ପ୍ରମୁଖ ଖବର

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ, ପୁରୀ ଗଲେ ୭୪ ଶ୍ରଦ୍ଧାଳୁ
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଓଡିଶାର ଏହି ୪ ସହର ହେବ କମନ ଇକୋନୋମିକ୍‌ ଜୋନ୍‌
ବାଂଲାଦେଶ ନିର୍ବାଚନ: ବିଏନପିର ସଫଳତାରେ ତାରିକଙ୍କୁ ମୋଦୀଙ୍କ ଅଭିନନ୍ଦନ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ
ଆଜିଠୁ ପରୀକ୍ଷା ପରିଚାଳନା ହବ୍‌କୁ ଯିବ +୨ ପ୍ରଶ୍ନପତ୍ର

ମା’ ହେଲେ ବଲିଉଡ଼ର ଦେଶୀ ଗର୍ଲ ପ୍ରିୟଙ୍କା

0

ବଲିଉଡ଼ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ବି ପ୍ୟାରେ ସ କ୍ଲବରେ ସାମିଲ ହୋଇଯାଇଛନ୍ତି । ପ୍ରିୟଙ୍କା ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସେ ମା’ ହୋଇଥିବା ନେଇ ଖବର ଦେଇଛନ୍ତି । ପ୍ରିୟଙ୍କା ସରୋଗେସି ମାଧ୍ୟମରେ ମା’ ହୋଇଛନ୍ତି । ତେବେ ତାଙ୍କର ପୁଅ ହୋଇଛି କି ଝିଅ ସେ ନେଇ ପ୍ରିୟଙ୍କା କିଛି ଜଣାଇନାହାନ୍ତି ।

ପ୍ରିୟଙ୍କା କହିଛନ୍ତି, ଆପଣ ଜାଣି ଖୁସି ହେବେ ଆମେ ସରୋଗେସି ମାଧ୍ୟମରେ ଆମ ସନ୍ତାନକୁ ସ୍ୱାଗତ କରୁଛୁ । ଏହି କଥା ଆମେ ଗୋପନୀୟ ରଖିଥିଲୁ । କାରଣ ସେହି ସମୟରେ ଆମ ପରିବାର ଉପରେ ଧ୍ୟାନ ଦେବା ଅଧିକ ଗୁରୁତ୍ୱ ଭାବିଥିଲୁ । ତେବେ ଏବେ ଖୁସିର ସମୟ ଆସିଛି । ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ । ପ୍ରିୟଙ୍କା ଏହି ପୋଷ୍ଟ ପରେ ସେଲିବ୍ରେଟିଙ୍କଠୁ ଆରମ୍ଭ କରି ତାଙ୍କ ଫ୍ୟାନ୍ସ ମାନେ ସମସ୍ତେ ଶୁଭେଚ୍ଚା ଜଣାଇଛନ୍ତି । ତେବେ ୟୁଏସ ସାପ୍ତାହିକ

ରିପୋର୍ଟ ଅନୁଯାୟୀ, ପ୍ରିୟଙ୍କା ଓ ନିକ୍ ଜୋନସଙ୍କ ଏକ ଝିଅ ଜନ୍ମ ହୋଇଛି । ତେବେ ଏହା କେତେ ସତ୍ୟ ତାହା ସ୍ପଷ୍ଟ ହୋଇନାହିଁ । ୨୦୧୮ରେ ପ୍ରିୟଙ୍କା ଓ ନିକ୍‌ଙ୍କ ବିବାହ ହୋଇଥିଲା । ରାଜସ୍ଥାନ ଯୋଧପୁରରେ ଉମ୍ମେଦ ଭବନ ପ୍ୟାଲେସରେ ଏମାନଙ୍କ ବିବାହ ହୋଇଥିଲା । କିଛି ଦିନ ପୂର୍ବରୁ ପ୍ରିୟଙ୍କା ତାଙ୍କ ଇନଷ୍ଟାଗ୍ରାମରୁ ନିକ୍ ଜୋନସଙ୍କ ସରନେମ ହଟାଇବା ପରେ ଉଭୟଙ୍କ ମଧ୍ୟରେ ବିଚ୍ଛେଦ ବୋଲି ଚର୍ଚ୍ଚା ହୋଇଥିଲା । ତେବେ ଏହି କପଲ ଏବେ ଖୁସି ଖବର ଦେବାରେ ସମସ୍ତ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି । ଏହି କପଲଙ୍କ ପୂର୍ବରୁ ମଧ୍ୟ ଅନେକ ସେଲିବ୍ରେଟି ସରୋଗେସି ମାଧ୍ୟମରେ ବାପା ,ମାଆ ହୋଇଛନ୍ତି ।

Leave A Reply

Your email address will not be published.