ପ୍ରମୁଖ ଖବର

କେନ୍ଦୁପତ୍ର ତୋଳାଳିଙ୍କୁ ରାଜ୍ୟ ସରକାରଙ୍କ ବଡ଼ ଉପହାର; ବୋନସ ଓ ମୂଲ୍ୟବୃଦ୍ଧିକୁ ମଞ୍ଜୁରି
ଜୁଲାଇ ୧୭ରେ ଗଡ଼ିବ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍, ଶୁଭାରମ୍ଭ କରିବେ ମୋଦୀ
ଓସିସିଏଲ୍ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨୩ କୋଠରୀର ଲଜ୍ ସହ ୮ ପ୍ଲଟ୍ ଠାବ
ଓସିସିଏଲ୍ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨୩ କୋଠରୀର ଲଜ୍ ସହ ୮ ପ୍ଲଟ୍ ଠାବ
ଆନ୍ଧ୍ରରେ ୨ କୋଭିଡ୍ ମୃତ୍ୟୁ ପରେ ଓଡ଼ିଶା ସୀମାରେ ହାଇଆଲର୍ଟ
ରୋଡ୍ ରୋଲର ଚଳାଇ ୪୭୨ କୋଟି ଟଙ୍କାର ନିଶାଦ୍ରବ୍ୟ ନଷ୍ଟ କଲେ ହିମନ୍ତ ବିଶ୍ୱ ସର୍ମା

କୋଟିଆ: ସିଲେକ୍ସନ ନୁହେଁ ଇଲେକ୍ସନ ହେବ

0

ଫେଲ୍ ମାରିଲା ସର୍ବଦଳୀୟ କମିଟିର ରଣନୀତି । କୋଟିଆରେ ସିଲେକ୍ସନ ନୁହେଁ ଇଲେକ୍ସନ ହେବ । ଜିଲ୍ଲା ପରିଷଦ ପାଇଁ ଲଢେଇ କରିବେ ଦୁଇ ପ୍ରାର୍ଥୀ । ସ୍ୱାଧୀନ ପ୍ରାର୍ଥୀ ଭାବେ ଟିକା ଗେମେଲ ଓ ସବିନା ଗୁଡିଆ ନାମାଙ୍କନ ଦାଖଲ କରିଥିଲେ । ଆଉ ସର୍ବଦଳୀୟ ନେତାଙ୍କ ସମ୍ମତିରେ ମମତା ଜାନି ପ୍ରାର୍ଥୀପତ୍ର ଦାଖଲ କରିଥିଲେ । କିନ୍ତୁ ପରେ ସବିନା ଗୁଡିଆ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଫଳରେ ଏବେ ମମତା ଜାନି ଓ ଟିକା ଗେମେଲ ଦୁଇ ପ୍ରାର୍ଥୀ ଜିଲ୍ଲା ପରିଷଦ ପାଇଁ ଲଢେଇ କରିବେ । ପୂର୍ବରୁ କୋଟିଆରେ ଆନ୍ଧ୍ର ଅଗଣତାନ୍ତ୍ରିକ ଭାବେ ନିର୍ବାଚନ କରିସାରିଛି । ଯାହାକୁ ନଜରରେ ରଖି ସର୍ବଦଳୀୟ ନେତା କୋଟିଆରେ ସର୍ବସମ୍ମତି କ୍ରମେ ପ୍ରାର୍ଥୀ ଚୟନ କରିଥିଲେ । କିନ୍ତୁ ପରେ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ଯାହା ସ୍ଥିତିକୁ ଗୋଳିଆ କରିଦେଇଥିଲା

ସ୍ୱାଧୀନ ପ୍ରାର୍ଥୀ ଟିକା ଗେମେଲଙ୍କୁ ଆନ୍ଧ୍ରର ସମ୍ପୂର୍ଣ୍ଣ ସମର୍ଥନ ରହୁଥିବାରୁ ସେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ନାହିଁ ବୋଲି ଜଣାପଡିଛି । ଫେବୃଆରୀ ୧୮ରେ ମତଦାନ ହେବାକୁ ଥିବା ବେଳେ ନିର୍ବାଚନରେ ସର୍ବଦଳୀୟ ନିଷ୍ପତ୍ତି ପରେ ମଧ୍ୟ ଜଣେ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବା ଆନ୍ଧ୍ରର ଦଲାଲୀ ବୋଲି କହିଛନ୍ତି ସର୍ବଦଳୀୟ କମିଟି । କୋଟିଆରେ ପଞ୍ଚାୟତ ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ଆନ୍ଧ୍ର ଷଡଯନ୍ତ୍ର କରୁଥିବା ଖବର ମିଳିଥିଲା । ଏହା ପରେ ଆନ୍ଧ୍ରକୁ କଡା ଜବାବ ଦେବାକୁ ଏକାଠି ହୋଇଥିଲେ ରାଜ୍ୟର ସବୁ ଦଳ ପଞ୍ଚାୟତ ନିର୍ବାଚନ ପାଇଁ ଇଲେକ୍ସନ କରାଯିବ ନାହିଁ । ବଂର ସବୁ ଦଳର ନିଷ୍ପତ୍ତି କ୍ରମେ ସିଲେକ୍ସନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ଅର୍ଥାତ ପଟାଙ୍ଗୀ ବ୍ଲକର କୋଟିଆରେ ବିନା ନିର୍ବାଚନରେ ବଛାଯାଇଥାନ୍ତା ପଞ୍ଚାୟତ ପ୍ରତିନିଧି । କୋରାପୁଟରେ ବସିଥିବା ସର୍ବଦଳୀୟ ବୈଠକରେ ଏପରି ନିଷ୍ପତ୍ତି ହୋଇଥିଲା । ସର୍ବସମ୍ମତିରେ ପ୍ରାର୍ଥୀ ବଛାଯିବ ବୋଲି ନିଷ୍ପତ୍ତି ହୋଇଥିଲା ।କିନ୍ତୁ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ସ୍ଥିତିକୁ ଗୋଳିଆ କରିଦେଇଛି । ତିନି ପ୍ରମୁଖ ରାଜନୈିତିକ ଦଳ ବିଜେଡି,ବିଜେପି ଓ କଂଗ୍ରେସ ସର୍ବସମ୍ମତି କ୍ରମେ ଜିଲ୍ଲା ପରିଷଦ ସଦସ୍ୟ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କୌଣସି ରାଜନୈତିକ ନେତାଙ୍କ ସମ୍ପର୍କୀୟ ନଥିବାରୁ ମମତା ଜାନି ସହମତି ପ୍ରାର୍ଥୀ ଭାବରେ ମନୋନୀତ ହୋଇଛନ୍ତି।

Leave A Reply

Your email address will not be published.