ପ୍ରମୁଖ ଖବର

ରାଜ୍ୟ କ୍ୟାବିନେଟରେ ୪ ପ୍ରସ୍ତାବକୁ ଅନୁମୋଦନ
ପାଣି ଛାଡୁ ଛାଡୁ ମିଳିବ କ୍ଷତିପୂରଣ : ରାଜସ୍ବ ମନ୍ତ୍ରୀ
ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ମିଳିବ ୨୦୨୫ ଜାତୀୟ ଶିକ୍ଷକ ପୁରସ୍କାର
ଖୁବ୍‌ଶୀଘ୍ର ସମ୍ପ୍ରସାରଣ ହେବ ଭୁବନେଶ୍ୱର ବିମାନବନ୍ଦର
ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ହେବ ୮ ଲେନ୍‌ : ମନ୍ତ୍ରୀ
ରାଜ୍ୟରେ କେହି ଭୂମିହୀନ ରହିବେ ନାହିଁ: ରାଜସ୍ୱ ମନ୍ତ୍ରୀ
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପୁଲିସ୍ ଏସ୍ଆଇ
ନବୀନଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ରାଜ୍ୟପାଳ

ନାଜାଲ ବୁଷ୍ଟର ଡୋଜ ଟ୍ରାଏଲକୁ ଅନୁମତି

0

କରୋନା ସଂକ୍ରମଣକୁ ମାତ୍ ଦେବା ପାଇଁ ଏବେ ବୁଷ୍ଟର ଡୋଜ ଦିଆଯାଉଛି । ଦୁଇଟି ଡୋଜ ନେଇସାରିଥିବା ବ୍ୟକ୍ତି କିଭଳି ସଂକ୍ରମଣରୁ ବର୍ତ୍ତିବେ ସେଥିପାଇଁ ବୁଷ୍ଟର ଡୋଜ ଦିଆଯାଉଛି । ଏବେ ଇଞ୍ଜେକସନ ଜରିଆରେ ବୁଷ୍ଟର ଡୋଜ ଦିଆଯାଉଥିବା ବେଳେ ଖୁବ ଶୀଘ୍ର ଦେଶରେ ଉପଲବ୍ଧ ହେବ କୋଭିଡର ନାଜାଲ ଡୋଜ । ନାଜାଲ କୋଭିଡ ବୁଷ୍ଟରର ଟ୍ରାଏଲ ଲାଗି ଭାରତ ବାୟୋଟେକକୁ ଡିସିଜିଆଇ ଅନୁମତି ଦେଇଛି ।

ଡିସେମ୍ବରରେ ଭାରତ ବାୟୋଟେକ କୋଭିଡ ଟିକାର ବୁଷ୍ଟର ଡୋଜର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଆବେଦନ କରିଥିଲା । ଡିସିଜିଆଇର ବିଷୟଗତ ବିଶେଷଜ୍ଞ କମିଟି ବା ଏସଇସି ଏହି ଡୋଜର ଫେଜ-୩ ଟ୍ରାଏଲ ଲାଗି ଭାରତ ବାୟୋଟେକକୁ ଅନୁମତି ଦେଇଛନ୍ତି । ଯଦି ଏହି ଟିକାର ଟ୍ରାଏଲ ସଫଳତା ଲାଭ କରେ ତେବେ ଏହା ଦେଶର ପ୍ରଥମ ନାଜାଲ ଭ୍ୟାକସିନ ହେବ ।

ଭାରତ ସରକାରଙ୍କ ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ ଅନୁଯାୟୀ, ୯ଟି ସ୍ଥାନରେ ଏହି ଭ୍ୟାକସିନର ତୃତୀୟ ପଯ୍ୟାୟ ପରୀକ୍ଷଣ ହେବ । ଭାରତ ବାୟୋଟେକ ମତରେ ଭ୍ୟାକସିନର ଡବଲ ଡୋଜ ନେଇ ସାରିଥିବା ଅଢେଇ ହଜାର ଲୋକଙ୍କ ଠାରେ ଏହି ଭ୍ୟାକସିନର କ୍ଲିନିକାଲ ଟ୍ରାଏଲ କରାଯିବ ।

ନାଜାଲ ଭ୍ୟାକସିନ ହେଉଛି ନାକରେ ଦିଆଯାଉଥିବା ଏକ ଭ୍ୟାକସିନ । ବ୍ୟକ୍ତିଙ୍କ ନାକରେ ଭ୍ୟାକସିନର କିଛି ବୁନ୍ଦା ଦିଆଯାଇ ଏହି ଟିକାକରଣ କରାଯାଏ । ଏଥିରେ ଇଞ୍ଜେକସନର ଆବଶ୍ୟକତା ପଡିନଥାଏ । ଏହି ନାଜାଲ ଡୋଜ ଯୋଗୁଁ କରୋନା ଭାଇରସ ଶରୀରରେ ପ୍ରବେଶ କରିପାରିନଥାଏ । ଓମିକ୍ରନ ପରି ମାରାତ୍ମକ ଭୂତାଣୁର ମୁକାବିଲା ଲାଗି ସକ୍ଷମ ହୋଇପାରିବ ଏହି ନାଜାଲ ଡୋଜ ।

Leave A Reply

Your email address will not be published.