ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଳିବେ ଆର୍ଥ ଆୱାର । ରାତି ସାଢେ ୮ଟାରୁ ଏକ ଘଣ୍ଟା ଧରି ନବୀନ ନିବାସର ସମସ୍ତ ବିଦ୍ୟୁତ ଚାଳିତ ସରଞ୍ଜାମ ବନ୍ଦ ରହିବ। ଅର୍ଥାତ ରାତି ସାଢେ ୮ରୁ ସାଢେ ୯ ପର୍ଯ୍ୟନ୍ତ ଆର୍ଥ ଆୱାର ପାଳନ କରାଯିବ। ୨୦୦୭ ମସିହାରେ ଅଷ୍ଟ୍ରେଲିଆର ସିଡନୀ ସହରରେ ଲୋକମାନେ ଘଣ୍ଟାଏ କାଳ ଲାଇନ ବନ୍ଦ ରହି ଆର୍ଥ ଆୱାର ପାଳନ କରିଥିଲେ। ଏହା ପରେ ୨୦୦୮ ମସିହା ପରଠୁ ଏହାକୁ ବିଶ୍ୱସ୍ତରୀୟ ପାଳନ କରାଯାଉଛି । ୨୦୧୦ରେ ଆମେରିକାରେ ୧୬ ପ୍ରତିଶତ ଲୋକ ଏହାକୁ ଜନସମର୍ଥନ ଜଣାଇଥିଲେ । ୨୦୧୬ରେ ମୁମ୍ବାଇରେ ଆର୍ଥ ଆୱାର ପାଳନରେ ୮୦ ମେଗାୱାଟ ବିଦ୍ୟୁତ ବର୍ତ୍ତି ପାରିଥିଲା। ୨୦୧୦ ମସିହା ପରଠୁ ରାଜ୍ୟରେ ଆର୍ଥ ଆୱାର ଦିବସ ପାଳନ କରାଯାଉଛି । ରାତି ସାଢେ୮ଟାରୁ ସାଢେ ୯ ପର୍ଯ୍ୟନ୍ତ ଅନାବଶ୍ୟକ ବିଦ୍ୟୁତ ପ୍ରବାହ ବନ୍ଦ ରଖିବା ଉପରେ ଗୁରୁତ୍ୱ ଦିଆଯାଉଛି। ଭବିଷ୍ୟତ ପୀଢି ଓ ବିଶ୍ୱକୁ ସୁରକ୍ଷା ଦେବା ପାଇଁ ସମସ୍ତଙ୍କୁ ଶକ୍ତି ସଂରକ୍ଷଣ କରିବାକୁ ନବୀନ ପଟ୍ଟନାୟକ ଅପିଲ କରିଛନ୍ତି ।
ପ୍ରମୁଖ ଖବର
ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ