ପ୍ରମୁଖ ଖବର

କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ିଲା, ମାସିକ ଦରମା ୪, ୯୦୦ ଟଙ୍କା ବୃଦ୍ଧି କଲେ ସରକାର
ଶ୍ରୀମନ୍ଦିରରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ
ଅଯୋଧ୍ୟା ରାମ ମନ୍ଦିରର ପ୍ରଧାନ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କ ପରଲୋକ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ଧମକ
ଡିଜିଟାଲାଇଜ୍ ହେଲା ବିଧାନସଭା, ଟ୍ୟାବରୁ ପଢ଼ିବେ ବିଧାୟକ
ଶିଖ୍‌ ଦଙ୍ଗା ଘଟଣାରେ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ
କାଠଯୋଡି ନଦୀ କୂଳରୁ ଯୁକ୍ତ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର
୧୮ରୁ +୨ ପରୀକ୍ଷା ଆରମ୍ଭ , ହବକୁ ଗଲା ପ୍ରଶ୍ନପତ୍ର

୨୪ ପାଇଁ ଟିମ୍: କିଏ ବାଦ୍ ପଡ଼ିବେ, କିଏ ହେବେ ସାମିଲ୍

0

ଭୁବନେଶ୍ବର: ପାଖାପାଖି ବର୍ଷେ କାଳ ବିଜୁ ଜନତା ଦଳ ପଞ୍ଚାୟତ ଓ ପୌର ନିର୍ବାଚନ କସରତ ଚଳାଇଥିଲା। ଗତକାଲି (ଶନିବାର) ଭୁବନେଶ୍ବର ମହାନଗର ନିଗମ ଡେପୁଟି ମେୟର ଚୟନ ସହିତ ଏହି ପ୍ରକ୍ରିୟାରେ ପୂର୍ଣ୍ଣଛେଦ ପଡ଼ିଛି। ଆଦୌ ମୁହୂର୍ତେ ବି ସମୟ ନଷ୍ଟ ନ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରାଜ୍ୟ ମନ୍ତ୍ରିମଣ୍ଡଳର ଚେହେରା ବଦଳାଇବା ପୂର୍ବରୁ ମନ୍ତ୍ରୀମାନଙ୍କର ରିପୋର୍ଟ କାର୍ଡ ମଗାଯାଇଛି। ଏହା ଔପଚାରିକତା ମାତ୍ର। ମିଳୁଥିବା ଖବର ଅନୁସାରେ, ରାଜ୍ୟ ପ୍ରଶାସନର ଚେହେରା ବଦଳିବ, ସର୍ବୋପରି ବିଜେଡି ସଂଗଠନ ଓ ନିଗମରେ ବ୍ୟାପକ ପରିବର୍ତ୍ତନ କରାଯିବ। ଅନେକ ବାଦ୍ ପଡିବେ, କିଛି ନେତାଙ୍କୁ ପୁରସ୍କାର ମିଳିବ।

ବିଜେଡିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ୨୦୨୪ ନିର୍ବାଚନ ମୁକାବିଲା ଟିକିଏ ଭିନ୍ନ ଢଙ୍ଗରେ ହେବ। ବିରୋଧୀଙ୍କୁ କୌଣସି ସୁଯୋଗ ଦିଆଯିବ ନାହିଁ, ଯାହାକୁ ଆୟୁଧ କରି ସେମାନେ ସରକାର ବା ଦଳକୁ ଘେରିବେ। ଆଦୌ କେହିି ଆଶ୍ଚର୍ଯ୍ୟ ହେବେ ନାହିଁ, ଯଦି କିଛି ଆଗଧାଡିର ନେତା ପଛକୁ ଚାଲିଯାଆନ୍ତି ଏବଂ ତାଙ୍କ ସ୍ଥାନରେ ନୂଆ ଯୁବ ନେତାମାନଙ୍କୁ ଦାୟିତ୍ବ ଦିଆଯାଏ। ଦଳର ସୋସିଆଲ ମିଡ଼ିଆକୁ ଅଧିକ ପ୍ରଭାବୀ କରାଯିବ ଓ ନୂଆ ମୁହଁ ଦେଖିବାକୁ ମିଳିବ। ଏହାବ୍ୟତୀତ ଦଳର ମାର୍ଗଦର୍ଶନ ଲାଗି ଅଭିଜ୍ଞଙ୍କ ସହିତ ବିଜେଡି ଯୋଡି ହୋଇରହିବ।

ଅର୍ଧାଧିକ ନିଗମର ମୁଖିଆ ପରିବର୍ତ୍ତନ ହେବେ। ଯେଉଁ ନେତାମାନେ ନିଗମ ଦାୟିତ୍ବ ନେବା ପରେ ବି ଦଳ ବା ସରକାର ପାଇଁ କୌଣସି ଲାଭ ସାଉଁଟିପାରିଲେ ନାହିଁ, ସେମାନଙ୍କୁ ବିଦା କରାଯିବ। ପଞ୍ଚାୟତ ଏବଂ ପୌର ନିର୍ବାଚନରେ ଦଳ ପାଇଁ ସଫଳତା ଆଣିଥିବା ନେତାଙ୍କୁ ସେସବୁ ସ୍ଥାନରେ ନିଯୁକ୍ତି ଦିଆଯିବ। ନିକଟରେ ବିଜେଡିରେ ଯୋଗଦେଇଥିବା ପ୍ରଦୀପ ମାଝୀ ପ୍ରମୁଖଙ୍କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ନିଗମ ଧରାଇ ଦିଆଯାଇ ୨୦୨୪ ଲଢିବାକୁ ସୁଯୋଗ ଦିଆଯିବ। ଯେଉଁସବୁ ସ୍ଥାନରେ ବିଜେଡି ଗତ ନିର୍ବାଚନରେ ପଛରେ ରହିଥିଲା ଓ ସେସବୁ ସ୍ଥାନରେ ଇତିମଧ୍ୟରେ ଦଳ ବିକଳ୍ପ ଖୋଜିସାରିଲାଣି, ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଏଠାରେ ଦେଖିବାକୁ ମିଳିପାରେ।

ଉଭୟ ଆଇଏଏସ୍ ଏବଂ ଆଇପିଏସସ୍ତରରେ ବଡ ଧରଣର ଅଦଳବଦଳ କରାଯିବ। ତା ସହିତ ବିଜେଡି ଛାମୁଆ ସଂଗଠନରେ ସାମାନ୍ୟ ପରିବର୍ତ୍ତନ ଅଣାଯିବ। ୪ଟି ରାଜ୍ୟସଭା ଆସନ ଖାଲି ହେଉଛି। ବିଜେଡି ପାଇଁ ସଫଳତା ଆଣିଥିବା କିଛି ଶ୍ରେଷ୍ଠ ନେତୃତ୍ବଙ୍କୁ ନବୀନ ପୁରସ୍କାର ଏହି ପୁରସ୍କାର ଧରାଇବେ। ମନ୍ତ୍ରିମଣ୍ଡଳର ଚେହେରା ପରିବର୍ତ୍ତନ ସହିତ ନିକଟ ଅତୀତରେ ଦଳର ଭାବମୂର୍ତି ପାଇଁ କଣ୍ଟା ସାଜିଥିବା ନେତାମାନଙ୍କ ଠାରୁ ନବୀନ ସଂପର୍କ ଛିନ୍ନ କରିବା ମଧ୍ୟ ବିଚିତ୍ର ନୁହେଁ ବୋଲି ବିଜେଡି ଆଭ୍ୟନ୍ତରୀଣ ସୂତ୍ରରୁ ସୂଚନା ମିଳୁଛି।

Leave A Reply

Your email address will not be published.