ପ୍ରମୁଖ ଖବର

ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷ ଓ ଅଗ୍ରଗତିର ସ୍ମୃତିଚାରଣ
ଏସସିବି ମେଡିକାଲ ଆଇସିୟୁ ଅଗ୍ନିକାଣ୍ଡ ଘଟଣା
ଆଉ ଦୁଇ ମାସ ବଢିଲା ଲକ୍ଷ୍ମୀଧର ବିଶ୍ୱାଳ କମିସନ କାର୍ଯ୍ୟକାଳ
ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ କ୍ୟାରିୟର ଗାଇଡାନ୍ସ
ବୋର୍ଡ ପରୀକ୍ଷା ପରେ କେଉଁ କ୍ଷେତ୍ରରେ କ୍ୟାରିୟର ଗଢିବେ ଛାତ୍ରଛାତ୍ରୀ, ସେ ଦିଗରେ ଦିଆଯିବ ପ୍ରଶିକ୍ଷଣ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା
ପଞ୍ଚାୟତିରାଜ ବିଭାଗ ନାଁରେ ନକଲି ପଦୋନ୍ନତି ଆଦେଶ ଭାଇରାଲ, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସରକାର
ଜିପିଡିଓ ଓ ପିଏଙ୍କ ପଦୋନ୍ନତି ନାଁରେ ଘୁରି ବୁଲୁଛି ନକଲି ଆଦେଶ
ଗୃହବିଭାଗକୁ ଏଫ୍‌ଆଇଆର୍‌ ଓ ସାଇବର ତଦନ୍ତ ପାଇଁ ଚିଠି ଲେଖିଲା ପଞ୍ଚାୟତିରାଜ ବିଭାଗ
ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତି ମଣତି
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସ୍‌ରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ଜଳନ୍ଧରରୁ ୬,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା; ଏବେ ବି ଖାଲି ୨.୧୮ ଲକ୍ଷ ଆସନ
ଆର୍ଯ୍ୟନ୍‌ ଓ ପାଂଶୁଲ ନିଟ୍‌-ୟୁଜି ୨୦୨୬ର ଯୁଗ୍ମ ଟପ୍ପର୍‌, ଓଡ଼ିଶାର ସାତ୍ତ୍ୱିକ ପଟ୍ଟନାୟକଙ୍କ ଅଲ୍ ଇଣ୍ଡିଆ ରାଙ୍କ ୪୦
ଶରଧାବାଲିରେ ଲାଗିଲା ତିନି ରଥ; ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି

୨୪ ପାଇଁ ଟିମ୍: କିଏ ବାଦ୍ ପଡ଼ିବେ, କିଏ ହେବେ ସାମିଲ୍

0

ଭୁବନେଶ୍ବର: ପାଖାପାଖି ବର୍ଷେ କାଳ ବିଜୁ ଜନତା ଦଳ ପଞ୍ଚାୟତ ଓ ପୌର ନିର୍ବାଚନ କସରତ ଚଳାଇଥିଲା। ଗତକାଲି (ଶନିବାର) ଭୁବନେଶ୍ବର ମହାନଗର ନିଗମ ଡେପୁଟି ମେୟର ଚୟନ ସହିତ ଏହି ପ୍ରକ୍ରିୟାରେ ପୂର୍ଣ୍ଣଛେଦ ପଡ଼ିଛି। ଆଦୌ ମୁହୂର୍ତେ ବି ସମୟ ନଷ୍ଟ ନ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରାଜ୍ୟ ମନ୍ତ୍ରିମଣ୍ଡଳର ଚେହେରା ବଦଳାଇବା ପୂର୍ବରୁ ମନ୍ତ୍ରୀମାନଙ୍କର ରିପୋର୍ଟ କାର୍ଡ ମଗାଯାଇଛି। ଏହା ଔପଚାରିକତା ମାତ୍ର। ମିଳୁଥିବା ଖବର ଅନୁସାରେ, ରାଜ୍ୟ ପ୍ରଶାସନର ଚେହେରା ବଦଳିବ, ସର୍ବୋପରି ବିଜେଡି ସଂଗଠନ ଓ ନିଗମରେ ବ୍ୟାପକ ପରିବର୍ତ୍ତନ କରାଯିବ। ଅନେକ ବାଦ୍ ପଡିବେ, କିଛି ନେତାଙ୍କୁ ପୁରସ୍କାର ମିଳିବ।

ବିଜେଡିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ୨୦୨୪ ନିର୍ବାଚନ ମୁକାବିଲା ଟିକିଏ ଭିନ୍ନ ଢଙ୍ଗରେ ହେବ। ବିରୋଧୀଙ୍କୁ କୌଣସି ସୁଯୋଗ ଦିଆଯିବ ନାହିଁ, ଯାହାକୁ ଆୟୁଧ କରି ସେମାନେ ସରକାର ବା ଦଳକୁ ଘେରିବେ। ଆଦୌ କେହିି ଆଶ୍ଚର୍ଯ୍ୟ ହେବେ ନାହିଁ, ଯଦି କିଛି ଆଗଧାଡିର ନେତା ପଛକୁ ଚାଲିଯାଆନ୍ତି ଏବଂ ତାଙ୍କ ସ୍ଥାନରେ ନୂଆ ଯୁବ ନେତାମାନଙ୍କୁ ଦାୟିତ୍ବ ଦିଆଯାଏ। ଦଳର ସୋସିଆଲ ମିଡ଼ିଆକୁ ଅଧିକ ପ୍ରଭାବୀ କରାଯିବ ଓ ନୂଆ ମୁହଁ ଦେଖିବାକୁ ମିଳିବ। ଏହାବ୍ୟତୀତ ଦଳର ମାର୍ଗଦର୍ଶନ ଲାଗି ଅଭିଜ୍ଞଙ୍କ ସହିତ ବିଜେଡି ଯୋଡି ହୋଇରହିବ।

ଅର୍ଧାଧିକ ନିଗମର ମୁଖିଆ ପରିବର୍ତ୍ତନ ହେବେ। ଯେଉଁ ନେତାମାନେ ନିଗମ ଦାୟିତ୍ବ ନେବା ପରେ ବି ଦଳ ବା ସରକାର ପାଇଁ କୌଣସି ଲାଭ ସାଉଁଟିପାରିଲେ ନାହିଁ, ସେମାନଙ୍କୁ ବିଦା କରାଯିବ। ପଞ୍ଚାୟତ ଏବଂ ପୌର ନିର୍ବାଚନରେ ଦଳ ପାଇଁ ସଫଳତା ଆଣିଥିବା ନେତାଙ୍କୁ ସେସବୁ ସ୍ଥାନରେ ନିଯୁକ୍ତି ଦିଆଯିବ। ନିକଟରେ ବିଜେଡିରେ ଯୋଗଦେଇଥିବା ପ୍ରଦୀପ ମାଝୀ ପ୍ରମୁଖଙ୍କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ନିଗମ ଧରାଇ ଦିଆଯାଇ ୨୦୨୪ ଲଢିବାକୁ ସୁଯୋଗ ଦିଆଯିବ। ଯେଉଁସବୁ ସ୍ଥାନରେ ବିଜେଡି ଗତ ନିର୍ବାଚନରେ ପଛରେ ରହିଥିଲା ଓ ସେସବୁ ସ୍ଥାନରେ ଇତିମଧ୍ୟରେ ଦଳ ବିକଳ୍ପ ଖୋଜିସାରିଲାଣି, ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଏଠାରେ ଦେଖିବାକୁ ମିଳିପାରେ।

ଉଭୟ ଆଇଏଏସ୍ ଏବଂ ଆଇପିଏସସ୍ତରରେ ବଡ ଧରଣର ଅଦଳବଦଳ କରାଯିବ। ତା ସହିତ ବିଜେଡି ଛାମୁଆ ସଂଗଠନରେ ସାମାନ୍ୟ ପରିବର୍ତ୍ତନ ଅଣାଯିବ। ୪ଟି ରାଜ୍ୟସଭା ଆସନ ଖାଲି ହେଉଛି। ବିଜେଡି ପାଇଁ ସଫଳତା ଆଣିଥିବା କିଛି ଶ୍ରେଷ୍ଠ ନେତୃତ୍ବଙ୍କୁ ନବୀନ ପୁରସ୍କାର ଏହି ପୁରସ୍କାର ଧରାଇବେ। ମନ୍ତ୍ରିମଣ୍ଡଳର ଚେହେରା ପରିବର୍ତ୍ତନ ସହିତ ନିକଟ ଅତୀତରେ ଦଳର ଭାବମୂର୍ତି ପାଇଁ କଣ୍ଟା ସାଜିଥିବା ନେତାମାନଙ୍କ ଠାରୁ ନବୀନ ସଂପର୍କ ଛିନ୍ନ କରିବା ମଧ୍ୟ ବିଚିତ୍ର ନୁହେଁ ବୋଲି ବିଜେଡି ଆଭ୍ୟନ୍ତରୀଣ ସୂତ୍ରରୁ ସୂଚନା ମିଳୁଛି।

Leave A Reply

Your email address will not be published.