ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଏସସିବିରୁ ଏୟାରଲିଫ୍ଟ ହେଲେ ରୋଗୀ

0

କଟକ ଏସସିବିରୁ ପ୍ରଥମ ଥର ପାଇଁ ଜଣେ ଗୁରୁତର ରୋଗୀଙ୍କୁ ଏୟାରଲିଫ୍ଟ କରାଯାଇଛି । ରୋଗୀଙ୍କୁ ନେବା ଲାଗି କଟକରୁ ଭୁବନେଶ୍ୱର ବିମାନ ବନ୍ଦ ଯାଏ ଗ୍ରୀନ କରିଡର କରାଯାଇଥିଲା । ଏସସିବିରୁ ଆମ୍ବୁଲାନ୍ସରେ ରୋଗୀ ଜଣକ ବାହାରିବା ପରେ ତାଙ୍କୁ ବିମାନବନ୍ଦର ଯାଏ ନେବାକୁ କମିସନରେଟ ପୁଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା ।

ସକାଳ ସାଢେ ୯ଟାରେ ଏସକର୍ଟରେ ଭୁବନେଶ୍ୱର ବିମାନବନ୍ଦର ଯାଏଁ ନିଆଯାଇଥିଲା ଆମ୍ବୁଲାନ୍ସକୁ । କଲେଜ ଛକ,ଓଏମପି,ନଖରା ଦେଇ ତାଙ୍କୁ ବିମାନବନ୍ଦରରେ ପହ ।ଯାଇଥିଲା । ଆଉ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲା ପୁଲିସ । ରୋଗୀଙ୍କୁ ନେବା ରାସ୍ତା ପୁରା ଖାଲି କରାଯାଇଥିଲା । ଗୁରୁତର ରୋଗୀ ଜଣକ ହେଉଛନ୍ତି ଇନ୍ଦ୍ରମଣି ପାଣି । ସେ ହେଉଛନ୍ତି ସୁରଟ ମ୍ୟୁନିସିପାଲ କମିଶନର ବାଞ୍ଝାନିଧି ପାଣିଙ୍କ ବାପା । ଗତ କିଛି ଦିନ ଧରି ଇନ୍ଦ୍ରମଣି କୀଡନି ଜନିତ ରୋଗ ଓ ଉଚ୍ଚ ରକ୍ତଚାପ ପାଇଁ ଏସସିବିରେ ଚିକିତ୍ସିତ ହେଉଥିଲେ । ମାତ୍ର ତାଙ୍କ ଅବସ୍ଥା ଗୁରୁତର ଥିବାରୁ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ନଆସିବାରୁ ତାଙ୍କୁ ଆଜି ସୁରଟକୁ ଏୟାରଲିଫ୍ଟ କରାଯାଇଛି ।

Leave A Reply

Your email address will not be published.