ପ୍ରମୁଖ ଖବର

ମହାକୁମ୍ଭ ବୁଲାଇବାକୁ ନେଇ ପତ୍ନୀଙ୍କୁ ହତ୍ୟା କଲେ ସ୍ୱାମୀ
ପଙ୍କଜ ଲୋଚନ ମହାନ୍ତି ହେଲେ ଓସିଏ ସଭାପତି
ମହାକୁମ୍ଭରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଗୁଣାବତ୍ତା ପରୀକ୍ଷାରେ ଫେଲ୍ ମାରିଲା ୮୪ଟି ମେଡିସିନ୍
ନବରଙ୍ଗପୁର ଉମରକୋଟ ସହକାରୀ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ା ଓ ଟେକ୍ନୋଲୋଜି ମ୍ୟାନେଜର ସୁରେନ୍ଦ୍ର ବୁନ୍ଦେଲା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ
ଆତିଶୀ ହେବେ ଦିଲ୍ଲୀ ବିଧାନସଭାର ପ୍ରଥମ ମହିଳା ବିରୋଧୀ ଦଳ ନେତା
ଢ଼େଙ୍କାନାଳ: ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା

ସେୟାର ବଜାରରେ ବଡ଼ ହ୍ରାସ

0

ସେୟାର ବଜାରରେ ବଡ଼ ହ୍ରାସ । ଗତକାଲିର ଛୁଟି ପରେ ଆଜି ସେନସେକ୍ସରେ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଆଜି ସେନସେକ୍ସ ଓ ନିଫ୍ଟିରେ ହ୍ରାସ ହୋଇଛି । ଆଜି ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜ ଖୋଲିବା ମାତ୍ରେ ସେନସେକ୍ସ ୯୯୪.୦୭ ପଏଣ୍ଟ କୁ ଖସିଛି । ୧.୭୨ ପ୍ରତିଶତ ହ୍ରାସ ସହିତ ୫୬,୮୬୪ ସ୍ତରରେ କାରବାର କରୁଥିବା ଦେଖିବାକୁ ମିଳିଛି । ସୋମବାରରୁ ଆଜି ମଧ୍ୟରେ ସେନସେକ୍ସରେ ପ୍ରାୟ ୪ ହଜାର ପଏଣ୍ଟ ହ୍ରାସ ହେଲାଣି ।

ସେହିପରି ନିଫ୍ଟିରେ ବି ହ୍ରାସ ଘଟିଛି । କାରବାର ଆରମ୍ଭରୁ ନିଫ୍ଟି ୧୭ ହଜାର ପଏଣ୍ଟ ତଳକୁ ଖସିଯାଇଛି । ଆଜି ନିଫ୍ଟି ୧୭,୦୬୨ରେ ଖୋଲା ଥିଲା କିନ୍ତୁ ଖୋଲିବା ପରେ ଏହା ତୁରନ୍ତ ୩୦୯ ପଏଣ୍ଟ ହ୍ରାସରେ ୧୬,୯୬୮ ପଏଣ୍ଟ ରହିଛି । ବ୍ୟାଙ୍କ ନିଫ୍ଟିରେ ଆଜି ୫୫୦ରୁ ଅଧିକ ପଏଣ୍ଟ ହ୍ରାସ ସହିତ କାରବାର ୩୭,୧୫୪ ପଏଣ୍ଟ ରେ ଦେଖାଯାଉଛି । ୩୭,୦୦୦ ସ୍ତର ଭାଙ୍ଗିବା ମାତ୍ରା ଏଥିରେ ଏକ ନିମ୍ନ ସ୍ତରରେ ଟ୍ରେଣ୍ଡ ହୋଇଯିବ ।

ବ୍ୟାଙ୍କ ନିଫ୍ଟିର ସମସ୍ତ ୧୨ଟି ଷ୍ଟକ ରେଡ ମାର୍କରେ ଦେଖିବାକୁ ମିଳିଛି ଏବଂ ଏଚଡିଏଫସି ବ୍ୟାଙ୍କ ଏଥିରେ ସବୁଠୁ ଅଧିକ ପଛରେ ପଡିଥିବା ଦେଖାଦେଉଛି । ଆଜି ନିଫ୍ଟିର ୫୦ଟି ଷ୍ଟକ ମଧ୍ୟରୁ ୪୮ ଟି ଲାଲ ଚିହ୍ନରେ କାରବାର କରୁଛି । କେବଳ ୨ଟି ଷ୍ଟକ ସବୁଜ ଚିହ୍ନରେ କାରବାର କରୁଛି। ବଢୁଥିବା ଷ୍ଟକ ମଧ୍ୟରେ କେବଳ ଓଏନଜିସି ଓ ଓ ମାରୁତିର ସେୟାର୍ସ ଅଛି।

Leave A Reply

Your email address will not be published.