ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ଆମେରିକାକୁ କାହିଁକି ଉଡାଣ ବନ୍ଦ କଲା ଏୟାର ଇଣ୍ଡିଆ?

0

ଆମେରିକା ବିମାନବନ୍ଦରରେ ଆଜିଠୁ ଆରମ୍ଭ ହୋଇଛି ୫-ଜି ଟେକ୍ନୋଲୋଜି । ତେବେ ଏହି ୫ ଜି ସେବା ବିମାନ ଉଡାଣ ପାଇଁ ବିପଦ ସୃଷ୍ଟି କରିପାରେ । କାରଣ ୫ ଜି ଆରମ୍ଭ ହେବା ଦ୍ୱାରା ଏହାର ପ୍ରଭାବ ବିମାନ ସେବା ଉପରେ ପଡିବ । ବିମାନ ଲ୍ୟାଣ୍ଡିଂ ବେଳେ ଇଞ୍ଜିନ ଓ ବ୍ରେକିଂ ସିଷ୍ଟମ ଉପରେ ଏହା ପ୍ରଭାବ ପକାଇବ । ତେଣୁ ଏହି ବିପଦ ଏଡାଇବାକୁ ଏୟାର ଇଣ୍ଡିଆ ତାର ଏକାଧିକ ଉଡାଣକୁ ରଦ୍ଦ କରିଛି । ଦୁବାଇ ଏମିରେଟସ,ନିପନ ଏୟାରୱେଜ,ଜାପାନ ଏୟାରଲାଇନ୍ସ ମଧ୍ୟ ନିଜ ବିମାନ ଉଡାଣ ବାତିଲ କରିଛନ୍ତି ।

ତେବେ ଆମେରିକାକୁ ଭାରତରୁ ବିମାନ ସେବା କେବଳ ଏୟାରଇଣ୍ଡିଆ ହିଁ ଯୋଗାଇଆସୁଥିବା ବେଳେ ଏୟାର ଇଣ୍ଡିଆର ଏପରି ନିଷ୍ପତ୍ତି ଯୋଗୁଁ ଯାତ୍ରୀ ପ୍ରଭାବିତ ହୋଇଛନ୍ତି । ଏହା ସହ ଦୁଇ ଦେଶ ମଧ୍ୟରେ ଥିବା ବାଣିଜ୍ୟିକ ବ୍ୟବସ୍ଥା ମଧ୍ୟ ଅନେକାଂଶରେ ପ୍ରଭାବିତ ହେବ । ଏୟାରଲାଇନ୍ସ ସୂଚନା ଅନୁସାରେ , ବିମାନ ଚଳାଚଳ ତାର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲ ମାଧ୍ୟମରେ ଯାତ୍ରୀମାନଙ୍କୁ ସୂଚନା ଦେଇଛି ଯେ, ବୁଧବାର ଦିନ ଅର୍ଥାତ ଆଜି ଦିଲ୍ଲୀ-ଜେଏଫକେ-ଦିଲ୍ଲୀ ଏବଂ ମୁମ୍ବାଇ-ଇଡବ୍ଲ୍ୟୁ-ମୁମ୍ବାଇ ବିମାନ ଚଳାଚଳ କରିବ ନାହିଁ ।

କରୋନା ସଂକ୍ରମଣ ପାଇଁ ଏବେ ବି ପୂର୍ବଭଳି ବିମାନ ସେବା ସ୍ୱାଭାବିକ ହୋଇନାହିଁ ଆମେରିକାରୁ ଭାରତକୁ ଆସିବା ପାଇଁ କେବଳ ଏୟାର ଇଣ୍ଡିଆ ହିଁ ବିମାନ ସେବା ଯୋଗାଉଛି । କିନ୍ତୁ ଏବେ ୫ଜି ସେବା ଆରମ୍ଭ ହେବା ପରେ ଆମେରିକାରୁ ଭାରତ ଆସିବା ପାଇଁ ଚାହୁଁଥିବା ଯାତ୍ରୀଙ୍କୁ କଷ୍ଟକର ହୋଇପାରେ । ୫ଜି ସେବା ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକାର ୭ଟି ସ୍ଥାନକୁ ବିମାନ ଚଳାଚଳ ବନ୍ଦ କରିବ ବୋଲି ବିଶ୍ୱର ସବୁଠୁ ଅଧିକ ବୋଇଙ୍ଗ ୭୭୭ ବିମାନ ଚଳାଉଥିବା ଦୁବାଇ ଏମିରେଟ୍ସ ମଧ୍ୟ କହିଛି ।

Leave A Reply

Your email address will not be published.