ପ୍ରମୁଖ ଖବର

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ, ପୁରୀ ଗଲେ ୭୪ ଶ୍ରଦ୍ଧାଳୁ
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଓଡିଶାର ଏହି ୪ ସହର ହେବ କମନ ଇକୋନୋମିକ୍‌ ଜୋନ୍‌
ବାଂଲାଦେଶ ନିର୍ବାଚନ: ବିଏନପିର ସଫଳତାରେ ତାରିକଙ୍କୁ ମୋଦୀଙ୍କ ଅଭିନନ୍ଦନ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ
ଆଜିଠୁ ପରୀକ୍ଷା ପରିଚାଳନା ହବ୍‌କୁ ଯିବ +୨ ପ୍ରଶ୍ନପତ୍ର

0

ପାକିସ୍ତାନରେ ଆତଙ୍କୀ ଆକ୍ରମଣ । ଦକ୍ଷିଣ ପଶ୍ଚିମ ବେଲୁଚିସ୍ତାନ ପ୍ରଦେଶର କେଚ ଜିଲ୍ଲାରେ ଆତଙ୍କବାଦୀ ମାନେ ଏକ ସୁରକ୍ଷାବାହିନୀ ପୋଷ୍ଟ ଉପରେ ଆକ୍ରମଣ କରିଛନ୍ତି । ଆକ୍ରମଣରେ ୧୦ ପାକିସ୍ତାନ ସୈନିକଙ୍କ ମୃତ୍ୟୁ ହୋଇଛି । ପାକିସ୍ତାନ ସେନା ଗୁରୁବାର ଆତଙ୍କୀ ଆକ୍ରମଣ ନେଇ ସୂଚନା ଦେଇଛି ।

ପାକିସ୍ତାନ ସେନା ପକ୍ଷରୁ ମିଡିଆରେ ଏକ ବୟାନ ଦିଆଯାଇଛି ଯେ, ଆତଙ୍କବାଦୀ ମାନେ ଜାନୁଆରୀ ୨୫,୨୬ରେ ସୁରକ୍ଷାବାହିନୀଙ୍କ ଏକ ପୋଷ୍ଟ ଉପରେ ଆକ୍ରମଣ କରିଥିଲେ । ଆତଙ୍କବାଦୀଙ୍କ ପକ୍ଷରୁ ଜୋରଦାର ଗୁଳିମାଡ଼ କରାଯାଇଥିଲା ଯେଉଁଥିରେ ୧୦ ପାକ ସେନାଙ୍କ ମୃତ୍ୟୁ ହୋଇଛି । କିଛି ପାକିସ୍ତାନୀ ସୈନିକ ବି ଏଥିରେ ଆହତ ହୋଇଛନ୍ତି । ତେବେ ପାକିସ୍ତାନ ସେନା ପକ୍ଷରୁ କୁରାଯାଇଥିବା ପାଲଟା ଆକ୍ରମଣରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଏବେ ଯାଏଁ କୌଣସି ସଂଗଠନ ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି ।

ମିଡିଆ ୱିଙ୍ଗ ପକ୍ଷରୁ କୁହାଯାଇଛି ଯେ, ଫଲୋଅପ କ୍ଲିୟରାନ୍ସ ଅପରେସନ ସମୟରେ ୩ ଆତଙ୍କବାଦୀଙ୍କୁ ଧରାଯାଇଥିଲା । ଇରାନ -ଆଫଗାନିସ୍ତାନ ସୀମାବର୍ତ୍ତୀ ବେଲୁଚିସ୍ତାନରେ ଦୀର୍ଘଦିନ ଧରି ହିଂସାତ୍ମକ ବିଦ୍ରୋହ ଚାଲିଆସୁଛି । ବେଲୁଚିସ୍ତାନ ବିଦ୍ରୋହୀ ଗୋଷ୍ଠୀ ପୂର୍ବରୁ ମଧ୍ୟ ଏହି ଅ ଳରେ ଚୀନ-ପାକିସ୍ତାନ ଅର୍ଥନୈତିକ ପ୍ରକଳ୍ପକୁ ଟାର୍ଗେଟ କରି ଆକ୍ରମଣ କରିଛନ୍ତି ।

Leave A Reply

Your email address will not be published.