ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

୧୨ରୁ ୧୮ ବର୍ଷ ପିଲାଙ୍କୁ ଦିଆଯିବ କୋର୍ବେଭାକ୍ସ ଟିକା, ମିଳିଲା ଅନୁମତି

0

ଦେଶରେ କରୋନା ସଂକ୍ରମଣ ଏବେ ନିୟନ୍ତ୍ରଣକୁ ଆସିଛି । କିନ୍ତୁ ବିପଦ ସଂପୂର୍ଣ୍ଣ ଟଳିନି । କରୋନାକୁ ମାତ୍ ଦେବା ପାଇଁ ଟିକାକରଣ ଜୋରଦାର କରାଯାଉଛି । ଏବେ କରୋନା ବିରୋଧୀ ଲଢେଇ ପାଇଁ ଆଉ ଏକ ଅସ୍ତ୍ର ମିଳିଯାଇଛି । ସ୍ୱଦେଶୀ କରୋନା ଟିକା କୋର୍ବେଭାକ୍ସକୁ ଜରୁରୀକାଳିନ ଅନୁମତି ମିଳିଛି । ୧୨ରୁ ୧୮ ବର୍ଷ ପିଲାଙ୍କ କ୍ଷେତ୍ରରେ ଏହା ପ୍ରଥମେ ବ୍ୟବହାର କରାଯିବ । ହାଇଦ୍ରାବାଦର ଫାର୍ମା କମ୍ପାନୀ ‘ବାୟୋଲୋଜିକାଲ-ଇ’ର କରୋନା ଟିକା କୋର୍ବେଭାକ୍ସର ଜରୁରୀକାଳିନ ବ୍ୟବହାରୀ ପାଇଁ ଡିସିଜିଆଇ ପକ୍ଷରୁ ମଞ୍ଜୁରୀ ମିଳିଯାଇଛି । ଭାରତରେ ନିର୍ମିତ ଏହା ତୃତୀୟ ସ୍ୱଦେଶୀ କରୋନା ଟିକା । ଶୁଳ୍କକୁ ହଟେଇ ଭ୍ୟାକସିନର ମୂଲ୍ୟ ପ୍ରାୟ ୧୪୫ ଟଙ୍କା ହେବ ବୋଲି ଜଣାପଡିଛି ।

ଭାରତ ସରକାର କୋର୍ବେଭାକ୍ସର ୫ କୋଟି ଡୋଜ କିଣିବାକୁ ଆଦେଶ ଦେଇଥିଲେ । ଜାନୁଆରୀ ଶେଷ ସୁଦ୍ଧା ଟିକା ଉପଲବ୍ଧ କରିବା ପାଇଁ ଅର୍ଡର ଜାରି କରାଯାଇଥିଲା । ସୂଚନା ଅନୁସାରେ ୨୦୨୧, ଜୁନ ୨ରେ ବାୟାଲୋଜିକାଲ ଇ ଠାରୁ କୋର୍ବେଭାକ୍ସ କିଣିବା ପାଇଁ ସରକାର ଅଗ୍ରୀମ ଆକାରରେ ୧୫୦୦ କୋଟି ଟଙ୍କା ଦେଇଛନ୍ତି । କରୋନା ବିରୋଧୀ ଲଢେଇରେ ଏହି ଟିକା ଅଧିକ ସହାୟକ ବୋଲି ଆଶା ରହିଛି ।

Leave A Reply

Your email address will not be published.