ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ଏଥର ଲଢେଇ ମୈଦାନରେ

0

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଏଥର ଅସଲ ଲଢେଇ ପାଇଁ ପ୍ରସ୍ତୁତ ହୋଇଛନ୍ତି ପ୍ରାର୍ଥୀ । ପ୍ରଚାର କଟକଣା ମାନି କିଭଳି ପ୍ରଚାର କରିହେବ ସେନେଇ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ରଣନୀତି । ଆଜିଠୁ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇବେ ତୁଙ୍ଗ ନେତା ।

ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ଗାଁ ରାଜନୀତି । ତେବେ ତୃଣମୂଳ ସ୍ତରର ନିର୍ବାଚନ ହୋଇଥିବାରୁ ଫୋକସରେ ରହିଛି ଡୋର ଟୁ ଡୋର କ୍ୟାମ୍ପେନିଂ । ସରପଞ୍ଚ ,ସମିତି ସଭ୍ୟ, ଜିଲ୍ଳା ପରିଷଦ ଓ ୱାର୍ଡମେମ୍ବର ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାର ଆରମ୍ଭ କରିସାରିଲେଣି ଆଜି ତୁଙ୍ଗ ନେତା ମାନେ ମଇଦାନକୁ ଓହ୍ଲାଇ ଦଳୀୟ ପ୍ରାର୍ଥୀ ଓ ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ତେବେ ବଡ଼ ସମାବେଶ ଓ ସଭା କରିବା ଉପରେ କଟକଣା ଥିବାରୁ ନେତା ମାନେ ଭୋଟରଙ୍କୁ ମନେଇବାକୁ କେମିତି ପ୍ରଚାର କରୁଛନ୍ତି ତା ଉପରେ ନଜର ରହିଛି ।

ନିର୍ବାଚନୀ ଚିହ୍ନ ମିଳିବା ପରେ ଘରକୁ ଘର ବୁଲି ପ୍ରାର୍ଥୀ ପ୍ରଚାର କରୁଛନ୍ତି । ଘରକୁ ଘର ବୋଲି ଭୋଟରଙ୍କୁ ମନାଇବାକୁ ଉଦ୍ୟମ କରୁଛନ୍ତି । କୋଭିଡ ଗାଇଡଲାଇନ ମଧ୍ୟରେ ସୋସିଆଲ ମିଡିଆକୁ ଅସ୍ତ୍ର କରିବା ଲାଗି ସବୁ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତ କରିଛନ୍ତି । ଏବେ ଡୋର ଟୁ ଡୋର କ୍ୟାମ୍ପେନ ଉପରେ ଗୁରୁତ୍ୱ ଦିଆଯାଉଛି । ରାଜ୍ୟର ୩ ପ୍ରମୁଖ ଦଳ କୋଭିଡ କଟକଣା ମଧ୍ୟରେ ଫେସବୁକ, ହ୍ୱାଟସଆପ, ଇନଷ୍ଟାଗ୍ରାମ ମଧ୍ୟରେ ଭୋଟରଙ୍କ ନିକଟରେ ପହଁଞ୍ଚିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ବିଭିନ୍ନ ପ୍ରକାର ଗୀତ ଓ ସ୍ଲୋଗାନର ବି ସାହାରା ନିଆଯାଉଛି ।

Leave A Reply

Your email address will not be published.