ପୁଣି ବଢିଲା ତୈଳ ଦର । ଗୋଟିଏ ଦିନର ଆଶ୍ୱସ୍ତି ପରେ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ତୈଳ ଦର ଲଗାତର ବଢିବାରେ ଲାଗିଛି । ଗତ ୪ ଦିନରେ ତୃତୀୟ ଥର ପାଇଁ ତୈଳ ଦର ବୃଦ୍ଧି ହୋଇଛି। ପେଟୋଲ ଓ ଡିଜେଲ ଦର ଲିଟର ପିଛା ୮୦ ପଇସା ବଢିଛି। ଭୁବନେଶ୍ୱର ପେଟ୍ରୋଲ ୮୬ ଓ ଡିଜେଲ ଲିଟର ପିଛା ୮୫ ପଇସା ବୃଦ୍ଧି ହୋଇଛି । ଗତ ବର୍ଷ ନଭେମ୍ବର ମାସ ପରେ ତୈଳ ଦର ସ୍ଥିର ରହିଥିଲା । ଏହା ପରେ ଗତ ମଙ୍ଗଳବାରଠୁ ତୈଳ ଦର ବଢିବା ଆରମ୍ଭ ହୋଇଯାଇଛି । ନଭେମ୍ବରରେ କେନ୍ଦ୍ର ସରକାର ତେଲ ଉପରୁ ଏକ୍ସସାଇଜ ଡ୍ୟୁଟି କମାଇଥିଲେ । ପେଟ୍ରୋଲ ଲିଟର ପିଛା ୫ ଟଙ୍କା ଓ ଡିଜେଲ ଲିଟର ପିଛା ୧୦ ଟଙ୍କା କମାଇଥିଲେ କେନ୍ଦ୍ର ସରକାର । କେନ୍ଦ୍ର ପରେ ରାଜ୍ୟ ଗୁଡିକ ମଧ୍ୟ ତେଲ ଉପରୁ ଭାଟ କମାଇଥିଲେ।
ଆସନ୍ତୁ ଜାଣିବା କେଉଁଠି କେତେ ତୈଳ ଦର?
ଦିଲ୍ଲୀ ୯୭.୮୧ , ୮୯.୦୭
ମୁମ୍ବ୍ଧାଇ ୧୧୨.୫୧, ୯୬.୭୦
କୋଲକାତା ୧୦୭.୧୮, ୯୨.୨୨
ଚେନ୍ନାଇ ୧୦୩.୬୭ , ୯୩.୭୧
ପ୍ରମୁଖ ଖବର
ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ