ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଳିବେ ଆର୍ଥ ଆୱାର । ରାତି ସାଢେ ୮ଟାରୁ ଏକ ଘଣ୍ଟା ଧରି ନବୀନ ନିବାସର ସମସ୍ତ ବିଦ୍ୟୁତ ଚାଳିତ ସରଞ୍ଜାମ ବନ୍ଦ ରହିବ। ଅର୍ଥାତ ରାତି ସାଢେ ୮ରୁ ସାଢେ ୯ ପର୍ଯ୍ୟନ୍ତ ଆର୍ଥ ଆୱାର ପାଳନ କରାଯିବ। ୨୦୦୭ ମସିହାରେ ଅଷ୍ଟ୍ରେଲିଆର ସିଡନୀ ସହରରେ ଲୋକମାନେ ଘଣ୍ଟାଏ କାଳ ଲାଇନ ବନ୍ଦ ରହି ଆର୍ଥ ଆୱାର ପାଳନ କରିଥିଲେ। ଏହା ପରେ ୨୦୦୮ ମସିହା ପରଠୁ ଏହାକୁ ବିଶ୍ୱସ୍ତରୀୟ ପାଳନ କରାଯାଉଛି । ୨୦୧୦ରେ ଆମେରିକାରେ ୧୬ ପ୍ରତିଶତ ଲୋକ ଏହାକୁ ଜନସମର୍ଥନ ଜଣାଇଥିଲେ । ୨୦୧୬ରେ ମୁମ୍ବାଇରେ ଆର୍ଥ ଆୱାର ପାଳନରେ ୮୦ ମେଗାୱାଟ ବିଦ୍ୟୁତ ବର୍ତ୍ତି ପାରିଥିଲା। ୨୦୧୦ ମସିହା ପରଠୁ ରାଜ୍ୟରେ ଆର୍ଥ ଆୱାର ଦିବସ ପାଳନ କରାଯାଉଛି । ରାତି ସାଢେ୮ଟାରୁ ସାଢେ ୯ ପର୍ଯ୍ୟନ୍ତ ଅନାବଶ୍ୟକ ବିଦ୍ୟୁତ ପ୍ରବାହ ବନ୍ଦ ରଖିବା ଉପରେ ଗୁରୁତ୍ୱ ଦିଆଯାଉଛି। ଭବିଷ୍ୟତ ପୀଢି ଓ ବିଶ୍ୱକୁ ସୁରକ୍ଷା ଦେବା ପାଇଁ ସମସ୍ତଙ୍କୁ ଶକ୍ତି ସଂରକ୍ଷଣ କରିବାକୁ ନବୀନ ପଟ୍ଟନାୟକ ଅପିଲ କରିଛନ୍ତି ।
ପ୍ରମୁଖ ଖବର
ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ