ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

ସେୟାର ବଜାରରେ ବଡ଼ ହ୍ରାସ

0

ସେୟାର ବଜାରରେ ବଡ଼ ହ୍ରାସ । ଗତକାଲିର ଛୁଟି ପରେ ଆଜି ସେନସେକ୍ସରେ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଆଜି ସେନସେକ୍ସ ଓ ନିଫ୍ଟିରେ ହ୍ରାସ ହୋଇଛି । ଆଜି ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜ ଖୋଲିବା ମାତ୍ରେ ସେନସେକ୍ସ ୯୯୪.୦୭ ପଏଣ୍ଟ କୁ ଖସିଛି । ୧.୭୨ ପ୍ରତିଶତ ହ୍ରାସ ସହିତ ୫୬,୮୬୪ ସ୍ତରରେ କାରବାର କରୁଥିବା ଦେଖିବାକୁ ମିଳିଛି । ସୋମବାରରୁ ଆଜି ମଧ୍ୟରେ ସେନସେକ୍ସରେ ପ୍ରାୟ ୪ ହଜାର ପଏଣ୍ଟ ହ୍ରାସ ହେଲାଣି ।

ସେହିପରି ନିଫ୍ଟିରେ ବି ହ୍ରାସ ଘଟିଛି । କାରବାର ଆରମ୍ଭରୁ ନିଫ୍ଟି ୧୭ ହଜାର ପଏଣ୍ଟ ତଳକୁ ଖସିଯାଇଛି । ଆଜି ନିଫ୍ଟି ୧୭,୦୬୨ରେ ଖୋଲା ଥିଲା କିନ୍ତୁ ଖୋଲିବା ପରେ ଏହା ତୁରନ୍ତ ୩୦୯ ପଏଣ୍ଟ ହ୍ରାସରେ ୧୬,୯୬୮ ପଏଣ୍ଟ ରହିଛି । ବ୍ୟାଙ୍କ ନିଫ୍ଟିରେ ଆଜି ୫୫୦ରୁ ଅଧିକ ପଏଣ୍ଟ ହ୍ରାସ ସହିତ କାରବାର ୩୭,୧୫୪ ପଏଣ୍ଟ ରେ ଦେଖାଯାଉଛି । ୩୭,୦୦୦ ସ୍ତର ଭାଙ୍ଗିବା ମାତ୍ରା ଏଥିରେ ଏକ ନିମ୍ନ ସ୍ତରରେ ଟ୍ରେଣ୍ଡ ହୋଇଯିବ ।

ବ୍ୟାଙ୍କ ନିଫ୍ଟିର ସମସ୍ତ ୧୨ଟି ଷ୍ଟକ ରେଡ ମାର୍କରେ ଦେଖିବାକୁ ମିଳିଛି ଏବଂ ଏଚଡିଏଫସି ବ୍ୟାଙ୍କ ଏଥିରେ ସବୁଠୁ ଅଧିକ ପଛରେ ପଡିଥିବା ଦେଖାଦେଉଛି । ଆଜି ନିଫ୍ଟିର ୫୦ଟି ଷ୍ଟକ ମଧ୍ୟରୁ ୪୮ ଟି ଲାଲ ଚିହ୍ନରେ କାରବାର କରୁଛି । କେବଳ ୨ଟି ଷ୍ଟକ ସବୁଜ ଚିହ୍ନରେ କାରବାର କରୁଛି। ବଢୁଥିବା ଷ୍ଟକ ମଧ୍ୟରେ କେବଳ ଓଏନଜିସି ଓ ଓ ମାରୁତିର ସେୟାର୍ସ ଅଛି।

Leave A Reply

Your email address will not be published.