ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ବରଯାତ୍ରୀ ଗାଡି ଦୁର୍ଘଟଣା..ଚାଲିଗଲା ୫ ଜୀବନ

0

ବାହାଘର ଭୋଜି ଖାଇ ଖୁସିରେ ଘରକୁ ଫେରୁଥିଲେ । କିନ୍ତୁ ଅଧାବାଟରେ ଜଗିଥିଲା ମୃତ୍ୟୁ । ଦୁର୍ଘଟଣାରେ ଚାଲିଗଲା ୫ ଜୀବନ । ସୋନପୁର ମହାନଦୀ ପୋଲ ଉପରେ ବିଳମ୍ବିତ ରାତିରେ ଏଭଳି ଅଘଟଣ ଘଟିଛି । ଟ୍ରକ ଓ ବୋଲେରୋ ମୁହାମୁହିଁ ଧକ୍କା ହେବା ଫଳରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଥିବା ୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ,ବାହାଘର ଭୋଜିଖାଇ ବିନିକା କଉଡିଆମୁଣ୍ଡାରୁ ଓ ପ ମହଲା ଓ ନମ୍ନା ଗାଁକୁ ବରଯାତ୍ରୀ ଫେରୁଥିଲେ । ବୋଲେରୋରେ ୧୦ ଜଣ ବରଯାତ୍ରୀ ଫେରୁଥିବା ବେଳେ ମହାନୀଦ ବ୍ରିଜ ଉପରେ ହଠାତ ଏକ ଧାନବୋଝେଇ ଟ୍ରକ ସହ ମୁହାଁମୁିହିଁ ଧକ୍କା ହୋଇଥିଲା । ଦୁଘର୍ଟଣା ଏତେ ଭୟଙ୍କର ଥିଲା ଯେ ଗାଡିର ଆଗ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିଲା । ଘଟଣା ସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା ।ଗାଡିକୁ ଗ୍ୟାସ କଟରରେ କାଟି ଭିତରେ ଚାପି ହୋଇଯାଇଥିବା ଲୋକଙ୍କୁ ବାହାରକୁ ବାହର କରାଯାଇଥିଲା । ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।ଘଟଣାକୁ ନେଇ ସ୍ଥାନୀୟ ଅ ଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୩ ଜଣ ଥିବା ବେଳେ ଅନ୍ୟ ଏକ ପରିବାରର ଦାଦା-ପୁତୁରା ଥିବା ଜଣାପଡିଛି ।

Leave A Reply

Your email address will not be published.