ପ୍ରମୁଖ ଖବର

ମେସି ଇଭେଣ୍ଟ ଅବ୍ୟବସ୍ଥା: ୩୩ ହଜାର ଦର୍ଶକଙ୍କୁ ଟଙ୍କା ଫେରାଇବାକୁ ଘୋଷଣା
କଟକ କଂଗ୍ରେସରେ ଫାଟ ବଢ଼ିଲା, ଓଜେସିରୁ ଲଢ଼ିବେ ସୋଫିଆ: ମୋକିମ
ପାଲଲହଡ଼ାରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ, ୨ ଦିନରେ ୧୯ ପଜିଟିଭ୍‌, ଜଣେ ମୃତ
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି
ଚାଷୀଙ୍କୁ ଆଶ୍ୱସ୍ତି: ଧାନ ପଞ୍ଜୀକରଣ ଅବଧି ବଢ଼ିଲା ଆଉ ୭ ଦିନ
‘ମନ୍ କୀ ବାତ୍‌’ରେ ଓଡ଼ିଶାର ମୈଥିଲୀଙ୍କ କାହାଣୀ, ଇକୋ-ଟୁରିଜିମ୍‌ ବଦଳାଇଲା ଜୀବିକା
ନେପାଳକୁ ସହାୟତା , ୬୮.୫ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ

ଆସିଲା ମେୟର ଭୋଟ ଗଣତିର ପ୍ରାରମ୍ଭିକ ଟ୍ରେଣ୍ଡ, କଟକରେ କଡ଼ା ଟକ୍କର

0

ସକାଳୁ ପୌର ଭୋଟ ଗଣତି ଚାଲିଥିବା ବେଳେ ବିଜେଡି ଆଗୁଆ ରହିଛି । ରାଉଣ୍ଡ ପରେ ରାଉଣ୍ଡ ଗଣା ଚାଲିଛି । ତେବେ ୩ ମହାନଗର ନିଗମରେ ମିଏ ହେବେ ମେୟର ତା ଉପରେ ସମସ୍ତଙ୍କ ନଜର ରହିଛି । କଟକ ମହାନଗର ନିଗମରେ କଡା ଟକ୍କର ଦେଖିବାକୁ ମିଳିଛି । ଘଡିକେ ଘୋଡା ଛୁଟୁଛି । କଟକରେ କଂଗ୍ରେସ ଓ ବିଜେଡି ମଧ୍ୟରେ କଡା ଫାଇଟ ଚାଲିଛି । ବିଜେଡି ପ୍ରାର୍ଥୀ ସୁବାସ ସିଂକୁ କଡା ଟକ୍କର ଦେଉଛନ୍ତି କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ।ବିଜେପି ପ୍ରାର୍ଥୀ ଶ୍ରୀତମ ଦାସ ବହୁ ପଛରେ ରହିଛନ୍ତି ।

ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ କଟକରେ ବିଜେଡି ପ୍ରାର୍ଥୀ ସୁବାସ ସିଂ ୮ ହଜାର ୧୯୫ ଭୋଟରେ ଆଗୁଆ ଥିବା ବେଳେ କଂଗ୍ରେସ ପ୍ରାର୍ଥୀ ୭ ହଜାର ୪୮୦ ଭୋଟରେ ଆଗେଇ ଚାଲିଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ଶ୍ରୀତମ ଦାସ ୩ ହଜାର ୫୫୩ ଭୋଟରେ ଆଗରେ ଅଛନ୍ତି । ସହିପରି ବ୍ରହ୍ମପୁରରେ ବିଜେଡି ବହୁ ଆଗରେ ରହିଛି । ସଂଘମିତ୍ରା ଦଳେଇ ୧୧ ହଜାର ୪୨ ଭୋଟରେ ଆଗରେ ଥିବା ବେଳେ ବିଜେପି ପ୍ରାର୍ଥୀ ସବିତା ସୁଆର ୮ ହଜାର ୮୭୩ ଭୋଟରେ ଆଗୁଆ ଅଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ବହୁ ପଛରେ ପଡିଯାଇଛନ୍ତି। ଭୁବନେଶ୍ବରରେ ମଧ୍ୟ ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ ଆଗରେ ରହିଛନ୍ତି।

Leave A Reply

Your email address will not be published.