ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ବ୍ରିଜରୁ ଖସିଲା କାର..ବିଧାୟକଙ୍କ ପୁଅ ସମେତ ୭ ମୃତ

0

ମହାରାଷ୍ଟ୍ର ୱାର୍ଦ୍ଧାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ବିଧାୟକଙ୍କ ପୁଅ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଛି । ସୋମବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ସେଲସୁରା ବ୍ରିଜ ଉପରେ ଯିବା ସମୟରେ ଛାତ୍ରଙ୍କ ଗାଡି ସାମନାକୁ ଜଙ୍ଗଲୀ ପଶୁ ପଳାଇଆସିଥିଲେ । ପଶୁକୁ ବଞ୍ଚାଇବାକୁ ଯାଇ ଗାଡି ନିୟନ୍ତ୍ରଣ ହରାଇ ପୋଲ ତଳକୁ ଖସିପଡିଥିଲା ।

ଦୁର୍ଘଟଣା ୱାର୍ଦ୍ଧା ପାଖରେ ତୁଲଜାପୁର ସେଲସୁରା ବ୍ରିଜରେ ହୋଇଛି । ଗାଡିରେ ଥିବା ସମସ୍ତ ୭ ଜଣ ମେଘେ ମେଡିକାଲ କଲେଜର ଛାତ୍ର । ବିଜେପି ବିଧାୟକଙ୍କ ପୁଅ ତାଙ୍କ ସାଙ୍ଗ ମାନଙ୍କ ସହ ଦେଓଲିରୁ ପାର୍ଟି ସାରି ବର୍ଦ୍ଧାକୁ ଯାଉଥିଲେ । ଏସପି ପ୍ରଶାନ୍ତ ହୋଲକର କହିଛନ୍ତି ଯେ, ରାତି ପ୍ରାୟ ସାଢେ ୧୧ଟାରେ ବେଳେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ତିରୋଡା ବିଧାନସଭା କ୍ଷେତ୍ରର ବିଜେପି ବିଧାୟକ ରହାଙ୍ଗଡାଲେଙ୍କ ପୁଅ ଅଭିଷ୍କାର ଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଛାତ୍ରଙ୍କ ପରିବାର ପାଇଁ ୨ ଲକ୍ଷ ଲେଖାଁଏ ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି । ମୃତକ ୭ ଜଣ ହେଲେ ଅଭିଷ୍କାର ରହାଙ୍ଗଡାଲେ(ବିଜେପି ବିଧାୟକଙ୍କ ପୁଅ), ନୀରଜ ଚୌହ୍ୱାନ,ନୀତିଶ ସିଂହ, ବିବେକ ନନ୍ଦନ, ପ୍ରତ୍ୟୁଷ ସିଂହ, ସୁଭମ ଜୟସୱାଲ ଓ ପୱନ ଶକ୍ତି ।

Leave A Reply

Your email address will not be published.