ପ୍ରମୁଖ ଖବର

ଏକକ ଶିକ୍ଷକ ସ୍କୁଲରେ ତୁରନ୍ତ ନିଯୁକ୍ତ ହେବେ ଶିକ୍ଷକ
ଜାତୀୟ ହସ୍ତତନ୍ତ ଦିବସ: ଦୁଇ ଓଡ଼ିଆ ବୁଣାକାରଙ୍କୁ ଜାତୀୟ ସମ୍ମାନ
ରାଜପଥରୁ ହଟିବେ ଗୋରୁଗାଈ, ପ୍ରତି ୧୦୦ କିମିରେ ହେବ ଗୋଶାଳା
ରୁଷ ସହ ବାଣିଜ୍ୟ କଲେ ଲାଗିପାରେ ୧୦୦% ଶୁଳ୍କ
ଅଗଷ୍ଟ ୯ରୁ ୧୭ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯାନ
ୟୁପିଆଇ ପେମେଣ୍ଟରେ ଲାଗିବନି ଶୁଳ୍କ, ସ୍ପଷ୍ଟ କଲେ ସରକାର
ଦିଲ୍ଲୀରେ ଅଗଷ୍ଟ ୯ରୁ ବିଜେପିର ସ୍ୱାଧୀନତା ଦିବସ ସପ୍ତାହ
ସେପ୍ଟେମ୍ବର ୧ରୁ ତାମିଲନାଡୁର ପ୍ରମୁଖ ମନ୍ଦିରରେ ମୋବାଇଲ ନିଷେଧ
ଷ୍ଟାର୍ଟଅପ୍‌ ପାଇଁ ୫ ସଂସ୍ଥା ସହ ସରକାରଙ୍କ ରଣନୀତିକ ବୁଝାମଣା
ଆଇଆଇଟି ଦିଲ୍ଲୀ ସମାବର୍ତ୍ତନରେ ‘ବିକଶିତ ଭାରତ’ ପାଇଁ ପ୍ରଧାନମନ୍ତୀ ଦେଲେ ବଡ଼ ବାର୍ତ୍ତା

ଆଜି ଶପଥ ନେବେ ଯୋଗୀ ଆଦିତ୍ୟନାଥ

0

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଯୋଗୀ ଆଦିତ୍ୟନାଥ। ଲକ୍ଷ୍ନୌର ଏକନା ଷ୍ଟାଡିୟମରେ ଯୋଗୀଙ୍କ ଶପଥ ଗ୍ରହଣ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୪ଟା ବେଳେ ଏହି ଶପଥ ସମାରୋହ ଅନୁଷ୍ଠିତ ହେବ। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବଡ଼ ନେତା ଯୋଗ ଦେବେ।

ଯୋଗୀ ଆଦିତ୍ୟନାଥ ନିଜେ ଫୋନ କରି ମୁଲାୟମ ସିଂହ, ଅଖିଳେଶ ଯାଦବ, ଓ ମାୟାବତୀଙ୍କୁ ଶପଥ ସମାରୋହରେ ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି। ଏହା ସହ ଯୋଗୀ ବ୍ୟକ୍ତିଗତ ଭାବେ ଅଯୋଧ୍ୟା,ମଥୁରା ଓ ବାରଣାସୀର ୫୦ ସାଧୁଙ୍କୁ ନିମନ୍ତ୍ରଣ କରିଛନ୍ତି। ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର ବରିଷ୍ଠ ସଦସ୍ୟ ମଧ୍ୟ ଶପଥ ସମାରୋହ ଉତ୍ସବକୁ ନିମନ୍ତ୍ରିତ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିର ବହୁ ବରିଷ୍ଠ ନେତାଙ୍କ ସମେତ ୬୦ ଶୀର୍ଷ ଶିଳ୍ପପତି ଏହି ସମାରୋହରେ ସାମିଲ ହେବେ। ଯୋଗୀ ଆଦିତ୍ୟନାଥଙ୍କ ସମେତ ପାଖାପାଖି ୪୮ ମନ୍ତ୍ରୀ ଆଜି ଶପଥ ନେବେ। ନୂଆ କ୍ୟାବିନେଟରେ ୭ରୁ ୮ ମହିଳା ମନ୍ତ୍ରୀ ହୋଇପାରନ୍ତି। କିନ୍ତୁ ଏବେ କୌଣସି ମନ୍ତ୍ରୀଙ୍କ ନାଁ ସ୍ପଷ୍ଟ ହୋଇନାହିଁ। ହେଲେ କିଛି ପୁରୁଣା ମନ୍ତ୍ରୀ ଓ ଯୁବ ଚେହେରାଙ୍କୁ ଦାୟିତ୍ୱ ମିଳିବାର ଖବର ରହିଛି

। ଯୋଗୀ ଆଦିତ୍ୟନାଥ ଲଗାତର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ଉତ୍ତରପ୍ରଦେଶରେ ୩୫ ବର୍ଷରେ ଏକ ନୂଆ ରେକର୍ଡ କରିବାକୁ ଯାଉଛନ୍ତି ।ଗତକାଲି ଉତ୍ତର ପ୍ରଦେଶ ବିଜେପି ବିଧାୟକ ଦଳ ବୈଠକରେ ବିଧାୟକ ଦଳର ନେତା ଭାବେ ଯୋଗୀ ଆଦିତ୍ୟନାଥ ନିର୍ବାଚିତ ହୋଇଛନ୍ତି । ଲକ୍ଷ୍ନୌରେ ଆୟୋଜିତ ଏହି ବୈଠକରେ ଅମିତ ଶାହାଙ୍କ ସମେତ ବହୁ ବଡ଼ ନେତା ସାମିଲ ହୋଇଥିଲେ ।

Leave A Reply

Your email address will not be published.