ପ୍ରମୁଖ ଖବର

ସୁଜାତାଙ୍କୁ ଅର୍ଥ ବିଭାଗକୁ ବଦଳି, ମିଶନଶକ୍ତି ବିଭାଗ ଦାୟିତ୍ୱରେ ଶାଳିନୀ ପଣ୍ଡିତ
ସୁଜାତାଙ୍କ ପାଖରେ ଥିବା ଦୁଇ ବିଭାଗର ଦାୟିତ୍ୱ ଶାଳିନୀ ପଣ୍ଡିତଙ୍କୁ ଦିଆଯାଇଛି
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ତଥା କମିଶନର ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ ପଣ୍ଡିତ ମିଶନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ
ଆସନ୍ତା ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ପ୍ରାର୍ଥିପତ୍ର ପତ୍ର ଦାଖଲ କରିବେ
ଶନିବାର ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଘସିପୁରା ବିଧାନସଭା ଆସନରେ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ

ଆଜି ଶପଥ ନେବେ ଯୋଗୀ ଆଦିତ୍ୟନାଥ

0

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଯୋଗୀ ଆଦିତ୍ୟନାଥ। ଲକ୍ଷ୍ନୌର ଏକନା ଷ୍ଟାଡିୟମରେ ଯୋଗୀଙ୍କ ଶପଥ ଗ୍ରହଣ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୪ଟା ବେଳେ ଏହି ଶପଥ ସମାରୋହ ଅନୁଷ୍ଠିତ ହେବ। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବଡ଼ ନେତା ଯୋଗ ଦେବେ।

ଯୋଗୀ ଆଦିତ୍ୟନାଥ ନିଜେ ଫୋନ କରି ମୁଲାୟମ ସିଂହ, ଅଖିଳେଶ ଯାଦବ, ଓ ମାୟାବତୀଙ୍କୁ ଶପଥ ସମାରୋହରେ ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି। ଏହା ସହ ଯୋଗୀ ବ୍ୟକ୍ତିଗତ ଭାବେ ଅଯୋଧ୍ୟା,ମଥୁରା ଓ ବାରଣାସୀର ୫୦ ସାଧୁଙ୍କୁ ନିମନ୍ତ୍ରଣ କରିଛନ୍ତି। ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର ବରିଷ୍ଠ ସଦସ୍ୟ ମଧ୍ୟ ଶପଥ ସମାରୋହ ଉତ୍ସବକୁ ନିମନ୍ତ୍ରିତ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିର ବହୁ ବରିଷ୍ଠ ନେତାଙ୍କ ସମେତ ୬୦ ଶୀର୍ଷ ଶିଳ୍ପପତି ଏହି ସମାରୋହରେ ସାମିଲ ହେବେ। ଯୋଗୀ ଆଦିତ୍ୟନାଥଙ୍କ ସମେତ ପାଖାପାଖି ୪୮ ମନ୍ତ୍ରୀ ଆଜି ଶପଥ ନେବେ। ନୂଆ କ୍ୟାବିନେଟରେ ୭ରୁ ୮ ମହିଳା ମନ୍ତ୍ରୀ ହୋଇପାରନ୍ତି। କିନ୍ତୁ ଏବେ କୌଣସି ମନ୍ତ୍ରୀଙ୍କ ନାଁ ସ୍ପଷ୍ଟ ହୋଇନାହିଁ। ହେଲେ କିଛି ପୁରୁଣା ମନ୍ତ୍ରୀ ଓ ଯୁବ ଚେହେରାଙ୍କୁ ଦାୟିତ୍ୱ ମିଳିବାର ଖବର ରହିଛି

। ଯୋଗୀ ଆଦିତ୍ୟନାଥ ଲଗାତର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ଉତ୍ତରପ୍ରଦେଶରେ ୩୫ ବର୍ଷରେ ଏକ ନୂଆ ରେକର୍ଡ କରିବାକୁ ଯାଉଛନ୍ତି ।ଗତକାଲି ଉତ୍ତର ପ୍ରଦେଶ ବିଜେପି ବିଧାୟକ ଦଳ ବୈଠକରେ ବିଧାୟକ ଦଳର ନେତା ଭାବେ ଯୋଗୀ ଆଦିତ୍ୟନାଥ ନିର୍ବାଚିତ ହୋଇଛନ୍ତି । ଲକ୍ଷ୍ନୌରେ ଆୟୋଜିତ ଏହି ବୈଠକରେ ଅମିତ ଶାହାଙ୍କ ସମେତ ବହୁ ବଡ଼ ନେତା ସାମିଲ ହୋଇଥିଲେ ।

Leave A Reply

Your email address will not be published.