ପ୍ରମୁଖ ଖବର

ଏଫ ଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ୩ ଦିନିଆ ରିମାଣ୍ଡରେ ଯିବ ମୁଖ୍ୟ ଅଭିଯୁକ୍ତ ସମୀର ସାହୁ
ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ
ସୁସ୍ଥ ହେଉଛନ୍ତି ନବୀନ ପଟ୍ଟନାୟକ
ସମ୍ବଲପୁରରେ ହେବ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ
ଲ୍ୟାଣ୍ଡମାଇନ ନ ବିସ୍ଫୋରଣରେ ଜଣେ ଯବାନ ସହିଦ, ୩ ଗୁରୁତର
ପୁଣି ଦିଲ୍ଲୀର ତିନୋଟି ସ୍କୁଲକୁ ବୋମା ଧମକ
ପଞ୍ଚଭୂତରେ ବିଲୀନ ହେଲେ ଶହୀଦ ମନୋଜ ବିଶ୍ୱାଳ

‘ଶାନ୍ତିଲତା’ ରୁ ଶେଷଯାତ୍ରା

0

ଛାତିରେ ହାତ ପିଟି କାନ୍ଦୁଛି ମାଆ । ମୋ ଛୁଆ..ମୋ ଛୁଆ..କାହିଁ ବୋଲି କହି କାନ୍ଦିକି ହସ୍ପିଟାଲ ଚଟାଣରେ ଗଡିଯାଉଛି । କିଏ କାହା ଛୁଆକୁ ହରାଇ ରାହା ଧରି କାନ୍ଦୁଥିବା ବେଳେ ଆଉ କିଏ ନିଜ ଲୋକଙ୍କୁ ହରାଇ ମୁକ ପାଲଟିଯାଇଛି । ଏଯାଏ ଘଟଣାକୁ ବିଶ୍ୱାସ କରିପାରୁନାହାନ୍ତି । ତ ଆଉ କିଏ ଜୀବନ କଣ ଜାଣିବା ଆଗରୁ ମୃତ୍ୟୁକୁ ପାଖରୁ ଦେଖିକି ଫେରିଛି । ଆଜି ବାଲେଶ୍ୱର ସୋର ଡାକ୍ତରଖାନାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ହଠାତ୍ ଯମ ହୋଇ ମାଡି ଆସିଲା କୋଇଲା ବୋଝେଇ ଟ୍ରକ । ଆଉ କେହି କିଛି ବୁଝିବା କି ଜାଣିବା ଆଗରୁ ସବୁ କିଛି ଛାରଖାର ହୋଇଗଲା ।

ବାଲେଶ୍ୱର ସୋରରେ ଆଜି ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଅକାଳରେ ଚାଲିଗଲା ୬ ଜଣଙ୍କ ଜୀବନ । ଆଉ ମୃତକଙ୍କ ମଧ୍ୟରେ ଅଛି ଜଣେ ବର୍ଷକର ଶିଶୁ । ଯିଏ କି ଦୁନିଆ କଣ ଜାଣିବା ପୂର୍ବରୁ ଆଖିବୁଜିଦେଇଛି । ଆଜି ଘରୋଇ ବସ ଶାନ୍ତିଲତା ବାଲେଶ୍ୱରରୁ ଭୁବନେଶ୍ୱର ଯାଉଥିଲା । ଦିନ ପ୍ରାୟ ସାଢେ ଗୋଟାଏ ବେଳେ ବିଦୁ ଛକରେ ବସ ଷ୍ଟପରେ ଛିଡାହୋଇଥିବା ବେଳେ କିଛି ଯାତ୍ରୀ ଓହ୍ଲାଉଥିଲେ । ଆଉ ଏତିକିବେଳେ ଦ୍ରୁତଗତିରୁ ପଛପଟୁ ଆସି ଏକ କୋଇଲା ବୋଝେଇ ଟ୍ରକ ପିଟି ହୋଇଥିଲା । ଫଳରେ ବସଟି ୧୦ ଫୁଟ ତଳକୁ ଖସିପଡିଥିଲା । ଆଉ ଘଟଣା ସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଅଛନ୍ତି ଦୁଇ ନାବାଳିକା, ଜଣେ ବର୍ଷକର ଶିଶୁ, ଜଣେ ମହିଳା ଓ ଦୁଇ ପୁରୁଷ ।

ସେହିପରି ସୋର ଡାକ୍ତରଖାନାରେ ୨୦ ଜଣ ଆହତ ଭର୍ତ୍ତି ଥିବା ବେଳେ ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ୬ ଜଣ ଯାତ୍ରୀଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସୋର ବସ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଲେଖାଁଏ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଏହା ସହ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.