ପ୍ରମୁଖ ଖବର

ଭାରତର ୨ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆମେରିକାରେ ଗିରଫ
ଧାମରା ବନ୍ଦରରେ ଅନୁପ୍ରବେଶକାରୀ ହେବେ ସାବାଡ୍, ଜଗିବ ସ୍ବତନ୍ତ୍ର ଡ୍ରୋନ୍
ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍
ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ଆଣ୍ଡାମାନ ନିକୋବରରେ ଶକ୍ତିଶାଳୀ ଭୂମିକମ୍ପ

ଜେଲ ଗଲେ ଜଗଦ୍ଦେବ

0

ଜେଲ ଗଲେ ଚିଲିକାର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଜାମିନ ଆବେଦନ ଖାରଜ ପରେ ବାଣପୁର ଜେଲରେ ରାତି କାଟିଛନ୍ତି ଜଗଦ୍ଦେବ । ରାତି ୧୨ଟାରେ ବାଣପୁର ଜେଏମଏଫସି କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା । ଏହା ପରେ ଜାମିନ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିବା ପରେ ବାହୁବଳୀ ବିଧାୟକଙ୍କୁ ବାଣପୁର ଜେଲକୁ ପଠାଯାଇଛି । ଗତକାଲି ହସ୍ପିଟାଲରୁ ବାହାରିବାରେ ଜଗଦ୍ଦେବଙ୍କୁ ପୁଲିସ ଗିରଫ କରିଥିଲା । ଏହା ପରେ ଭୁବନେଶ୍ୱର ସ୍ଥିତ ଖୋର୍ଦ୍ଧା ଜିଲ୍ଲା ଜଜ୍ କୋର୍ଟରେ ହାଜର ପରେ ତାଙ୍କୁ ବାଣପୁର କୋର୍ଟ ନିଆଯାଇଥିଲା । ରାତି ୯ଟା ୧୦ରେ ତାଙ୍କୁ ବାଣପୁର କୋର୍ଟରେ ହାଜର କରାଯାଇଥିଲା । ପୁଲିସ ପକ୍ଷରୁ ୧୮୮ ପୃଷ୍ଠାର କେସ ଡାଏରୀ କୋର୍ଟରେ ଦାଖଲ କରାଯାଇଥିଲା ।

ମାର୍ଚ୍ଚ ୧୨ ତାରିଖରେ ବାହୁବଳୀ ବିଧାୟକ ବିଜେପି କର୍ମୀ ଓ ପୁଲିସ କର୍ମଚାରୀଙ୍କ ଉପରେ ଗାଡି ଚଢାଉ ହତ୍ୟା ଉଦ୍ୟମ କରିଥିଲେ । ବ୍ଲକ ଅଧ୍ୟକ୍ଷ ନିର୍ବାଚନ ବେଳେ ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଭିଡ ଭିତରେ ଗାଡି ଚଢାଇ ଦେଇଥିଲେ ପ୍ରଶାନ୍ତ ଜଗଦ୍ଦେବ । ଏଥିରେ ୨୫ ଜଣ ଆହତ ହୋଇଥିଲେ । ଉତ୍ତ୍ୟକ୍ତ ଲୋକ ମଧ୍ୟ ବିଧାୟକଙ୍କୁ ମାଡ଼ ମାରି ଲହୁଲୁହାଣ କରିଦେଇଥିଲେ । ତାଙ୍କ ଗାଡିକୁ ମଧ୍ୟ ଭାଙ୍ଗିକୁ ଚୁରମାର କରିଦେଇଥିଲେ । ଏହା ପରେ ଆହତ ଜଗଦ୍ଦେବଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତକାଲି ସେ ହସ୍ପିଟାଲରୁ ବାହାରିବାରେ ତାଙ୍କୁ ପୁଲିସ ଗିରଫ କରିଥିଲା

Leave A Reply

Your email address will not be published.