ପ୍ରମୁଖ ଖବର

ସୁନ୍ଦରଗଡ଼ରେ ପ୍ରଚଣ୍ଡ ରୌଦ୍ରତାପ: ଅଂଶୁଘାତରେ ୨୮ ଆକ୍ରାନ୍ତ, ଡାକ୍ତରଖାନାରେ ଭର୍ତ୍ତି
ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଓଲଟିଲା ବସ୍‌, ୨୧ ଯବାନ ଆହତ
ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା: କଟିଲା ତିନି ପୂର୍ବତନ ମନ୍ତ୍ରୀଙ୍କ ଟିକେଟ
ବାଲେଶ୍ବର ଜିଲ୍ଲା ନୀଳଗିରି ଚିକିତ୍ସାଳୟ ସମ୍ମୁଖରେ କ୍ଷୀର ଗାଡ଼ି ଧକ୍କାରେ କାର୍ଯ୍ୟରତ ହୋମଗାର୍ଡଙ୍କ ମୃତ୍ୟୁ, ମୃତକ ଛୋଟକାନପୁର ଅଞ୍ଚଳ ଲକ୍ଷ୍ମୀଧର ଜେନା ଏବଂ ତାଙ୍କର ବୟସ ୫୫ ବୋଲି ସୂଚନା ମିଳୁଛି
ମହାନଦୀ ଡଙ୍ଗାବୁଡ଼ି ଘଟଣା: ମିଳିଲା ଆଉ ୩ ଜଣଙ୍କ ମୃତଦେହ, ଏବେବି ୪ ନିଖୋଜ

ଲାଲୁଙ୍କୁ ୫ ବର୍ଷ ଜେଲ

0

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲ ଦଣ୍ଡ । ଚାରା ଘୋଟାଲା ମାମଲାରେ ତାଙ୍କୁ ଦଣ୍ଡାଦେଶ ହୋଇଛି । ଗୋଖାଦ୍ୟ ଦୁର୍ନୀତି ମାମଲାରେ ସ୍ପେଶାଲ ସିବିଆଇ କୋର୍ଟ ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି । ୫ ବର୍ଷର ଜେଲ ଦଣ୍ଡାଦେଶ ସହିତ ୬୦ ଲକ୍ଷ ଟଙ୍କାର ଜରିମାନା ନିର୍ଦ୍ଦେଶ ରହିଛି । ତେବେ ଲାଲୁଙ୍କ ଓକିଲ କହିଛନ୍ତି ,ଖୁବ ଶୀଘ୍ର ତାଙ୍କ ଜାମିନ ଆବେଦନ କରାଯିବ । ଜାମିନ ନମିଳିଲେ ଲାଲୁଙ୍କୁ ପୁଣି ଥରେ ଜେଲରେ ରହିବାକୁ ପଡିବ ।

ଗତ ମଙ୍ଗଳବାର ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଦୋରନ୍ଦା ଟ୍ରେଜେରିରୁ ବେଆଇନ ଭାବେ ୧୩୯ କୋଟି ଟଙ୍କା ଉଠାଣ ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଲାଲୁଙ୍କ ସହିତ ଅନ୍ୟ ୭୫ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହା ପୂର୍ବରୁ ଚାରା ଘୋଟାଲା ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇଥିଲେ । ପୂର୍ବରୁ ୪ଟି ମାମଲାରେ ଲାଲୁଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ତେବେ ୩୬ ମାସ ଜେଲ ଦଣ୍ଡ ଭୋଗି ସାରିଥିବାରୁ ଲାଲୁ ଏବେ ଜାମିନରେ ଅଛନ୍ତି । ସ୍ୱାସ୍ଥ୍ୟବସ୍ଥା ଖରାପ ପାଇଁ ଲାଲୁଙ୍କୁ ଜାମିନ ମିଳିଛି । ଗତ ଫେବୃଆର ୧୫ରେ ସିବିଆଇ ସ୍ପେଶାଲ କୋର୍ଟ ଚାରା ଦୁର୍ନୀତି ମାମଲାର ଶୁଣାଣି କରିଥିଲେ । କିନ୍ତୁ ରାୟ ଦେଇନଥିଲେ । ଆଜି ଅନଲାଇନରେ ମାମଲାର ଶୁଣାଣି ହୋଇଥିଲା । ଲାଲୁ ମଧ୍ୟ ଅନଲାଇନ ଶୁଣାଣିରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.