ଦେଶରେ ଲଗାତର ଦ୍ୱିତୀୟ ଦିନରେ ବଢିଲା ତୈଳ ଦର । ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ସରିବାର କିଛି ଦିନ ପରେ ହିଁ ପେଟ୍ରୋଲ ଓ ଡିଜେଲ ଦର
ବଢିବା ଆରମ୍ଭ ହୋଇଯାଇଛି । ମାର୍ଚ୍ଚ ୧୦ରେ ନିର୍ବାଚନ ଫଳାଫଳ ଆସିବା ପରେ ୨୨ ମାର୍ଚ୍ଚରୁ ତୈଳ ଦର ବୃଦ୍ଧି ହୋଇଛି । ଆଜି ପୁଣି ଥରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ଲେଖାଁଏ ବୃଦ୍ଧି ହୋଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କିଛି ଦିନରୁ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୧୧ ଡଲାର ପାଖାପାଖି ରହିଛି । ଏହା ବ୍ୟତୀତ ଡଲାର ତୁଳନାରେ ଟଙ୍କା ବିନିମୟ ମୂଲ୍ୟ ୭୬- ୭୭ ଟଙ୍କା ସ୍ତରରେ ରହିଛି । ଏହି କାରଣରୁ କମ୍ପାନୀ ଗୁଡିକ ଗ୍ୟାସ ଦର ମଧ୍ୟ ବଢାଇଛନ୍ତି । ଋଷ ଓ ୟୁକ୍ରେନ ମଧ୍ୟରେ ଚାଲୁଥିବା ଯୁଦ୍ଧର ପ୍ରଭାବ ପେଟ୍ରୋଲ ଓ ଡିଜେଲ ଦର ଉପରେ ପଡୁଛି । ଗତକାଲି ପେଟ୍ରୋଲ ଓ ଡିଜେଲ ଦାମ ଲିଟର ପିଛା ୮୦ ପଇସା ବୃଦ୍ଧି ହୋଇ ଥିବା ବେଳେ ଆଜି ଦ୍ୱିତୀୟ ଦିନରେ ପୁଣି ତେଲ ଦର ୮୦ ପଇସା ମହଙ୍ଗା ହୋଇଛି । ଆସନ୍ତୁ ଜାଣିବା କେଉଁଠି କେତେ ଅଛି ତୈଳ ଦର?
ଦିଲ୍ଲୀ ୯୭.୦୧ ୮୮.୨୭
ମୁମ୍ବାଇ ୧୧୧.୬୭ ୯୫.୮୫
କୋଲକାତା୧୦୬.୩୪ ୯୧.୪୨
ଚେନ୍ନାଇ ୧୦୨.୯୧ ୯୨.୯୫
କେନ୍ଦ୍ର ସରକାର ଗତ ନଭେମ୍ବର ମାସରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ଲୋକଙ୍କୁ ଆଶ୍ୱସ୍ତି ଦେଇଥିଲେ । ସରକାର ଏକ୍ସସାଇଜ ଡ୍ୟୁଟିରେ ପେଟ୍ରୋଲ ୫ ଟଙ୍କା ଡିଜେଲ ୧୦ ଟଙ୍କା କମ କରିଥିଲେ । କେନ୍ଦ୍ରର ଏହି ନିଷ୍ପତ୍ତି ପରେ ମଧ୍ୟପ୍ରଦେଶ, ୟୁପି, ବିହାର ସମେତ ସମସ୍ତ ରାଜ୍ୟ ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁଥିବା ଭ୍ୟାଟ ଦର ହ୍ରାସ କରିଥିଲେ । ଏହା ପରେ କିଛି ମାସ ଯାଏ ତୈଳ ଦର ସ୍ଥିର ରହିଥିଲା ।
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା