ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ଓମିକ୍ରନ କରୋନା ମହାମାରୀର ଅନ୍ତ ନୁହେଁ, ’ହୁ’ ଦେଲା ଚେତାବନୀ

0

ସମଗ୍ର ବିଶ୍ୱ କରୋନା ମହାମାରୀକୁ ନେଇ ଚିନ୍ତିତ । ଓମିକ୍ରନ ଭ୍ୟାରିଆଣ୍ଟର ସଂକ୍ରମଣ ବିଶ୍ୱର ଅନେକ ଦେଶରେ ଏବେ ବି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହା ଭିତରେ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ(ହୁ) ଚେତାବନୀ ଦେଇଛି ଯେ, ଓମିକ୍ରନ ଭ୍ୟାରିଆଣ୍ଟ ମହାମାରୀର ଅନ୍ତ ନୁହେଁ । ହୁ କହିଛି, କରୋନା ମହାମାରୀ ପୁର୍ନବାର ରୂପ ବଦଳାଇପାରେ । ତେଣୁ ଲୋକମାନେ କରୋନା ପ୍ରତି ସତର୍କ ରହିବା ଉଚିତ୍ । ଟିକାକରଣକୁ ନେଇ ସମଗ୍ର ବିଶ୍ୱ ଅଧିକ ଗମ୍ଭୀର ହେବା ଆବଶ୍ୟକ । ଲୋକଙ୍କୁ ଟିକାକରଣ ଉପରେ ଗୁରୁତ୍ୱ ଦିଆଯିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବା ଜରୁରୀ ।

ବିଶ୍ୱରେ ଦୈନିକ ପ୍ରାୟ ୨୩ ଲକ୍ଷ କରୋନା ମାମଲା ସାମନାକୁ ଆସୁଛି । ଭାରତରେ ଦୈନିକ ୩ ଲକ୍ଷ ଉପରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ରଙ୍ଗ ବଦଳାଉଥିବା କରୋନା ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତବାନୀ ଦେଇ କହିଛି ଯେ, ଓମିକ୍ରନ ଭ୍ୟାରିଆଣ୍ଟ କରୋନାର ଶେଷ ନୁହେଁ । ଏହା ପରେ ଅନେକ ପ୍ରଜାତି ଏଭଳି ଆସିପାରନ୍ତି ।‘ହୁ’ ର ମହାନିର୍ଦ୍ଦେଶକ ଟ୍ରେଡୋସ୍ ଆଡାନୋମ୍ ଗେବ୍ରେଇସସ କହିଛନ୍ତି, ଆଗକୁ କରୋନା ରୂପ ଓ ରଙ୍ଗ ପରିବର୍ତ୍ତନ କରିପାରେ । ଯେଉଁଥିପାଇଁ ପୁଣି ଏକ ନୂତନ ଭ୍ୟାରିଆଣ୍ଟ ସାମନାକୁ ଆସିବ । ଏବଂ ପୁଣି ଥରେ ବିଶ୍ୱକୁ କଷ୍ଟଦାୟକ ସମୟର ସାମନା କରିବାକୁ ପଡିବ ।

କରୋନାର ଭୟ ଏବେ ବି ବଢିଚାଲିଛି । କେବଳ ୯ ସପ୍ତାହରେ ଓମିକ୍ରନ ଭ୍ୟାରିଆଣ୍ଟ ହଇଚଇ ସୃଷ୍ଟି କରିଛି । ପାଖାପାଖି ୮ କୋଟି ମାମଲା ସାମନାକୁ ଆସିସାରିଛି । ୨୦୨୦ରେ ରିପୋର୍ଟ ହୋଇଥିବା ମାମଲାଠୁ ଏହା ଢେର ଅଧିକ । ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୨୩ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତ ଅର୍ଥାତ ପରିସ୍ଥିତି ନିୟନ୍ତ୍ରଣରେ ନାହିଁ ।‘ହୁ’ ର ମୁଖ୍ୟ କାର୍ଯ୍ୟକାରିଣୀ ୧୫୦ ତମ ବୈଠକରେ କହିଛନ୍ତି, ଗତ ସପ୍ତାହରେ ପ୍ରତି ୩ ସେକେଣ୍ଡରେ ୧୦୦ଟି ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ପ୍ରତି ୧୨ ସେକେଣ୍ଡେରେ କରୋନାରେ ଜଣକ ମୃତ୍ୟୁ ହୋଇଛି । ଚେତାବନୀ ମଧ୍ୟରେ ‘ହୁ’ର ମହାନିର୍ଦ୍ଦେଶକ ଏହା ବି କହିଛନ୍ତି ଯେ, କରୋନାର ତୃତୀୟ ଲହରର ସମାପ୍ତି ଚଳିତ ବର୍ଷ ଶେଷ ହୋଇପାରେ କିନ୍ତୁ ଏଥିପାଇଁ ସମସ୍ତ ଦେଶ ଏକାଠି ହୋଇ ଉତ୍ ମ ରଣନୀତି ପ୍ରସ୍ତୁତି କରିବାର ଆବଶ୍ୟକ ରହିଛି ।

Leave A Reply

Your email address will not be published.