୨୦ ନମୂନା ପରୀକ୍ଷା କରାଯାଇଥିବା ବେଳେ ୧୧ ହଜାର ୧୭୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷରେ କେବଳ ହଜାରେ ୧୬ ଜଣ ଆକ୍ରାନ୍ତ ଅଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରେ କେବଳ ୩ହଜାର ୪୨୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡରେ ଦୈନିକ ସଂକ୍ରମଣ ୨ ହଜାର ଟପିଛି । ସୁନ୍ଦରଗଡରୁ ୨୪ ଘଣ୍ଟାରେ ୨୧୩୬, କଟକରୁ ୮୨୯, ବଲାଙ୍ଗୀରରୁ ୩୧୨, ଗଞ୍ଜାମରୁ ୧୦୮, ଅନୁଗୁଳରୁ ୧୩୨, ବରଗଡରୁ ୧୨୩, ଜଗତସିଂହପୁରରୁ ୧୯୩, ଯାଜପୁରରୁ ୧୭୯, ଝାରସୁଗୁଡାରୁ ୧୯୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୩୩ ହଜାର ୯୧୨କୁ ବୃଦ୍ଧି ପାଇଛି । ସେହିପରି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୯ ହଜାର ୭୬୩ରେ ପହଞ୍ଚିଛି । ରାଜ୍ୟରେ ଆଉ ୩ ଜଣ କରୋନାରେ ଆଖିବୁଜିଛନ୍ତି । ମୃତକମାନେ ହେଲେ ଗଞ୍ଜାମ,ନୟାଗଡ଼ ଓ ସୁନ୍ଦରଗଡ଼ରୁ ।

Leave A Reply

Your email address will not be published.