ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଘୁଞ୍ଚିଲା ପଞ୍ଜାବ ନିର୍ବାଚନ

0

ଘୁଞ୍ଚିଲା ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ । ଫେୃବଆରୀ ୧୪ ପରିବେର୍ତ୍ତେ ଫେବୃଆରୀ ୨୦ରେ ହେବ ଭୋଟ ଗ୍ରହଣ । ରବି ଦାସଙ୍କ ଜୟନ୍ତୀ ପାଇଁ ରାଜ୍ୟର ସମସ୍ତ ରାଜନୈତିକ ଦଳ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ନିବେଦନ କରିଥିଲେ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ନିର୍ବାଚନ କମିଶନଙ୍କୁ ଚିଠି ଲେଖି ସମସ୍ତ ୧୧୭ ବିଧାନସଭା ଆସନରେ ନିର୍ବାଚନ ତାରିଖ ଘୁ ଞ୍ଚାଇବାକୁ ନିବେଦନ କରିଥିଲେ । ଏବେ ନିର୍ବାଚନ ତାରିଖ ଘୁଞ୍ଚିବା ପରେ ସମସ୍ତ ରାଜନୈତିକ ଦଳ ପାଇଁ ପ୍ରଚାର ସମୟ ବି ବଢିଯାଇଛି ।

ସନ୍ଥ ରବି ଦାସଙ୍କ ଜୟନ୍ତୀ ଫେବୃଆରୀ ୧୦ରୁ । ଏଥିପାଇଁ ବନାରସ ଯିବେ ଲକ୍ଷାଧିକ ଭୋଟର । ସେଠାରେ କିଛି ଦିନ ରହିବେ । ଏଥିପାଇଁ ଅନେକ ଭୋଟର ନିଜ ମତଦାନ ସାବ୍ୟସ୍ତ କରିବାରୁ ବଞ୍ଚିତ ରହିବେ ।ତେଣୁ ସବୁ ରାଜନୈତିକ ଦଳ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଥିଲେ । ଏନେଇ ଆଜି ନିର୍ବାଚନ କମିଶନର ଏକ ବୈଠକ ଡାକିଥିଲେ । ବୈଠକରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି,ବିଜେପି ଓ ପଞ୍ଜାବ ଲୋକ କଂଗ୍ରେସ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ନେଇ ଦେଇଥିବା ଚିଠି ଉପରେ ଆଲୋଚନା ହୋଇଥିଲା ।

ଏହା ପରେ ନିର୍ବାଚନ ତାରିଖ ଘୁଞ୍ଚାଯାଇଛି । ଆସନ୍ତା ଫେବୃଆରୀ ୧୦ରୁ ମାର୍ଚ୍ଚ ୭ ମଧ୍ୟରେ ୭ଟି ପର୍ଯ୍ୟାୟରେ ୫ଟି ରାଜ୍ୟ ଗୋଆ,ମଣିପୁର,ପଞ୍ଜାବ,ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ନିର୍ବାଚନ ହେବାକୁ ଥିବା ବେଳେ ପଞ୍ଜାବ ନିର୍ବାଚନକୁ ଘୁଞ୍ଚାଇଦେଇଛନ୍ତି ନିର୍ବାଚନ କମିଶନ । ମାର୍ଚ୍ଚ ୧୦ରେ ଭୋଟ ଗଣତି କରାଯିବ ।

Leave A Reply

Your email address will not be published.