ପ୍ରମୁଖ ଖବର

ଭାରତର ୨ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆମେରିକାରେ ଗିରଫ
ଧାମରା ବନ୍ଦରରେ ଅନୁପ୍ରବେଶକାରୀ ହେବେ ସାବାଡ୍, ଜଗିବ ସ୍ବତନ୍ତ୍ର ଡ୍ରୋନ୍
ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍
ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ଆଣ୍ଡାମାନ ନିକୋବରରେ ଶକ୍ତିଶାଳୀ ଭୂମିକମ୍ପ

ଦ୍ୱିତୀୟ ଦିନରେ ପୁଣି ବଢିଲା ତୈଳ ଦର

0

ଦେଶରେ ଲଗାତର ଦ୍ୱିତୀୟ ଦିନରେ ବଢିଲା ତୈଳ ଦର । ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ସରିବାର କିଛି ଦିନ ପରେ ହିଁ ପେଟ୍ରୋଲ ଓ ଡିଜେଲ ଦର
ବଢିବା ଆରମ୍ଭ ହୋଇଯାଇଛି । ମାର୍ଚ୍ଚ ୧୦ରେ ନିର୍ବାଚନ ଫଳାଫଳ ଆସିବା ପରେ ୨୨ ମାର୍ଚ୍ଚରୁ ତୈଳ ଦର ବୃଦ୍ଧି ହୋଇଛି । ଆଜି ପୁଣି ଥରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ଲେଖାଁଏ ବୃଦ୍ଧି ହୋଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କିଛି ଦିନରୁ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୧୧ ଡଲାର ପାଖାପାଖି ରହିଛି । ଏହା ବ୍ୟତୀତ ଡଲାର ତୁଳନାରେ ଟଙ୍କା ବିନିମୟ ମୂଲ୍ୟ ୭୬- ୭୭ ଟଙ୍କା ସ୍ତରରେ ରହିଛି । ଏହି କାରଣରୁ କମ୍ପାନୀ ଗୁଡିକ ଗ୍ୟାସ ଦର ମଧ୍ୟ ବଢାଇଛନ୍ତି । ଋଷ ଓ ୟୁକ୍ରେନ ମଧ୍ୟରେ ଚାଲୁଥିବା ଯୁଦ୍ଧର ପ୍ରଭାବ ପେଟ୍ରୋଲ ଓ ଡିଜେଲ ଦର ଉପରେ ପଡୁଛି । ଗତକାଲି ପେଟ୍ରୋଲ ଓ ଡିଜେଲ ଦାମ ଲିଟର ପିଛା ୮୦ ପଇସା ବୃଦ୍ଧି ହୋଇ ଥିବା ବେଳେ ଆଜି ଦ୍ୱିତୀୟ ଦିନରେ ପୁଣି ତେଲ ଦର ୮୦ ପଇସା ମହଙ୍ଗା ହୋଇଛି । ଆସନ୍ତୁ ଜାଣିବା କେଉଁଠି କେତେ ଅଛି ତୈଳ ଦର?
ଦିଲ୍ଲୀ ୯୭.୦୧ ୮୮.୨୭
ମୁମ୍ବାଇ ୧୧୧.୬୭ ୯୫.୮୫
କୋଲକାତା୧୦୬.୩୪ ୯୧.୪୨
ଚେନ୍ନାଇ ୧୦୨.୯୧ ୯୨.୯୫

କେନ୍ଦ୍ର ସରକାର ଗତ ନଭେମ୍ବର ମାସରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ଲୋକଙ୍କୁ ଆଶ୍ୱସ୍ତି ଦେଇଥିଲେ । ସରକାର ଏକ୍ସସାଇଜ ଡ୍ୟୁଟିରେ ପେଟ୍ରୋଲ ୫ ଟଙ୍କା ଡିଜେଲ ୧୦ ଟଙ୍କା କମ କରିଥିଲେ । କେନ୍ଦ୍ରର ଏହି ନିଷ୍ପତ୍ତି ପରେ ମଧ୍ୟପ୍ରଦେଶ, ୟୁପି, ବିହାର ସମେତ ସମସ୍ତ ରାଜ୍ୟ ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁଥିବା ଭ୍ୟାଟ ଦର ହ୍ରାସ କରିଥିଲେ । ଏହା ପରେ କିଛି ମାସ ଯାଏ ତୈଳ ଦର ସ୍ଥିର ରହିଥିଲା ।

Leave A Reply

Your email address will not be published.