ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର ମେୟର ପଦ ହାତେଇଲା ବିଜେଡି, ସଂଘମିତ୍ରା ଦଳେଇ ବିଜୟୀ

0

ବ୍ରହ୍ମପୁର ମେୟର ପଦ ଅକ୍ତିଆର କଲା ବିଜେଡି । ବିଜେଡି ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ବିଜୟୀ ହୋଇଛନ୍ତି । ବହୁ ଭୋଟ ବ୍ୟବଧାନରେ ସେ ବାଜିମାତ୍ କରିଛନ୍ତି । ୨୦ ହଜାର ୨୩୬ ଭୋଟ ବ୍ୟବଧାନରେ ସେ ଜିତିଛନ୍ତି। ବିଜେପିର ସବିତା ସୁଆର ଓ କଂଗ୍ରେସର ମଞ୍ଜୁ ରଥଙ୍କୁ ବହୁ ପଛରେ ପକାଇ ସଂଘମିତ୍ରା ଦଳେଇ ମେୟର ପଦ ହାତେଇବାରେ ସକ୍ଷମ ହୋଇଛନ୍ତି ।

ବିଜୟୀ ପରେ ସଂଘମିତ୍ରା ଦଳେଇ ସଫଳତାର ଶ୍ରେୟ ମୁଖ୍ୟମନ୍ତ୍ରୀ ଓ ବିଜେଡିକୁ ଦେଇଛନ୍ତି । ବ୍ରହ୍ମପୁରରେ ଉନ୍ନତିମୂଳକ କାର୍ଯ୍ୟ କରାଯିବ । ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ତୃଣମୂଳ ସ୍ତରରେ ସମସ୍ୟା ସମାଧାନ ପାଇଁ ପ୍ରାଧାନ୍ୟ ଦିଆଯିବ ବୋଲି ସଂଘମିତ୍ରା ଦଳେଇ କହିଛନ୍ତି । ମହାନଗମ ନିଗମ ବାସିନ୍ଦା ତାଙ୍କୁ ନିର୍ବାଚିତ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

୨୦୦୩ ମସିହାରେ ସଂଘମିତ୍ରା ଦଳେଇ କଂଗ୍ରେସ ଟିକେଟରେ କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । ପରେ ସେ ପୁଣି ୨୦୦୮ରେ ବି କଂଗ୍ରେସ ଟିକେଟରେ କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । ତେବେ ୨୦୧୧ରେ ସେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ । ୨୦୧୩ରେ ସେ ବିଜେଡି ଟିକେଟରେ ଜିତି ସେ ବ୍ରହ୍ମପୁର ମହାନଗର ନିଗମର କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ ।

Leave A Reply

Your email address will not be published.