ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ପ୍ରଶଂସା କଲେ ବାଇଡେନ୍, ବଢ଼ିଲା ଭାରତର ପତିଆରା

0

ମୋଦୀ-ବାଇଡେନ୍ ଭର୍ଚୁଆଲ ବୈଠକ ଶେଷ, ଆଗକୁ ସଂପର୍କ ନିବିଡ ହେବ ବୋଲି କହିଲା ଆମେରିକା

ନୂଆଦିଲ୍ଲୀ: ଭାରତର ବୈଦେଶିକ ନୀତି ବିଶ୍ବ ଚମକାଇ ଦେଇଛି। ସାମାନ୍ୟ ଗରମ ଓ ନରମ ଭାଷାରେ ୟୁକ୍ରେନ ପ୍ରସଙ୍ଗରେ ଭାରତକୁ ଚେତାବନୀ ଦେଇ ଆସୁଥିବା ଆମେରିକା ଶେଷରେ ୟୁଟର୍ଣ୍ଣ ମାରିଲା। କେବଳ ସେତିକି ନୁହେଁ, ଭାରତକୁ ପ୍ରଶଂସା କରିବା ଲାଗି ମଧ୍ୟ ଆମେରିକା ପଛାଇ ନାହିଁ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ହୋଇଥିବା ଭର୍ଚୁଆଲ ବୈଠକ ପରେ ଏଭଳି ଏକ ବଡ ଖବର ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁସାରେ, ଉଭୟଙ୍କ ମଧ୍ୟରେ ଆଲୋଚନା ବେଳେ ୟୁକ୍ରେନ ପ୍ରସଙ୍ଗ ମୁଖ୍ୟତଃ ଆଲୋଚନା ହୋଇଥିଲା। ରୁଷ ପ୍ରତି ଭାରତର କୋହଳ ମନୋଭାବ ସଂପର୍କରେ ନକାରାତ୍ମକ ଆଭିମୁ୍ଖ୍ୟ ଗ୍ରହଣ କରି ଆସୁଥିବା ଆମେରିକା ରାଷ୍ଚ୍ରପତି ଆଜି ମତ ବଦଳାଇଥିଲେ। ୟୁକ୍ରେନକୁ ଭାରତର ସହାୟତାକୁ ପ୍ରଶଂସା କରିବା ସହିତ ରୁଷ-ୟୁକ୍ରେନ୍ ଯୁଦ୍ଧ ପରିସମାପ୍ତି କ୍ଷେତ୍ରରେ ଏଣିକି ଭାରତ ଓ ଆମେରିକା ମିଳିତ ଭାବେ କାମ କରିବେ ବୋଲି ବାଇଡେନ୍ କହିଥିଲେ।

ଆଲୋଚନା ବେଳେ ଭାରତର ତାର ଋଷ ଆଭିମୁଖ୍ୟ ସଂପର୍କରେ ସ୍ପଷ୍ଟ ମତ ରଖିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ସେ ଉଭୟ ରୁଷ୍ ରାଷ୍ଟ୍ରପତି ଓ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସହିତ ଏକାଧିକବାର କଥା ହୋଇଛନ୍ତି। ସଂସଦରେ ଏ ସଂପର୍କରେ ଆଲୋଚନା ହୋଇଛି। ୟୁକ୍ରେନରେ ଥିବା ଭାରତୀୟଙ୍କୁ ଫେରାଇ ଆଣିବା ଭାରତର ମୁଖ୍ୟ ଦାୟିତ୍ବ ଥିଲା, ଯାହା ପାଇଁ ୟୁକ୍ରେନକୁ ମାନବିକ ସହାୟତା ପ୍ରଦାନ କରାଯାଇଛି। ସେହିଭଳି ବୁଚା ଘଟଣାକୁ ଭାରତ କେବଳ ନିନ୍ଦା କରିଛି, ତା ନୁହେଁ ଏହାର ନିରପେକ୍ଷ ତଦନ୍ତ ଦାବି କରିଛି। ଅନ୍ୟପକ୍ଷରେ ବାଇଡେନ୍ ସନ୍ତୋଷ ପ୍ରକାଶ କରିବା ସହିତ ଆଗକୁ ଉଭୟ ରାଷ୍ଟ୍ର ମଧ୍ୟରେ ବନ୍ଧୁତା ବଢ଼ିବ ଏବଂ ମିଳିତ ଭାବେ ଆଗକୁ ବଢ଼ିବେ ବୋଲି କହିଥଲେ। ଆମେରିକାର ଆଗ୍ରହ କ୍ରମେ ଆଜିର ବୈଠକ ଅନୁଷ୍ଠିତ ହୋଇଥିଲା। ସେପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ସ୍ତରରେ ମଧ୍ୟ ଆଲୋଚନା ହୋଇଛି।

Leave A Reply

Your email address will not be published.