ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ମୋଦୀ ପଠାଉଥିବା ଟଙ୍କାର ଜଗୁଆଳି ହେବ ବିଜେପି

0

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଇସ୍ତାହାର ଓ ଅଭିଯୋଗ ପତ୍ର ଜାରି କରିଛି ବିଜେପି । ବିଜେପି ସଭାପତି ସମୀର ମହାନ୍ତି ଇସ୍ତାହାର ପତ୍ର ଜାରି କରିଛନ୍ତି । ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ଇସ୍ତାହାର ପତ୍ର ଉନ୍ମୋଚିତ ହୋଇଛି । ବିକାଶ ନାଁରେ ଠିକାଦାର ସାଜି ବିଜେଡି ଦ୍ୱାରା କରାଯାଉଥିବା ଅର୍ଥଲୁଟକୁ ଏଣିକି ପ୍ରଶୟ ଦିଆଯିବନି ବୋଲି ବିଜେପି ଇସ୍ତାହାର ପତ୍ରରେ କହିଛି । ଦଳ କହିଛି , ରାଜ୍ୟରେ ସୁଦୃଢ ହେବ ମଣ୍ଡି ବ୍ୟବସ୍ଥା । ମୋଦୀ ପଠାଉଥିବା ଟଙ୍କାର ଜଗୁଆଳି ହେବ ବିଜେପି । ଇସ୍ତାହାର ପତ୍ରରେ ଉଲ୍ଲେଖ ରହିଛି..

  • ପଞ୍ଚାୟତରେ ଗ୍ରାମସଭା, ପଲ୍ଲୀ ସଭା ହେବ
  • କେନ୍ଦ୍ର ପଠାଉଥିବା ଟଙ୍କାର ତୃଣମୂଳ ସ୍ତରରେ ସଠିକ ଭାବେ ବିନିଯୋଗ ହେଉଛି କି ନାହିଁ ତାହା ଜଗିବ ବିଜେପି
  • ପଞ୍ଚାୟତ ସ୍ତରରେ ବ୍ୟାପକ ଅର୍ଥ ଲୁଟ ହେଉଛି ।ବିଜେଡି ନେତା ଲୁଟ କରୁଛନ୍ତି । ବିକାଶ ନାମରେ ଯେଉଁ ଠିକାଦାର ସାଜି ବିଜେଡି ଦ୍ୱାରା କରାଯାଉଥିବା ଅର୍ଥଲୁଟକୁ ବିଜେପି ଆଉ ହେବାକୁ ଦେବନି ।
  • ପଞ୍ଚାୟତ ବ୍ଲକରୁ ପିସି ରାଜ୍ୟରେ ପୂର୍ଣ୍ଣଚ୍ଛେଦ ପଡିବ
  • ପ୍ରତି ଗାଁରେ ବିଶୁଦ୍ଧ ପାନୀୟ ଜଳ ପହ ।ଇବାକୁ ନିଶ୍ଚିତ କରିବୁ
  • ପ୍ରତି ଘରକୁ ବିଜୁଳି ଓ ରନ୍ଧନ ଗ୍ୟାସ ସଂଯୋଗ ନିଶ୍ଚିତ
  • ମଣ୍ଡି ବ୍ୟବସ୍ଥାକୁ ସୁଦୃଢ କରାଯିବ
  • ମହିଳା ସଶକ୍ତିକରଣ କରାଯିବ
  • ପ୍ରତ୍ୟେକ ପଞ୍ଚାୟତରେ ମହିଳାଙ୍କ ଦ୍ୱାରା ଉତ୍ପାଦିତ ହେଉଥିବା ଜିନିଷକୁ ବଜାରରେ ବିକ୍ରି କରାଯିବ
  • ଷ୍ଟ୍ରିଟ ଲାଇଟ,ବର୍ଜ୍ୟ ବସ୍ତୁ ପରିଚାଳନା ଉପରେ ଗୁରୁତ୍ୱ
  • ରାଜ୍ୟରେ ନିୟମ ଉଂଲଘନ ସହ ଖୋଲୁଥିବା ଶହ ଶହ ମଦ ଦୋକାନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବୁ
  • ମନେରଗାରେ ମେସିନ ନୁହେଁ ଶ୍ରମିକ କାମ କରିବେ । ଏବଂ ନିର୍ଦ୍ଧାରିତ ମଜୁରୀ ମିଳୁଛି କି ନାହିଁ ତାହା ସୁନିଶ୍ଚିତ କରିବ ବିଜେପି।
Leave A Reply

Your email address will not be published.