ଚାଲିଛି ପୌର ନିର୍ବାଚନ ଭୋଟ ଗଣତି। ସକାଳୁ ଗଣତି ଆରମ୍ଭ ହୋଇଥିବା ବେଳେ ଆସିଛି ଟ୍ରେଣ୍ଡ ପରେ ଟ୍ରେଣ୍ଡ । ରାଜ୍ୟର ଅଧିକାଂଶ ଏନଏସି,ପୌରାଞ୍ଚଳରେ ବିଜେଡି ଆଗରେ ରହିଛି । ବିରୋଧୀ ବହୁ ପଛରେ ପଡିଯାଇଛନ୍ତି । ଦିନ ୧୦ଟା ସୁଦ୍ଧା ଟ୍ରେଣ୍ଡ ଅନୁସାରେ ୭୧ଟି ଆସନରେ ବିଜେଡି ଆଗୁଆ ରହିଛି । ବିଜେପି ୧୭ଟି ଆସନରେ ଆଗେଇ ଚାଲିଛି । କଂଗ୍ରେସ ୭ଟି ଆସନରେ ଆଗୁଆ ଥିବା ବେଳେ ସ୍ୱାଧୀନ ପ୍ରାର୍ଥ ୧୦ ଆସନରେ ଆଗୁଆ ରହିଛନ୍ତି । ସେହିପରି ଯାଜପୁର ଓ ବୌଦ୍ଧରେ ଏନଏସି ଅଧ୍ୟକ୍ଷ ପଦ ହାତେଇଛି ବିଜେଡି । ଯାଜପୁରରେ ବିଜେଡିର ରଞ୍ଜୁଲତା ହୋତା ବିଜୟୀ ହୋଇଥିବା ବେଳେ ବୌଦ୍ଧରେ ବିଜେଡିର ମୃତ୍ୟୁଞ୍ଜୟ ମିଶ୍ର ବିଜୟୀ ହୋଇଛନ୍ତି । ବୌଦ୍ଧରେ ସମୁଦ୍ରାୟ ୧୭ଟି ୱାର୍ଡ ମଧ୍ୟରୁ ୧୫ରେ ବିଜେଡି ବିଜୟୀ ଥିବା ବେଳେ ବିଜେପିକୁ ୨ଟି ୱାର୍ଡ ମିଳିଛି ।
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା