ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ

0

ଭୁବନେଶ୍ବର: ଆଜି ସାରା ଦେଶ ପାଳୁଛି ୭୩ ତମ ଗଣତନ୍ତ୍ର ଦିବସ। କୋଭିଡ କଟକଣା ଭିତରେ ରାଜଧାନୀ ଗାନ୍ଧୀମାର୍ଗରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ପତାକା ଉତ୍ତୋଳନ କରିବା ସହ ଅଭିଭାଦନ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ପ୍ୟାରେଡରେ କୋଭିଡ କଟକଣାକୁ ଗୁରୁତ୍ୱ ଦିଆଯାଇଛି। ପୁଲିସ ବ୍ୟାଣ୍ଡକୁ ମିଶାଇ ମୋଟ ୧୦ଟି କଣ୍ଟିଜେଣ୍ଟ ପ୍ୟାରେଡ଼ରେ ଭାଗ ନେଇଥିଲେ। ବିଏସଏଫ ଯବାନ ପ୍ରଥମ ଥର ପାଇଁ ସାମିଲ ହୋଇଥିଲେ। ବିଏସଏଫ,ସିଆରପିଏଫ, ଏସଓଜି,ଓଏସଏଏପି, ଓଡ୍ରାଫ,ଫାୟାର, ଏସଏସବି ଓ ୩ଟି ବ୍ୟାସବ୍ୟାଣ୍ଡ ପରେଡରେ ଯୋଗଦେଇଥିଲେ।

ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ୨୫ ପ୍ଲାଟୁନ ଫୋର୍ସ ସହ ୭୦ ଜଣ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା। ଗାନ୍ଧୀମାର୍ଗକୁ ସଂଯୋଗ କରିଥିବା ସମସ୍ତ ରାସ୍ତାକୁ ସିଲ କରାଯାଇଥିଲା। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସାଧାରଣ ଲୋକଙ୍କୁ ପରେଡ ଦେଖିବାକୁ ବାରଣ କରାଯାଇଥିଲା। ସେହିପରି ପରେଡରେ ଭାଗ ନେଇଥିବା ସମସ୍ତଙ୍କର ଆରଟିପିସିଆର ଟେଷ୍ଟ କରାଯାଇଥିଲା।

ରାଜ୍ୟରେ କୋଭିଡ କଟକଣାରେ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ଗାଇଡଲାଇନ ଜାରି ହୋଇଥିଲା। ବ୍ୟକ୍ତିଗତ ଘରେ ପତାକା ଉତ୍ତୋଳନ ସମୟରେ ୫ ଜଣରୁ ଅଧିକ ଲୋକ ରହିପାରିବେ ନାହିଁ। ସେହିପରି ଶିକ୍ଷାନୁଷ୍ଠାନ,, କ୍ଲବ, ଓ ଅନୁଷ୍ଠାନରେ ୧୦ରୁ ଅଧିକ ଲୋକଙ୍କୁ ଉପସ୍ଥିତ ରହିବାକୁ ମନା କରାଯାଇଥିଲା।

Leave A Reply

Your email address will not be published.