ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ମୋଦୀଙ୍କ କୋଭିଡ୍ ସମୀକ୍ଷା

0

କରୋନା ସ୍ଥିତି ନେଇ ଭର୍ଚ୍ଚୁଆଲ ମାଧ୍ୟମରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି, ଟିକାକରଣ କରୋନା ମୁକାବିଲା ପାଇଁ ବଡ ଅସ୍ତ୍ର। ବର୍ତ୍ତମାନ କିଛି ରାଜ୍ୟରେ ସଂକ୍ରମଣ ବଢୁଛି । ତେଣୁ ଆମକୁ ସତର୍କ ରହିବାକୁ ପଡିବ। କରୋନାରୁ ନୂଆ ଭାରିଆଣ୍ଟ ଏବେ ୟୁରୋପରେ ବଢିଚାଲିଛି । ତେବେ ଭାରତରେ ଏହି ସ୍ଥିତି ନିୟନ୍ତ୍ରଣ ରହିଛି ।

ତଥାପି ଆମକୁ ସଜାଗ ରହିବାକୁ ପଡିବ । ଦୁଇବର୍ଷ ମଧ୍ୟରେ କରୋନାରେ ଯେଉଁ ଳହର ଆସିଛି ସେଥିରୁ ବହୁତ କିଛି ଶିଖିବାକୁ ପଡିଛି । ବର୍ତ୍ତମାନ କରୋନା ସଂକ୍ରମଣ ବଢୁଥିବାରୁ ଟିକାକରଣକୁ ପ୍ରାଥମିକତା ଦେବା ଦରକାର । ବର୍ତ୍ତମାନ ଛୋଟ ପିଲାଙ୍କୁ ବି ଟିକା ଦିଆଯାଉଛି । ଏ ନେଇ ସମସ୍ତ ସ୍କୁଲରେ ଅଭିଯାନ ଆରମ୍ଭ ହେବା ଦରକାର । ଶିକ୍ଷକ ଓ ଅଭିଭାବକଙ୍କୁ ମଧ୍ୟ ଏ ନେଇ ପ୍ରସ୍ତୁତ ରହିବାକୁ ପଡିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସର୍ବସାଧାରଣ ସ୍ଥାନରେ କୋଭିଡ-ଉପଯୁକ୍ତ ଆଚରଣ ନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିବା ସହିତ ପ୍ରତ୍ୟେକ ଯୋଗ୍ୟ ଶିଶୁଙ୍କୁ ଶୀଘ୍ର ଟିକା ଦେବା ଆମର ପ୍ରାଥମିକତା ଅଟେ।

ଏହି ସମୀକ୍ଷା ବୈଠକରେ ପଶ୍ଚିମବଙ୍ଗର ମମତା ବାନାର୍ଜୀ, ଛତିଶଗଡର ଭୁପେଶ ବାଗେଲ ଏବଂ ପଞ୍ଜାବର ଭଗବନ୍ତ ମନ ସମେତ ଅନେକ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ।

Leave A Reply

Your email address will not be published.