ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ଏଥର ଲଢେଇ ମୈଦାନରେ

0

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଏଥର ଅସଲ ଲଢେଇ ପାଇଁ ପ୍ରସ୍ତୁତ ହୋଇଛନ୍ତି ପ୍ରାର୍ଥୀ । ପ୍ରଚାର କଟକଣା ମାନି କିଭଳି ପ୍ରଚାର କରିହେବ ସେନେଇ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ରଣନୀତି । ଆଜିଠୁ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇବେ ତୁଙ୍ଗ ନେତା ।

ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ଗାଁ ରାଜନୀତି । ତେବେ ତୃଣମୂଳ ସ୍ତରର ନିର୍ବାଚନ ହୋଇଥିବାରୁ ଫୋକସରେ ରହିଛି ଡୋର ଟୁ ଡୋର କ୍ୟାମ୍ପେନିଂ । ସରପଞ୍ଚ ,ସମିତି ସଭ୍ୟ, ଜିଲ୍ଳା ପରିଷଦ ଓ ୱାର୍ଡମେମ୍ବର ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାର ଆରମ୍ଭ କରିସାରିଲେଣି ଆଜି ତୁଙ୍ଗ ନେତା ମାନେ ମଇଦାନକୁ ଓହ୍ଲାଇ ଦଳୀୟ ପ୍ରାର୍ଥୀ ଓ ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ତେବେ ବଡ଼ ସମାବେଶ ଓ ସଭା କରିବା ଉପରେ କଟକଣା ଥିବାରୁ ନେତା ମାନେ ଭୋଟରଙ୍କୁ ମନେଇବାକୁ କେମିତି ପ୍ରଚାର କରୁଛନ୍ତି ତା ଉପରେ ନଜର ରହିଛି ।

ନିର୍ବାଚନୀ ଚିହ୍ନ ମିଳିବା ପରେ ଘରକୁ ଘର ବୁଲି ପ୍ରାର୍ଥୀ ପ୍ରଚାର କରୁଛନ୍ତି । ଘରକୁ ଘର ବୋଲି ଭୋଟରଙ୍କୁ ମନାଇବାକୁ ଉଦ୍ୟମ କରୁଛନ୍ତି । କୋଭିଡ ଗାଇଡଲାଇନ ମଧ୍ୟରେ ସୋସିଆଲ ମିଡିଆକୁ ଅସ୍ତ୍ର କରିବା ଲାଗି ସବୁ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତ କରିଛନ୍ତି । ଏବେ ଡୋର ଟୁ ଡୋର କ୍ୟାମ୍ପେନ ଉପରେ ଗୁରୁତ୍ୱ ଦିଆଯାଉଛି । ରାଜ୍ୟର ୩ ପ୍ରମୁଖ ଦଳ କୋଭିଡ କଟକଣା ମଧ୍ୟରେ ଫେସବୁକ, ହ୍ୱାଟସଆପ, ଇନଷ୍ଟାଗ୍ରାମ ମଧ୍ୟରେ ଭୋଟରଙ୍କ ନିକଟରେ ପହଁଞ୍ଚିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ବିଭିନ୍ନ ପ୍ରକାର ଗୀତ ଓ ସ୍ଲୋଗାନର ବି ସାହାରା ନିଆଯାଉଛି ।

Leave A Reply

Your email address will not be published.