ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ଏସସିବିରୁ ଏୟାରଲିଫ୍ଟ ହେଲେ ରୋଗୀ

0

କଟକ ଏସସିବିରୁ ପ୍ରଥମ ଥର ପାଇଁ ଜଣେ ଗୁରୁତର ରୋଗୀଙ୍କୁ ଏୟାରଲିଫ୍ଟ କରାଯାଇଛି । ରୋଗୀଙ୍କୁ ନେବା ଲାଗି କଟକରୁ ଭୁବନେଶ୍ୱର ବିମାନ ବନ୍ଦ ଯାଏ ଗ୍ରୀନ କରିଡର କରାଯାଇଥିଲା । ଏସସିବିରୁ ଆମ୍ବୁଲାନ୍ସରେ ରୋଗୀ ଜଣକ ବାହାରିବା ପରେ ତାଙ୍କୁ ବିମାନବନ୍ଦର ଯାଏ ନେବାକୁ କମିସନରେଟ ପୁଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା ।

ସକାଳ ସାଢେ ୯ଟାରେ ଏସକର୍ଟରେ ଭୁବନେଶ୍ୱର ବିମାନବନ୍ଦର ଯାଏଁ ନିଆଯାଇଥିଲା ଆମ୍ବୁଲାନ୍ସକୁ । କଲେଜ ଛକ,ଓଏମପି,ନଖରା ଦେଇ ତାଙ୍କୁ ବିମାନବନ୍ଦରରେ ପହ ।ଯାଇଥିଲା । ଆଉ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲା ପୁଲିସ । ରୋଗୀଙ୍କୁ ନେବା ରାସ୍ତା ପୁରା ଖାଲି କରାଯାଇଥିଲା । ଗୁରୁତର ରୋଗୀ ଜଣକ ହେଉଛନ୍ତି ଇନ୍ଦ୍ରମଣି ପାଣି । ସେ ହେଉଛନ୍ତି ସୁରଟ ମ୍ୟୁନିସିପାଲ କମିଶନର ବାଞ୍ଝାନିଧି ପାଣିଙ୍କ ବାପା । ଗତ କିଛି ଦିନ ଧରି ଇନ୍ଦ୍ରମଣି କୀଡନି ଜନିତ ରୋଗ ଓ ଉଚ୍ଚ ରକ୍ତଚାପ ପାଇଁ ଏସସିବିରେ ଚିକିତ୍ସିତ ହେଉଥିଲେ । ମାତ୍ର ତାଙ୍କ ଅବସ୍ଥା ଗୁରୁତର ଥିବାରୁ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ନଆସିବାରୁ ତାଙ୍କୁ ଆଜି ସୁରଟକୁ ଏୟାରଲିଫ୍ଟ କରାଯାଇଛି ।

Leave A Reply

Your email address will not be published.