ପ୍ରମୁଖ ଖବର

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ, ପୁରୀ ଗଲେ ୭୪ ଶ୍ରଦ୍ଧାଳୁ
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଓଡିଶାର ଏହି ୪ ସହର ହେବ କମନ ଇକୋନୋମିକ୍‌ ଜୋନ୍‌
ବାଂଲାଦେଶ ନିର୍ବାଚନ: ବିଏନପିର ସଫଳତାରେ ତାରିକଙ୍କୁ ମୋଦୀଙ୍କ ଅଭିନନ୍ଦନ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ
ଆଜିଠୁ ପରୀକ୍ଷା ପରିଚାଳନା ହବ୍‌କୁ ଯିବ +୨ ପ୍ରଶ୍ନପତ୍ର

କରୋନା: ରାଜ୍ୟରେ କମିଲା, ଦେଶରେ ବଢିଲା

0

ରାଜ୍ୟରେ ଆଜି କମିଛି କରୋନା ସଂକ୍ରମଣ । ଗତକାଲି ଅପେକ୍ଷା ଆଜି କରୋନା ମିଟର ତଳକୁ ଖସିଛି । ଆଜି ପୁଣି ଥରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ୫ ହଜାରକୁ ଖସିଛି । ସେପଟେ ଦେଶରେ ସାମାନ୍ୟ ବୃଦ୍ଧି ପାଇଛି କରୋନା ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଣ୍ଟା ରେ ୫ ହଜାର ୯୦୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୩ ହଜାର ୪୧୯ ଜଣ ଥିବା ବେଳେ ସ୍ଥାନୀୟ ଅ ଳରୁ ୨ ହଜାର ୪୮୨ ପଜିଟିଭ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ସୁନ୍ଦରଗଡରୁ ୫୪୫,କଟକରୁ ୪୦୨, ବଲାଙ୍ଗୀରରୁ ୧୮୪, ବରଗଡ଼ରୁ ୧୦୨,ବାଲେଶ୍ୱରରୁ ୩୦୦, ପୁରୀରୁ ୧୧୭ ମାମଲା ଆସିଛି । ରାଜ୍ୟରେ ଦିନକରେ ୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ସୁନ୍ଦରଗଡରୁ ୩ ଜଣ ଥିବା ବେଳେ ବାଲେଶ୍ୱର,ଖୋର୍ଦ୍ଧା,କେନ୍ଦୁଝର, କୋରାପୁଟ,ରାୟଗଡା ଜିଲ୍ଲାରୁ ଜଣେ ଲେଖାଁଏ ଅଛନ୍ତି । ମୋଟ ମୃତ୍ୟୁସଂଖ୍ୟା ରାଜ୍ୟରେ ୮ ହଜାର ୫୫୦କୁ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୩୧ ହଜାର ୧୬୯ରେ ପହଞ୍ଚି ଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୭୦ ହଜାର ୩୨୭ ।

ସେପଟେ ଦେଶରେ ସଂକ୍ରମଣ ବୃଦ୍ଧି ପାଇଛି । ଦେଶରେ ଦିନକରେ ୨ ଲକ୍ଷ ୮୬ ହଜାର ୩୮୪ ନୂଆ ମାମଲା ଆସିଛି । ଗତକାଲି ତୁଳନାରେ ୦.୧% ଅଧିକ । ଏହାସହ ୨୪ ଘଣ୍ଟା ରେ ୫୭୩ ଜଣଙ୍କ ମୃତ୍ୟୁ ହୋଇଛି । କରୋନା ସଂକ୍ରମଣ ହାର ୧୬ ପ୍ରତିଶତରୁ ବଢିକି ୧୯.୫ % ହୋଇଯାଇଛି ।ଯାହା ସମସ୍ତଙ୍କ ଚିନ୍ତା ବଢାଇଦେଇଛି । ଦେଶରେ କରୋନା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ବଢିକି ୨୨ ଲକ୍ଷ ୨ ହଜାର ୪୭୨ ପହଞ୍ଚିଛି। ମୋଟ ସଂକ୍ରମିତଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୩୫ ହଜାର ୭୫୬ ନୂଆ ମାମଲା ଆସିଛି । ଏବଂ ୭୯ ଜଣ କରୋନାରେ ଆଖିବୁଜିଛନ୍ତି । ସେହିପରି କର୍ଣ୍ଣାଟକରେ ୪୮ ହଜାର ୯୦୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୩୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.