ପ୍ରମୁଖ ଖବର

ରାଜ୍ୟ କ୍ୟାବିନେଟରେ ୪ ପ୍ରସ୍ତାବକୁ ଅନୁମୋଦନ
ପାଣି ଛାଡୁ ଛାଡୁ ମିଳିବ କ୍ଷତିପୂରଣ : ରାଜସ୍ବ ମନ୍ତ୍ରୀ
ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ମିଳିବ ୨୦୨୫ ଜାତୀୟ ଶିକ୍ଷକ ପୁରସ୍କାର
ଖୁବ୍‌ଶୀଘ୍ର ସମ୍ପ୍ରସାରଣ ହେବ ଭୁବନେଶ୍ୱର ବିମାନବନ୍ଦର
ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ହେବ ୮ ଲେନ୍‌ : ମନ୍ତ୍ରୀ
ରାଜ୍ୟରେ କେହି ଭୂମିହୀନ ରହିବେ ନାହିଁ: ରାଜସ୍ୱ ମନ୍ତ୍ରୀ
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପୁଲିସ୍ ଏସ୍ଆଇ
ନବୀନଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ରାଜ୍ୟପାଳ

‘ନାଟୋ’ ଉପରେ ବର୍ଷିଲେ ଜେଲେନସ୍କି

0

ୟୁକ୍ରେନର କିଭ୍ ଉପରେ କବଜା କରିବା ପାଇଁ ଋଷ ସେନା ଲଗାତର ଆକ୍ରମଣ କରୁଛି । ତେବେ ଏହାରି ଭିତରେ ନାଟୋ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି । ଏବେ ଜେଲେନସ୍କି ଏକାକୀ ଋଷ ବିରୋଧରେ ଲଢେଇ ଜାରି ରଖିଥିବା ବେଳେ ୟୁକ୍ରେନର ଆକାଶପଥକୁ ନାଟୋ ନୋ ଫ୍ଲାଇଂ ଜୋନ ବା ନୋ ଫ୍ଲାଏ ଜୋନ ଭାବେ ଘୋଷଣା କରୁ ବୋଲି ଅନୁରୋଧ କରିଥିଲେ । ।ଏହାଦ୍ୱାରା ଋଷ ଆକାଶପଥରୁ କରୁଥିବା ହମଲାକୁ ରୋକାଯାଇପାରିବ ବୋଲି ଜେଲେନସ୍କି ଆଶା କରିଥିଲେ । କିନ୍ତୁ ନାଟୋ ସେକ୍ରେଟେରୀ ଜେନେରାଲ ଜେନ୍ସ ଷ୍ଟୋଲଟେନବର୍ଗ ଅଗ୍ରାହ୍ୟ କରିଦେଇଛନ୍ତି । ନାଟୋ ଯଦି ନୋ ଫ୍ଲାଇଂ ଜୋନ ଘୋଷଣା କରିବ ତା ହେଲେ ଋଷ ସହ ୟୁରୋପର ବିବାଦ ଆହୁରୀ ତୀବ୍ର ହେବ ବୋଲି ସେ କହିଛନ୍ତି । ରାଷ୍ଟ୍ରପତି ଜେଲେନସ୍କିଙ୍କ ଏହି ଦାବିକୁ ପ୍ରତ୍ୟାଖାନ କରିବା ପରେ ନାଟୋ ଉପରେ ସେ ଖୁବ ବର୍ଷିଛନ୍ତି । ଜେଲେନସ୍କି କହିଛନ୍ତି,ୟୁକ୍ରେନରେ ବିନାଶ ପାଇଁ ପାଶ୍ଚାତ୍ୟର ସାମରିକ ସହଯୋଗୀ ଦଳ ଦାୟୀ ରହିବ । ନାଟୋର ଏହି ନିଷ୍ପତ୍ତି କୁ ଜେଲେନସ୍କି ନିନ୍ଦା କରିଛନ୍ତି ।

ସେ କହିଛନ୍ତି, ନାଟୋର ଗୋଟିଏ ଶିଖର ସମ୍ମିଳନୀ ହୋଇଥିଲା । ଏହା ଏକ ଦୁର୍ବଳ ଓ ଦ୍ୱନ୍ଦପୂର୍ଣ୍ଣ ଶିଖର ସମ୍ମିଳନୀ ଥିଲା । ସମସ୍ତେ ୟୁରୋପର ସ୍ୱାଧୀନତା ସଂଗ୍ରାମକୁ ନିଜର ଏକ ନମ୍ବର ଲକ୍ଷ୍ୟ ବୋଲି ଭାବନ୍ତି ନାହିଁ ବୋଲି ଏହି ଶିଖର ସମ୍ମିଳନୀରୁ ସ୍ପଷ୍ଟ ହୋଇଛି । ୟୁକ୍ରେନର ନୂଆ ଷ୍ଟ୍ରାଇକ ଓ ମୃତାହତ ଅବଶ୍ୟମ୍ଭାବୀ ବୋଲି ନାଟୋ ଭଲ ଭାବେ ଜାଣିଛି । ତଥାପି ସେମାନେ ୟୁକ୍ରେନର ଆକାଶପଥକୁ ବନ୍ଦ କରିବେ ନାହିଁ ବୋଲି କହିଛନ୍ତି । ନାଟୋ ନୋ ଫ୍ଲାଇଂ ଜୋନ ମାନ୍ୟତା ଦେବାକୁ ମନା କରିଛି । ଏପରି କରି ନାଟୋର ସଦସ୍ୟମାନେ ୟୁକ୍ରେନର ବିଭିନ୍ନ ଅଞ୍ଚଳ ଉପରେ ବୋମାମାଡ଼ ପାଇଁ ପଥ ପରିଷ୍କାର କରିଛନ୍ତି । ନାଟୋର ଏଭଳି ନିଷ୍ପତ୍ତି ଜେନେଲସ୍କିଙ୍କୁ ବ୍ୟଥିତ କରିଛି ।

Leave A Reply

Your email address will not be published.